ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତା ସ୍ୱାଦ ଚାଖିବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ୍ଳ ରହିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ତେଣୁ ଏହି ଅବସରରେ ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟକରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା କ୍ରମେକ୍ରମେ ସୁସ୍ଥ ହେବ । ଏପରିକି ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହୟୋଗ ପ୍ରଦାନ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦୀ ମାନେ ପରାଜୟ ବରଣ କରିବେ ।
ମିଥୁନ:ଜୀବନରେ ସହଜରେ ପରିପୂର୍ଣତା ଆସେନାହିଁ । ପରିବାରର ସଦସ୍ୟଙ୍କ ଲଢୁଆ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ମଧ୍ୟ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀ ମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅଶାନ୍ତ ରହିବ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଶାରୀରିକ ଓ ମାନସିକ ଅଶାନ୍ତି ଦେଖାଦେବ । ପାରିବାରିକ କଳହ ଦେଖାଦେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଲାଗିରହିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।
ସିଂହ: ଆପଣ ଧାର୍ମିକ ଏବଂ ଅନୁକୂଳ କାର୍ଯ୍ୟକଳାପରେ ମଜି ରହିପାରନ୍ତି, ତା ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆଜି ଦିନରେ ଆପଣ ବହୁତ ରାଗି ପାରନ୍ତି । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆଶା କରିପାରନ୍ତି । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ । ଆପଣ ମାନସିକ ଭାବରେ ହଇରାଣ ହୋଇପାରନ୍ତି, ଏବଂ ତାହାର ପ୍ରଥମ କାରଣ ଆପଣଙ୍କ ପିଲାମାନେ ହୋଇପାରନ୍ତି ।
କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତି ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।