କପର ବା ତମ୍ବା ପ୍ରାଚୀନ କାଳରୁ ହିଁ ଭାରତରେ ବ୍ୟବହାର ହୋଇଆସୁଛି । ତମ୍ବା ହେଉଛି ମାଇକ୍ରୋନ୍ୟୁଟ୍ରିଏଂଟ୍ , ଯାହା କି ଅନେକ ଶାରୀରିକ କ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ । କପର୍ ବା ତମ୍ବାର ଅତ୍ୟଧିକ ବ୍ୟବହାର ସମସ୍ୟା ସୃଷ୍ଟି କରିପାରେ । ଆମେ ରୋଷେଇ କରିବା ପାଇଁ ଭିନ୍ନ ଭିନ୍ନ ପାତ୍ର ବ୍ୟବହାର କରୁ । ମଣିଷ ପ୍ରଥମେ ମାଟିନିର୍ମିତ ପାତ୍ର ଓ ବାସନକୁସନ ବ୍ୟବହାର କରିଆସୁଥିଲା । କିନ୍ତୁ ସମୟକ୍ରମେ ଷ୍ଟିଲ, ଆଲୁମିନିୟମ, କପର, କାଚ, ସେରାମିକର ବସନକୁସନ ବ୍ୟବହାର ହୋଇଆସୁଛି । କିନ୍ତୁ ତମ୍ବାର ବାସନକୁସନ ବ୍ୟବହାର କଲେ ଅନେକ ସ୍ୱାସ୍ଥ୍ୟଗତ ଫାଇଦା ରହିଛି ।
ତମ୍ବା ନିର୍ମିତ ରୋଷେଇ ରନ୍ଧନ ପାତ୍ର
ତମ୍ବା ପାତ୍ର ଭାରତରେ ବହୁ ପ୍ରାଚୀନ ସମୟରୁ ଉଚ୍ଚ ପ୍ରଶଂସିତ ହୋଇଆସିଛି । ପ୍ରାଚୀନ ଭାରତରେ ତମ୍ବା ପ୍ରଚ୍ୁର ପରିମାଣରେ ମିଳୁଥିଲା । ଖଣିରୁ ତମ୍ବା ନିଆଯାଇ ବିଭିନ୍ନ ବାସନକୁସନ ନିର୍ମାଣ କରାଯାଉଥିଲା । ରାଜସ୍ଥାନର କ୍ଷେତ୍ରୀ ଖଣିରୁ ଶହ ଶତାବ୍ଦୀ ଶତାବ୍ଦୀ ଧରି ତମ୍ବା ମାଇନିଂ ହେଉଥିଲା । ତମ୍ବା ବା କପର୍ ଉତ୍ତାପର ଭଲ କଣ୍ଡକ୍ଟର । ତେଣୁ ତମ୍ବାପାତ୍ରରେ ରନ୍ଧନ ଦ୍ୱାରା ଉତ୍ତାପ ନିୟନ୍ତ୍ରଣ କରିବା ସହଜ ହୋଇଥାଏ । କପର୍ ଓ ଜିଙ୍କରୁ ପ୍ରସ୍ତୁତ ବ୍ରାସ୍ ରନ୍ଧନ ବାସନକୁସନ ଭାବେ କମ୍ ହିଁ ବ୍ୟବହାର କରାଯାଏ । ବ୍ରୋଞ୍ଜ ହେଉଛି କପର୍ ଓ ଟିନ୍ର ଆଲୟ ।
ଆମ ସ୍ୱାସ୍ଥ୍ୟ ପାଇଁ ସ୍ୱଳ୍ପ ପରିମାଣର କପର୍ ଉପକାରୀ ହୋଇଥାଏ । ତେବେ ଅଳ୍ପ ଡୋଜ ଅଳ୍ପ ଡୋଜର ଅଧିକ ପରିମାଣ ବିଷାକ୍ତ ହୋଇଥାଏ । ପ୍ରଦୂଷିତ ଖାଦ୍ୟ ବା ପାଣି ଜରିଆରେ ଅଧିକ ମାତ୍ରାରେ କପର୍ ସଂସ୍ପର୍ଶରେ ଆସିଲେ ଏହା ହାନିକାରକ ହୋଇଥାଏ । ୱିଲସନ୍ସ ଡିଜିଜ୍ ଭଳି ନିର୍ଦ୍ଦିଷ୍ଟ ଜେନେଟିକ୍ ବିକୃତି କପର୍ ଟକ୍ସିସିଟିର ପରିଣାମ । ସେଗୁଡିକର ଲକ୍ଷଣ ସବୁ ହେଲା –
. ଡାଇରିଆ
. ମୁଣ୍ଡବ୍ୟଥା
. କିଡନୀ ଅଚଳ
. ରକ୍ତ ବାନ୍ତି
. ଆଖିର କର୍ଣ୍ଣିଆ କପର୍ କଲରରେ ପରିଣତ ହେବା