ଓଡିଶା

odisha

By

Published : Jan 23, 2021, 8:31 PM IST

ETV Bharat / bharat

ନେତାଜୀ ଜୟନ୍ତୀରେ ବଦଳିଲା ହାୱଡା-କାଲକା ମେଲ ନାମ

ନେତାଜୀଙ୍କ 125 ତମ ଜୟନ୍ତୀ ଅବସରରେ ହାୱଡାରୁ- କାଲକା ମେଲ ଏକ୍ସପ୍ରେସକୁ ନାମ ପରିବର୍ତ୍ତନ କରିଛନ୍ତି । ଏହାକୁ ନୂତନ ଭାବେ 'ନେତାଜୀ ଏକ୍ସପ୍ରେସ' ଭାବରେ ନାମିତ କରିଛନ୍ତି । ଅଧିକ ପଢନ୍ତୁ...

Netaji Express Prime Minister Narendra Modi
ହାୱଡାରୁ-କାଲକା ମେଲ ପରିବର୍ତ୍ତନ ହୋଇ ହେଲା 'ନେତାଜୀ ଏକ୍ସପ୍ରେସ'

କୋଲକାତା: ହାୱଡାରୁ- କାଲକା ମେଲ ଏକ୍ସପ୍ରେସକୁ ନାମ ପରିବର୍ତ୍ତନ କଲେ ପିଏମ ମୋଦି । ନେତାଜୀଙ୍କ 125 ତମ ଜୟନ୍ତୀ ଅବସରରେ ଏହାକୁ ନୂତନ ଭାବେ 'ନେତାଜୀ ଏକ୍ସପ୍ରେସ' ଭାବରେ ନାମିତ କରିଛନ୍ତି ।

ଭାରତର ଏକ ସର୍ବପୁରାତନ ରେଳର ନାମକୁ ପରିବର୍ତ୍ତନ କରିଛନ୍ତି ପିଏମ ମୋଦି । ପଶ୍ଚିମବଙ୍ଗର ହାୱଡାରୁ ଉତ୍ତର ଭାରତୀୟ ରାଜ୍ୟ ହରିୟାଣାର କାଲକା ମଧ୍ୟରେ ଯୋଗାଯୋଗ ହୋଇଥାଏ । ଏହା କାଲକା ମେଲ ନାମରେ ପରିଚିତ ଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଅବସରରେ କୋଲକାତା ଗସ୍ତ କରିଛନ୍ତି । ନେତାଜୀଙ୍କ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ଏହା ସହ ପିଏମ ମୋଦି ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ କରିଛନ୍ତି । ଦେଶ ସ୍ବାଧୀନରେ ନେତାଜୀଙ୍କ ବଳିଦାନକୁ ନେଇ କେନ୍ଦ୍ର ସରକାର ତାଙ୍କ ଜୟନ୍ତୀକୁ ଚଳିତ ବର୍ଷ ଠାରୁ 'ପରାକ୍ରମ ଦିବସ' ଭାବରେ ପାଳନ କରିଛନ୍ତି ।

ABOUT THE AUTHOR

...view details