ଗାନ୍ଧୀନଗର:ବାପ ଘରକୁ ଯିବାକୁ ସ୍ବାମୀକୁ ଟଙ୍କା ମାଗିଲା ସ୍ତ୍ରୀ । ଟଙ୍କା ଦେବା ବଦଳରେ ସ୍ତ୍ରୀକୁ ଗାଳିଗୁଲକ କରିବା ସହ ତିନି ତଲାକ ଦେଲା ସ୍ବାମୀ । ଶେଷରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା ଜଣଙ୍କ । ଏପରି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ତଲାକ ଦେବା ପରେ ସ୍ତ୍ରୀକୁ ଘର ବାହର କରି ଦେଇଥିଲେ ତାଙ୍କ ସ୍ବାମୀ ।
ଏହା ମଧ୍ୟ ପଢନ୍ତୁ-ୟୁପିରେ ଲଜ୍ଜା: ତିନି ତଲାକ ପରେ ମହିଳାଙ୍କୁ ଦୁଷ୍କର୍ମ କଲେ ସ୍ବାମୀ ଓ ଦିଅର
2019 ମାର୍ଚ୍ଚ ମାସ 23 ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ବିବାହକୁ 4 ବର୍ଷ ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ମହିଳାଙ୍କ ସ୍ବାମୀ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ମହିଳାଙ୍କୁ ଖର୍ଚ୍ଚ କରିବା ପାଇଁ ଟଙ୍କା ଦିଅନ୍ତି ନାହିଁ ତାଙ୍କ ସ୍ବାମୀ । ବିବାହର 6 ମାସ ପର୍ଯ୍ୟନ୍ତ ଶ୍ବଶୁର ଘର ପରିବାର ଲୋକେ ମହିଳାଙ୍କୁ ବେଶ ଭଲରେ ରଖିଥିଲେ । କିନ୍ତୁ ସ୍ବାମୀଙ୍କୁ ଟଙ୍କା ମାଗିବାରୁ ସେ ଗାଳି ଗୁଲଜ କରନ୍ତି । ଏପରିକି ପରିବାର ଲୋକେ ମହିଳାଙ୍କୁ ଗାଳି ଗୁଲକ କରିବା ସହ ଉତ୍ତମ ବ୍ୟବାହର ମଧ୍ୟ କରନ୍ତି ନାହିଁ । ଛୋଟଛୋଟ କଥାରେ ସମସ୍ତେ ତାଙ୍କୁ ଗାଳି କରନ୍ତି । ଯଦି ସ୍ବାମୀଙ୍କ ବିଷୟରେ କିଛି ଅଭିଯୋଗ କରନ୍ତି ତେବେ ଶ୍ବଶୁର ଓ ତାଙ୍କ ଦିଅର ତାଙ୍କ ସହ ଝଗଡା କରନ୍ତି ।