ଓଡିଶା

odisha

ETV Bharat / bharat

ନଭେମ୍ବର ୪ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର ୪ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର ୪ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Nov 4, 2022, 12:00 AM IST

ମେଷ: ଆଶା କରିନଥିବା କିଛି ଘଟଣା ଘଟିପାରେ । ଚାପମୁକ୍ତ ହୋଇ କାମ କରନ୍ତୁ । କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ଚାକଚକ୍ୟକୁ ଗ୍ରହଣ କରନ୍ତୁ କାରଣ ଆଜି କିଛି ଗୀତ ନାଚ ଆପଣଙ୍କର ହୋଇପାରେ ।

ବୃଷ: ଆଜି ସମସ୍ତ ଭଲ ଜିନିଷରେ ଭରା ରହିବ ଏବଂ ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସମସ୍ତ ବ୍ୟସ୍ତତା ପଛରେ ଛାଡି ଦିଅନ୍ତୁ ଏବଂ ଆରାମରେ ନିଃଶ୍ୱାସ ନିଅନ୍ତୁ । ଆଜି ପ୍ରଫୁଲ୍ଲ ହୁଅନ୍ତୁ । ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

ମିଥୁନ: ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଛୋଟ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । ସଂଧ୍ୟା ସମୟରେ ଆପଣ କିଛି ବାକିଆ ଥିବା କାର୍ଯ୍ୟପ୍ରକଳ୍ପ ହାତକୁ ନେବେ ।

କର୍କଟ: ଆପଣ ଲୋକମାନଙ୍କ ମନକୁ ନିଜ କଥା କହିବା ଶକ୍ତି ଦ୍ଵାରା ଜିତିବେ । ଏହା ଦ୍ଵାରା ଆପଣଙ୍କ କାମ ମଧ୍ୟ ଶୀଘ୍ର ହେବ । ଅପରାହ୍ନରେ ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ । ସଚେତନ ରୁହନ୍ତୁ କାରଣ ଛୋଟ ପୀଡା ଆପଣଙ୍କୁ ହଇରାଣ କରିପାରେ ।

ସିଂହ: ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ ଓ ଆପଣଙ୍କୁ ତଳକୁ ଟାଣିବା ପାଇଁ କୁଟିଳ ଯୋଜନା କରିବେ ।

କନ୍ୟା: ଆଜି ଆପଣଙ୍କୁ ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ । ଆପଣ ନିଜ ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ, ଦୂରତା ବାଧକ ସାଜିବ ନାହିଁ । ଯଦି ସୌଭାଗ୍ୟବଶତଃ ଆପଣ ଆଜି ତାଙ୍କ ସହ ଏକାଠି ଥାନ୍ତି, ଘନିଷ୍ଠତା ଆହୁରି ବଢ଼ିବ । ଆପଣ ଭାବପ୍ରବଣ ଅଛନ୍ତି, ଏବଂ ନିଜ ପ୍ରେମ ପ୍ରତି ଉତ୍ସର୍ଗ କରିବା ପାଇଁ କବିତାର କିଛି ପଂକ୍ତି ଲେଖିପାରନ୍ତି ।

ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ଖରା ବେଳ ସୁଦ୍ଧା ଆପଣ କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ ।

ବିଛା: ଆପଣଙ୍କ ଆଜି ଦିନ ଶକ୍ତିସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ ଯାହା ଦ୍ଵାରା ଆପଣ ସଂଧ୍ୟାରେ ନଚାନଚି କରିପାରନ୍ତି ।

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ ।

ମକର: ସାଧାରଣତଃ ଆପଣ ଜଣେ ଶାନ୍ତ ଓ ପ୍ରକୃତିସ୍ଥ ବ୍ୟକ୍ତି । କିନ୍ତୁ ଆଜି ଆପଣଙ୍କ ରାଗ ଦେଖି ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିର ଦିନ ଆପଣଙ୍କ ଦିନ ନୁହେଁ ସେଥିପାଇଁ କାହା ସହ ଝଗଡା କରନ୍ତୁ ନାହିଁ । କହିବା ପୂର୍ବରୁ ଭାବନ୍ତୁ ଓ କୌଣସି ଗୁରୁତର ଭୁଲ କରିବା ପୂର୍ବରୁ ଥରେ ଆଗ କଥା ଭାବନ୍ତୁ ।

କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଆପଣଙ୍କ ବ୍ୟକ୍ତିଗତ ଜୀବନର ଜୀବନ୍ତ ପାର୍ଶ୍ଵକୁ ଆଗକୁ ଆଣନ୍ତୁ । ପିରବାର ସହ ମିଳିମିଶି ରହିବା ପାଇଁ ଚେଷ୍ଟା କରନ୍ତୁ ।

ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ ଏବଂ ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଅବଶ୍ୟ ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି; ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍ମକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ABOUT THE AUTHOR

...view details