ମେଷ: କୌଣସି ନୂଆ କାମ ଆରମ୍ଭପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ହୋଇପାରେ। ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।
ବୃଷ: କିଣାକିଣିପାଇଁ ଦିନଟି ସ୍ଥିରୀକୃତ ହୋଇଅଛି । ମଲ ମାର୍କେଟ, ଡଲାର ଷ୍ଟୋର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।
ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିଵେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ ।
କର୍କଟ: ଆଜି ଦିନରେ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ । ଅଫିସ୍ କାମରେ ଦୂର ଯାତ୍ରା କରିପାରନ୍ତି । ମାଙ୍କ ସହ ସମ୍ପର୍କ ନିବିଡ ହେବ ।
ସିଂହ: ଆଜି ଆପଣଙ୍କର ଦିନଟି ମଧ୍ୟମଯୁକ୍ତ ରହିବ । ଆପଣ ଚେଷ୍ଟା କରି ଆପଣଙ୍କ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗି ପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ସୁଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।
କନ୍ୟା: ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ବଢିଆ ଅଟେ । ଶରୀରର ଜତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜର ବାକ୍ୟାଳାପ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି,ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ ।