ମେଷ: ଆଜି ଆପଣ ଭାରି ନିଶ୍ୱାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରି କାମ କରିବେ । ମନୋବଳ ଦୃଢକରି କାମ କରନ୍ତୁ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପରିବାର ସହ ବାହାରକୁ ଭ୍ରମଣରେ ଯାଇପାରନ୍ତି ।
ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ନିଜର ପେଟ ଯନ୍ତ୍ରଣା ଭୋଗ କରିବେ । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।
ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନଶିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।
କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।
ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ ।
କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ । ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ । ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି ।