ଓଡିଶା

odisha

By

Published : May 30, 2022, 9:52 AM IST

ETV Bharat / bharat

ବରଯାତ୍ରୀରେ ନାଚିଲା ସ୍ତ୍ରୀ, ପିଟିପିଟି ମାରିଦେଲା ସ୍ବାମୀ

ବାହାଘର ବରଯାତ୍ରୀରେ ନାଚିବା ହେଲା କାଳ । ଜଣେ ସ୍ତ୍ରୀ ବାହାଘର ବରଯାତ୍ରୀରେ ନାଚିବାରୁ ଉତ୍ୟକ୍ତ ହୋଇ ପିଟିପିଟି ମାରିଦେଲେ ସ୍ବାମୀ । ଅଧିକ ପଢ଼ନ୍ତୁ

husband killed wife due to dance in barat in Jharkhand
ବରଯାତ୍ରୀରେ ସ୍ତ୍ରୀ ନାଚିବାରୁ ପିଟିପିଟି ହତ୍ୟା କଲେ ସ୍ବାମୀ

ରାଞ୍ଚି: ବାହାଘର ବରଯାତ୍ରୀରେ ନାଚିବା ହେଲା କାଳ । ଜଣେ ସ୍ତ୍ରୀ ବାହାଘର ବରଯାତ୍ରୀରେ ନାଚିବାରୁ ଉତ୍ୟକ୍ତ ହୋଇ ପିଟିପିଟି ମାରିଦେଲେ ସ୍ବାମୀ । ଝାରଖଣ୍ଡର ଚାତରା ସଦର ଥାନା ଅନ୍ତର୍ଗତ ଲରକୁଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଶୀତଲ ଭାରତୀ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଭଉଣୀ ପୁଅ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ସେଠାରେ ତାଙ୍କ ପତ୍ନୀ ବରଯାତ୍ରୀ ସହ ନାଚିବା ଆରମ୍ଭ କରିଥିଲେ । ଯାହା ତାଙ୍କ ସ୍ବାମୀଙ୍କ ପସନ୍ଦ ଆସିନଥିଲା । ଶୀତଲ କ୍ରୋଧିତ ହୋଇ ନିଜ ପରିବାର ଲୋକଙ୍କ ସହ ମିଶି ପତ୍ନୀଙ୍କୁ ମାରିଥିଲେ । ଫଳରେ ଗତ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ଅଭିଯୁକ୍ତ ଶୀତଲକୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଯାଇଛି ।

For All Latest Updates

ABOUT THE AUTHOR

...view details