ଓଡିଶା

odisha

ETV Bharat / bharat

9 ଅକ୍ଟୋବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଇଟିଭି ଭାରତ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

HOROSCOPE OF 9TH OCTOBER 2021
9 ଅକ୍ଟୋବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Oct 9, 2021, 12:01 AM IST

ମେଷ: ଆଜି ଦିନଟି ଆଧ୍ୟାତ୍ମିକତା ଭାବକୁ ନେଇ ସର୍ବୋତ୍କୃଷ୍ଟ ରହିବ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍‍ବୁଦ୍ଧ ହୋଇ ଉଚ୍ଚ ସ୍ତରକୁ ଉଠି ପାରିବେ । ମାତ୍ର ନିଜର ବାର୍ତ୍ତାଳାପରେ ସଂଯମତା ରକ୍ଷା ନ କଲେ ଲୋକଙ୍କ ମନରେ ଆଘାତ ଦେଇପାରନ୍ତି କିମ୍ଵା ସେମାନଙ୍କ ଚିନ୍ତାଧାରାକୁ ଅବମାନନା କରିପାରନ୍ତି । ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ଶେଷରେ ଆଜି କୌଣସି ଯାତ୍ରାରେ ବାହାରନ୍ତୁ ନାହିଁ ।

ବୃଷ:ଆଜି ଦିନଟିରେ ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁବାନ୍ଧବ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଘରେ ଏକ ଖୁସିବାସିର ଆସର ଜମିପାରେ । ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଦିନଟି ଆମୋଦ ପ୍ରମୋଦରେ କଟିପାରେ । ଦିନର ଶେଷାର୍ଦ୍ଧରେ ଅର୍ଥାଗମର ଶୁଭ ସୂଚନା ମିଳୁଛି ।

ମିଥୁନ: ନିଜ ପରିଵାର ଓ ଵନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିଵା ପାଇଁ ନିରନ୍ତର ପ୍ରୟାସ କରିଵେ । କିନ୍ତୁ କିଛି ସୁଫଳ ମିଳିବ ନାହିଁ । ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ ।

କର୍କଟ:ଆଜି ଏକ ଚିରସ୍ଥାୟୀ ଆଶାଵାଦୀ ଵ୍ୟକ୍ତି ହେଵେ । ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିଵ । ଆଜି ସନ୍ଧ୍ୟାରେ ବନ୍ଧୁବାନ୍ଧଵଙ୍କ ସହ ଖୁସି ଓ ମଜାରେ ବିତାଇଵେ । ସେସବକୁ ପୁରା କରିଵା ପାଇଁ ଏକ ଵିଶିଷ୍ଟ ଉଦାରଣର ଅନୁସରଣ କରିଵେ ।

ସିଂହ: ଉତଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ, ଏହାକୁ କମ୍ କରିବାକୁ ପ୍ରୟାସ କରିବେ। ଦିନର ଦ୍ବିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଦୟାକରି ଏହାକୁ ବନ୍ଦ କରନ୍ତୁ ନାହିଁ ଅନ୍ୟଥା ପରେ ମନର ଶାନ୍ତି କ୍ଷୟ ହୋଇପାରେ ।

କନ୍ୟା:ଆଜିର ଦିନଟି ସର୍ବୋତ୍ତମ ଅଟେ । ବ୍ୟକ୍ତିତ୍ବ ପାଇଁ ଭାଇଭଉଣୀଙ୍କ ଅଧିକ ଭଲପାଇବା ମିଳିବ । ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆଜି ବନ୍ଧୁମିଳନ ଘଟିପାରେ । ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗାଢ ହୋଇପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ଶେଷ କରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ସମ୍ମାନ ବୃଦ୍ଧି ଘଟିପାରେ ।

ତୁଳା: ଆଜି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଅତ୍ୟନ୍ତ କଷ୍ଟକର ହେବ । ତେଣୁ ଧୀରସ୍ଥିର ହୋଇ ଅପେକ୍ଷା କରିବାକୁ ପଡିବ । ଯଦି ଚେଷ୍ଟାକରି ନିଜର ମନୋବୃତ୍ତିକୁ ବଦଳାଇ ପାରୁନାହାନ୍ତି ଏବଂ ଭାବୁଛନ୍ତି ଯେ ବିଶ୍ବାସରେ ତ୍ରୁଟି ରହିଛି ତାହାହେଲେ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଆଦୌ ନିଅନ୍ତୁ ନାହିଁ । ଭାବି ନେବେ ଯେ ଏହା ଏକ ଗୁରୁତର ଭୁଲ ଥିଲା । ପାରିବାରିକ ଜୀବନରେ ଜିଦଖୋର ଏବଂ କଠୋର ସ୍ବଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ନିଜର ଚଳଣିକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ ।

ବିଛା:ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆୟୋଜନ ଆଜି ହିଁ କରିବେ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ହର୍ଷୋଫୁଲ୍ଲିତ ହୋଇପାରନ୍ତି ।

ଧନୁ: ଆଜି ଦିନଟି ସେତେଟା ଶୁଭଦାୟକ ନୁହେଁ । ଆଜି ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂଯମତା ରକ୍ଷା କରନ୍ତୁ । ଧୀରେ ସୁସ୍ଥେ ଗାଡି ଚଳାନ୍ତୁ ନଚେତ୍‍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟବଶତଃ ତାହା ଘଟିବ ନାହିଁ । ତେଣୁ ସତର୍କତା ଅବଲମ୍ଵନ କରନ୍ତୁ । ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ ।

ମକର: ଭଗଵାନ ସେମାନଙ୍କୁ ସକ୍ଷମ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରେ । ସେଥିପାଇଁ ପରିଶ୍ରମୀ ହୁଅନ୍ତୁ ଓ ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ବପ୍ନ ଉପରେ ଭରଷା ରଖନ୍ତୁ । ସଂଗଠନରେ କିଛି ଅପ୍ରୀତିକର ଘଟଣା ଘଟିବାର ସମ୍ଭାଵନା ଅଛି ସେଥିପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ: ଆଜି ଦିନଟି ଶୁଭ ଫଳପ୍ରଦାୟକ ଅଟେ । ଆଜି ଅତି ସହଜରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଉପରିସ୍ଥ କର୍ମଚାରୀମାନେ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟକ୍ତିଗତ ଜୀବନରେ ଦିନତମାମ ପ୍ରଫୁଲ୍ଳ ରହିବେ । ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣଙ୍କୁ ଖୁସି କରାଇବ ।

ମୀନ:ଆଜି ଦିନଟି ସେତେଟା ଶୁଭଦାୟକ ନୁହେଁ । ମାତ୍ର ଆଜି ସନ୍ଧ୍ୟାଟି ମଧୁମୟ ହେବ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ । ଯଥାସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ଫେରିଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଉପକୃତ ହେବେ । ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଏପରିକି ଗୋଟିଏ ସାମାନ୍ୟ ତ୍ରୁଟି ପାଇଁ ଗାଳି ଶୁଣିବାକୁ ପଡିପାରେ । ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । ସନ୍ତାନସନ୍ତତିଙ୍କ ଚିନ୍ତାରେ ବ୍ୟସ୍ତ ହୋଇପାରନ୍ତି ।

ABOUT THE AUTHOR

...view details