ଓଡିଶା

odisha

ETV Bharat / bharat

ଅକ୍ଟୋବର 4 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର 4 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର 4 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Oct 4, 2022, 12:00 AM IST

ମେଷ:ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନତା ରକ୍ଷା କରିବାକୁ ଚେଷ୍ଟା କରିବେ। ଆପଣଙ୍କ ପିଲାମାନେ ଏହା କରିବାକୁ ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି। କାର୍ଯ୍ୟସ୍ଥଳର ବ୍ୟସ୍ତତା ସମୟ ଅତିବାହିତ କରିବା ପରେ ଆପଣ ଘରେ ପିଲାମାନଙ୍କୁ ଟଙ୍କା ବିଷୟରେ କିଛି ଶିକ୍ଷା ଦେଇପାରନ୍ତି।

ବୃଷ: ଆଜି ପ୍ରେମ ଆପଣଙ୍କ ନିକଟକୁ ଆସିବ। ଅପରାହ୍‍ଣରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ। ସଂଧ୍ୟା ସମୟରେ ଆପଣ ମନ ପ୍ରେମମୟ ରହିବ କାରଣ ଆପଣ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ।

ମିଥୁନ: ଆଜି କୌଣସି କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ସନ୍ଧ୍ୟା ସମୟରେ କିଛି ଖୁସି ଖବର ପାଇପାରନ୍ତି। ପରିବାର ସହ ଆନନ୍ଦ ଉଲ୍ଲାସରେ କଟିବ। ଏହି ଦିନ ହସ ଉଲ୍ଲାସରେ ଭରିଯିବ। ବାହାରକୁ ଯିବାର ସମ୍ଭାବନା ରହିଛି।

କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ସେଥିପାଇଁ ବେପାର ଲମ୍ଵା ଅବଧିର ରହିବ ଓ ଲାଭଦାୟକ ମଧ୍ୟ ହେବ। ଆପଣ ନୂଆ କାର କିମ୍ଵା ଘର କିଣିପାରନ୍ତି। ବନ୍ଧୁମାନଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ। ବିଦ୍ୟାର୍ଥୀମାନେ ଭଲ କରିବେ ଓ ଧ୍ୟାନ ବଢିବ।

ସିଂହ: ଅଧିକାଂଶ ସମୟରେ ଲୋକମାନେ ଭାଗ୍ୟକୁ ଖୋଜନ୍ତି କିନ୍ତୁ ଆଜି ଆପଣଙ୍କୁ ଭାଗ୍ୟ ଖୋଜିବା ଦରକାର ପଡିବ ନାହିଁ। ଆପଣଙ୍କ ଦିନ ବହୁତ ଭଲରେ ଯିବ। ଅପରାହ୍‍ଣ ବେଳକୁ ବିଦେଶ ଯିବାର ସମ୍ଭାବନା ରହିପାରେ।

କନ୍ୟା: ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ। ଅପରାହ୍‍ଣରେ ଆପଣଙ୍କର ସମ୍ଭାବ୍ୟ ବିବାହ ବିଷୟରେ କିଛି ଘଟଣା ହୋଇପାରେ। କିନ୍ତୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଗକୁ ଯିବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନିଅନ୍ତୁ।

ତୁଳା: ଆଜି ଆପଣଙ୍କ ଭାବନା ସହ ଖେଳୁଥିବା ଓ ଆପଣଙ୍କ ଦକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପ୍ରତିଯୋଗୀମାନଙ୍କ ସହ ସମସ୍ୟା ହୋଇପାରେ। କିନ୍ତୁ ଆପଣ ସେମାନଙ୍କୁ ସହଜରେ ହରାଇଦେବେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଏହି ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।

ବିଛା:ଭାବୁକ ପ୍ରେମ ପ୍ରସଙ୍ଗ ପୂର୍ବ ଠାରୁ ଅଧିକ ତୀବ୍ର ଓ ମନମୋହକ ହେବ। ସଂଧ୍ୟା ସମୟରେ ଆପଣ ପ୍ରେମୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସବୁ ଦ୍ଵନ୍ଦ୍ଵରେ ଅଛନ୍ତି ତାହାର ଉତ୍ତର ପାଇବେ।

ଧନୁ: ଆପଣ ହସ୍ତଶିଳ୍ପ ଦ୍ଵାରା ବିମୋହିତ ହେବେ ଓ ଏହାକୁ ଆପଣଙ୍କ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଜନା କରିପାରନ୍ତି। ଆପଣ ଜଣେ ପାରିବାରିକ ବ୍ୟକ୍ତି ଓ ଆପଣଙ୍କ ପ୍ରିୟଜନଙ୍କୁ ଧ୍ୟାନ ଦିଅନ୍ତି। ଆପଣଙ୍କ ପ୍ରେମ ବଢିପାରେ।

ମକର: ଯଦି ଆପଣ କିଛି କରନ୍ତି ସେଥିରେ ଆପଣଙ୍କ ମନ ପ୍ରାଣ ସବୁ ଲଗେଇ ଦିଅନ୍ତି। ଏପରି ନିଷ୍ଠା ଦ୍ଵାରା ଆପଣ ସବୁଠାରୁ ଭଲ ଜିନିଷ ପାଆନ୍ତି। ଅବଶ୍ୟ ଆପଣ ସବୁ ଶକ୍ତି ଖର୍ଚ୍ଚ କରିଦେବେ। ସେଥିପାଇଁ ଆପଣଙ୍କୁ ସମର୍ପଣର କଳା ଶିଖିବାକୁ ପଡିବ। ଏହା କେବଳ ଆପଣଙ୍କ କାନ୍ଧରୁ ଚାପ କମାଇବ ତାହା ନୁହେଁ, ଶେଷ ଫଳାଫଳର ପରିମାଣ ମଧ୍ୟ ବଢିବ।

କୁମ୍ଭ: ଆପଣଙ୍କ ଉପର ଅଧିକାରୀମାନଙ୍କ କ୍ରୋଧର ଶିକାର ଆପଣ ଆଜି ହୋଇପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ। ଆପଣଙ୍କ ସହକର୍ମୀମାନେ ମଧ୍ୟ ଅଧାମନରେ ଆପଣଙ୍କୁ ସମର୍ଥନ ଦେବେ। କିନ୍ତୁ ସଂଧ୍ୟା ସମୟରେ ଆପଣ ଯାହା ଇଚ୍ଛା କରନ୍ତୁ। ବାହାରେ ଯାଇ ଖିଆ ପିଆ କରନ୍ତି ଓ ବୁଲାବୁଲି କରନ୍ତୁ।

ମୀନ: ଆଜି ଆପଣ ଯେଉଁ ଟଙ୍କା କାରବାର କରିବେ ସେଥିରେ ଠିକ ଭାବେ ହିସାବ ଓ ମୂଲ୍ୟାୟନ କରନ୍ତୁ। ତରବର ଭାବେ କାର୍ଯ୍ୟ କରନ୍ତୁ ନାହିଁ। ଆଜି କିଛି ନୂଆ ଜିନିଷ କିଣିପାରନ୍ତି।

ABOUT THE AUTHOR

...view details