ବେଙ୍ଗାଲୁରୁ: କର୍ଣ୍ଣାଟକର ଦେବାଙ୍ଗିରି ଓ ଚିତ୍ରଦୁର୍ଗା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ରାମପୁର ଗ୍ରାମର ଯୁବତୀ ବିନ୍ଦୁ ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି । ଗ୍ରାମକୁ ପିଚୁ ରାସ୍ତା ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଗ୍ରାମର ଗମନାଗମନ ସୁବିଧା ନଥିବାରୁ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବାକୁ ଯିବାକୁ ଅମଙ୍ଗ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାରି ମଧ୍ୟ ରାଜ୍ୟ ଓ ଦେଶ ମୁଖିଆଙ୍କୁ ବିନ୍ଦୁ ଏପରି ଚିଠି ଲେଖିଛନ୍ତି ।
ରାଜ୍ୟର ଦେବାଙ୍ଗିରି ଓ ଚିତ୍ରଦୁର୍ଗା ସୀମାବର୍ତ୍ତୀ ଅଞ୍ଚଳରେ ରହିଛି ଏହି ଗ୍ରାମ । ଏଠାରେ ପ୍ରାୟ ୪୦ଟି ଘର ରହିଛି । କିନ୍ତୁ ଗ୍ରାମକୁ ଗୋଟିଏ ସୁଗମ ପଥ ନାହିଁ । ଫଳରେ ଲୋକମାନେ ଅନେକ ଅସୁବିଧା ଭୋଗୁଛନ୍ତି । କାଦୁଅ ରାସ୍ତା ଯୋଗୁଁ ଗ୍ରାମର ପିଲାମାନେ ପାଠ ପଢିବାକୁ ମଧ୍ୟ ଯିବାକୁ ଅମଙ୍ଗ ହେଉଛନ୍ତି । କାରଣ ଚାଲି ଚାଲି ସେମାନେ ପ୍ରାୟ ୭ କିଲୋମିଟର ଅତିକ୍ରମ କରି ବିଦ୍ୟାଳୟକୁ ଯାଉଛନ୍ତି । ସେପଟେ ବନ୍ଧୁବାନ୍ଧବ ମଧ୍ୟ ରାସ୍ତା ପାଇଁ ଏହି ଗାଁକୁ ଆସିବାକୁ ପସନ୍ଦ କରୁନାହାନ୍ତି । ଅନ୍ୟ ଅଞ୍ଚଳର ଲୋକମାନେ ଏହି ଗାଁରେ ଝିଅର ବିବାହ କରିବାକୁ ମଧ୍ୟ ମନା କରିଦେଉଥିବା ଏଠାକାର ଗ୍ରାମବାସୀ କହିଛନ୍ତି ।