ଓଡିଶା

odisha

ETV Bharat / bharat

ଦୁର୍ଘଟଣାରେ ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ବାମୀ

ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ, ସ୍ତ୍ରୀକୁ ଝୁରି ଝୁରି ଆତ୍ମହତ୍ୟା କଲା ସ୍ବାମୀ । ଏଭଳି ଦୁଃଖଦ ଘଟଣା ଘଟିଛି ପୁଣେ ସହରରେ । ଅଧିକ ପଢନ୍ତୁ

ସ୍ତ୍ରୀର ମୃତ୍ୟୁ ପରେ ଆତ୍ମହତ୍ୟା କଲା ସ୍ବାମୀ
ସ୍ତ୍ରୀର ମୃତ୍ୟୁ ପରେ ଆତ୍ମହତ୍ୟା କଲା ସ୍ବାମୀ

By

Published : Nov 19, 2022, 1:11 PM IST

ପୁଣେ:ସ୍ବାମୀର ଆଖି ସାମ୍ନାରେ ସ୍ତ୍ରୀ ଉପରେ ମାଡିଗଲା ମୃତ୍ୟୁର ଗାଡି, ସ୍ତ୍ରୀକୁ ଦୁର୍ଘଟଣାରେ ହରାଇବାର ଦୁଇ ଦିନ ପରେ ଆତ୍ମହତ୍ୟା ନିଷ୍ପତ୍ତି ନେଲା ସ୍ବାମୀ । ଶେଷରେ ବିଷ ପିଇ ଜୀବନ ହାରିଲା ସ୍ବାମୀ (Husband suicide after death of his pregnant wife in Pune)। ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ରର ତାଲୁକା ଅନ୍ତର୍ଗତ ଧୋଣ୍ଡକରୱାଡି ଠାରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରମେଶ ନବନାଥ କନ୍ସକର ।

ଏହା ମଧ୍ୟ ପଢନ୍ତୁ-ଜେଲ୍ ଭିତରେ ମସାଜ ନେଉଛନ୍ତି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଦେଖନ୍ତୁ ଭିଡିଓ

ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ମାସ ପୂର୍ବେ ବିଦ୍ୟା ଓ ରମେଶଙ୍କ ବିବାହ ହୋଇଥିଲା । ଏହାପରେ ବିଦ୍ୟା ୪ମାସର ଗର୍ଭବତୀ ଥିଲେ। ଏଥିପାଇଁ ସେ ଅନେକ ସମୟରେ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥାନ୍ତି । ଗତ ସୋମବାର ଦିନ ରମେଶ ଏକ ବାଇକ ଯୋଗେଁ ଶାଶୁ ଓ ସ୍ତ୍ରୀ ବିଦ୍ୟାକୁ ନେଇ ନାରାୟଣ ଗାଓଁ ହସ୍ପିଟାଲ ଯାଇ ଚେକଅପ କରାଇବା ପରେ ଘରକୁ ଫେରିଥିଲା । ହଠାତ ବିଦ୍ୟା କୌଣସି କାରଣରୁ ବାଇକରୁ ତଳକୁ ପଡିଯିବାରୁ ଏହି ସମୟରେ ଏକ ଟ୍ରକ ତାଙ୍କ ଉପରେ ମାଡିଯାଇଥିଲା ।

ଫଳରେ ଘଟଣାସ୍ଥଳରେ ବିଦ୍ୟାଙ୍କ ମୃତ୍ୟୁ ହୋଇଥିଲା । ରମେଶର ଆଖି ସାମ୍ନାରେ ଏହି ସବୁ ଘଟିଯିବା ପରେ ସେ ଅସ୍ଥିର ହୋଇଯାଇଥିଲେ । ୨ଦିନ ଧରି ଖାଦ୍ୟ ଖାଇବା ମଧ୍ୟ ଛାଡି ଦେଇଥିଲେ । ଏହାପରେ ସ୍ତ୍ରୀକୁ ଝୁରି ଝୁରି ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଶେଷରେ ବୁଧବାର ଦିନ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

For All Latest Updates

ABOUT THE AUTHOR

...view details