ହାଇଦ୍ରାବାଦ: ପତ୍ନୀକୁ ଇଟାରେ ଛେଚି ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି (husband killed wife in Bhagalpur)। ପିତାର ଏପରି ନାରକୀୟ କାଣ୍ଡ ସମ୍ପର୍କରେ ସମ୍ପୃକ୍ତ ଦମ୍ପତିଙ୍କର 4ବର୍ଷୀୟ ଶିଶୁକନ୍ୟା ପ୍ରକାଶ କରିଛି । ବାପା ହିଁ ମମିକୁ ହତ୍ୟା କରିଥିବା ଶିଶୁଟି ପ୍ରକାଶ କରିଛି । ବିହାର ଭାଗଲପୁରର ନାଥନଗର ମଧୁସୂଦନପୁର ପୋଲିସ ଷ୍ଟେସନ ଅଧୀନ ରାଘୋପୁର ଟିକର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି ।
ନିର୍ମମ ହତ୍ୟାର ଶିକାର ହୋଇଥିବା ମହିଳାଙ୍କର ନାମ ଇସା ଦେବୀ ଓ ଏପରି କାଣ୍ଡ ଭିଆଇଥିବା ଅଭିଯୁକ୍ତ ସ୍ବାମୀ ପଙ୍କଜ ବୋଲି ଜଣାପଡିଛି (husband killed wife in Bhagalpur)। ମହିଳାଙ୍କ ଶାଶୁ ସୁଧା ଦେବୀ ମଧ୍ୟ ପୁଅ ପଙ୍କଜ ହିଁ ବୋହୁକୁ ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି । ସୁଧା କହିଛନ୍ତି ଯେ କିଛି ମାସ ହେବ ପୁଅ ଏବଂ ବୋହୂ ମଧ୍ୟରେ ବିବାଦ ଲାଗି ରହିଥିଲା । ପାରିବାରିକ କଳହ ଯୋଗୁଁ କ୍ରୋଧିତ ପୁଅ ବୋହୂକୁ ଆକ୍ରମଣ କରିବା ହତ୍ୟା କରିଛି । ସୂଚନା ଅନୁସାରେ, ପଙ୍କଜ ପତ୍ନୀଙ୍କୁ ଏକ ଇଟା ଦ୍ୱାରା ଛେଚି ହତ୍ୟା କରିଥିଲା ଓ ପରେ ମୃତଦେହକୁ ନିକଟସ୍ଥ ବଗିଚାରେ ଫିଙ୍ଗି ଦେଇଥିଲେ । ସକାଳେ ସ୍ଥାନୀୟ ଲୋକେ ବଗିଚାରେ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ମୃତ ମହିଳାଙ୍କ ଚେହେରା ସମ୍ପୂର୍ଣ୍ଣ ରୂପେ ବିକୃତ ହୋଇଯାଇଥିଲା ।