ଓଡିଶା

odisha

ETV Bharat / bharat

କ୍ଷେତରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ଯାନ୍ତ୍ରିକ ତ୍ରୁଟି କାରଣରୁ ତେଲେଙ୍ଗାନାର ଏକ କ୍ଷେତରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନା ହେଲିକପ୍ଟର । ଉଭୟ ପାଇଲଟ ସୁରକ୍ଷିତ । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ
ତେଲେଙ୍ଗାନାରେ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ

By

Published : Feb 2, 2022, 9:28 PM IST

ହାଇଦ୍ରାବାଦ:ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାରଏକ ଗ୍ରାମ ନିକଟ କ୍ଷେତରେ ଜରୁରୀ ଅବତରଣ କରିଛି ଭାରତୀୟ ବାୟୁସେନାର ଏକ ହେଲିକପ୍ଟର । କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିବା ବେଳେ ଉଭୟ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦ ଉପକଣ୍ଠ ହାକିମପେଟରେ ଥିବା ବାୟୁସେନା ପ୍ରଶିକ୍ଷଣ ଏକାଡେମୀରୁ ଏହି ହେଲିକପ୍ଟରଟି ଉଡାଣ ଭରିଥିବା ବେଳେ ମଝି ଆକାଶରେ କିଛି ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିଥିଲା । ପରେ ନିକଟସ୍ଥ ଏକ କ୍ଷେତରେ ଜରୁରୀ ଅବତରଣ କରାଇଥିଲେ ଦୁଇ ପାଇଲଟ ।

ତେବେ ପାଇଲଟଙ୍କ ଠାରୁ ସୂଚନା ପାଇବା ପରେ ପ୍ରଶିକ୍ଷଣ ଏକାଡେମୀରୁ ଯାନ୍ତ୍ରିକ ସହାୟତା ସହ ଅନ୍ୟ ଏକ ହେଲିକପ୍ଟର ମଧ୍ୟ ଲ୍ୟାଣ୍ଡିଂ ସ୍ପଟକୁ ପଠାଯାଇଥିଲା ।ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ଭିଡ ନିୟନ୍ତ୍ରଣ କରାଯାଇଥିଲା । ପରେ ଯାନ୍ତ୍ରିକ ତ୍ରୁଟି ମରାମତି ହେବା ପରେ ଉଭୟ ହେଲିକପ୍ଟର ସୁରକ୍ଷିତ ଭାବେ ପ୍ରଶିକ୍ଷଣ ଏକାଡେମୀକୁ ଫେରିଯାଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details