ଓଡିଶା

odisha

ETV Bharat / bharat

ରାତି ଅଧରେ ନିଜ ସ୍ତ୍ରୀକୁ ପୁରୁଣା ପ୍ରେମିକ ସହ ଦେଖିଲା ସ୍ୱାମୀ, ଗଛରେ ବାନ୍ଧି ନିର୍ମମ ହତ୍ୟା

ଆପତ୍ତିଜନକ ଅବସ୍ଥାରେ ନିଜ ସ୍ତ୍ରୀକୁ ପୁରୁଣା ପ୍ରେମିକ ସହ ଦେଖିଦେଲା ସ୍ବାମୀ । ରାଗ ଜର୍ଜରିତ ହୋଇ ହରାଇଲା ହିତାହିତ ଜ୍ଞାନ । ଗଛରେ ବାନ୍ଧି କାଟିଲା ପ୍ରେମିକର ମୁଣ୍ଡ । ଅଧିକ ପଢନ୍ତୁ

murder in jharkhand
murder in jharkhand

By

Published : Jan 15, 2023, 4:13 PM IST

ରାଞ୍ଚି:ଝାଡଖଣ୍ଡରେ ଚାଞ୍ଚଲ୍ୟ । ରାତି ଅଧରେ ସ୍ତ୍ରୀକୁ ଏକ୍ସ ବୟଫ୍ରେଣ୍ଡ ସହ ଦେଖିଥିଲା ସ୍ବାମୀ । ଏହାକୁ ସହିନପାରି ହରାଇ ବସିଲା ହିତାହିତ ଜ୍ଞାନ । ସାତଜନ୍ମର ସାଥି ହେବାକୁ କଥା ଦେଇ ସାତଫେରା ନେଇଥିବା ସ୍ବାମୀ ନିଜ ସ୍ତ୍ରୀକୁ ପରପୁରୁଷ ସହ ଦେଖି ପିଚାସ ପାଲଟିଗଲା । କ୍ରୋଧାନ୍ବତ ହୋଇ ଘଟାଇଲା ଜଘନ୍ୟ କାଣ୍ଡ । ରାଗରେ ସ୍ତ୍ରୀର ପ୍ରେମିକାକୁ ଗଛରେ ବାନ୍ଧି ହାଣିଦେଲା ମୁଣ୍ଡ । ଝାରଖଣ୍ଡର ଲୋନଜା ଗାଁରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଖବର । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଲୋନଜା ଗାଁର ବିଶ୍ବନାଥ ଶୁଣ୍ଡି ବୋଲି ଜଣା ପଡ଼ିଛି ।

ସ୍ତ୍ରୀକୁ ସନ୍ଦେହ କରୁଥିଲା ସ୍ୱାମୀ: ବିଶ୍ୱନାଥ ଶୁଣ୍ଡି କିଛି ଦିନ ହେବ ନିଜ ସ୍ତ୍ରୀକୁ ସନ୍ଦେହ କରି ଆସୁଥିଲା । ଶଗାଇଶାଇ ଗ୍ରାମର ଶ୍ୟାମଲାଲ ନାମକ ଯୁବକ(ବିଶ୍ବନାଥଙ୍କ ସ୍ତ୍ରୀଙ୍କ ପୁରୁଣା ପ୍ରେମିକ)ଙ୍କ ଆପତ୍ତିଜନକ ସମ୍ପର୍କ ଥିବା ସେ ସନ୍ଦେହ କରୁଥିଲା । ତେବେ ବିଶ୍ୱନାଥଙ୍କ ସନ୍ଦେହ ଶୁକ୍ରବାର ରାତିରେ ସତ ପାଲଟିଯାଇଥିଲା । ଶୁକ୍ରବାର ରାତିରେ ନିଜ ସ୍ତ୍ରୀକୁ ଆପତ୍ତିଜନକ ଅବସ୍ଥାରେ ଧରି ଦେଇଥିଲେ ସ୍ୱାମୀ । ଶ୍ୟାମଲାଲ ଶଗାଇଶାଇ ଗ୍ରାମରୁ ପ୍ରେମିକା ସହ ଦେଖା କରିବା ପାଇଁ ଲୋନଜା ଗାଁକୁ ଆସିଥିଲା । ତେବେ ଦୁଇ ଜଣଙ୍କୁ ଏଭଳି ଅବସ୍ଥାରେ ଦେଖି ସହ୍ୟ କରିପାରିଲାନି ସ୍ୱାମୀ । ସାତ ଜନ୍ମର ସାଥି ହେବା ପାଇଁ ବିବାହ କରିଥିବା ସ୍ତ୍ରୀକୁ ପର ପୁରୁଷ ସହ ଦେଖି ପିଚାସ ପାଲଟିଯାଇଥିଲା । ପ୍ରଥମେ ଶ୍ୟାମଲାଲକୁ ଗାଳି ଗୁଲଜ କରିବା ସହ ତାକୁ ଘରୁ ଟାଣି ବାହାର କରିଦେଇଥିଲା । ଏହାପରେ ଘର ବାହାରେ ଥିବା ଏକ ଗଛରେ ବାନ୍ଧି ପିଟିଥିଲା ।

ଏହା ମଧ୍ୟ ପଢନ୍ତୁ: ରାଜଶ୍ରୀ ମୃତ୍ୟୁ ଘଟଣାରେ ନୂଆମୋଡ଼: ଇଂରାଜୀ ସୁଇସାଇଡ ନୋଟ୍‌କୁ ନେଇ ପରିବାରର ସନ୍ଦେହ

ତେବେ ବିଶ୍ୱନାଥଙ୍କ ସ୍ତ୍ରୀ ଅଟକାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । ପରେ ଶ୍ୟାମଲାଲଙ୍କ ବେକକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶ୍ୟାମଲାଲଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଖବରପାଇ ଶୋନୁଭା ପୋଲିସ ଶନିବାର ସକାଳେ ଘଟଣାସ୍ଥଳ ଲୋନଜା ଗ୍ରାମରେ ପହଞ୍ଚିଥିଲେ । ଘଟଣାର ଯାଞ୍ଚ କରିବା ସହ ଶ୍ୟାମଲାଲଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା । ଏହାସହ ବିଶ୍ବନାଥ ଶୁଣ୍ଡିଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ଶୋନୁଭା ପୋଲିସ ।

ABOUT THE AUTHOR

...view details