ଓଡିଶା

odisha

ETV Bharat / bharat

29 ଜୁନ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - 29 ଜୁନ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

29 ଜୁନ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
29 ଜୁନ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Jun 29, 2021, 12:16 AM IST

ମେଷ : ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ, ଘଟଣାମୟ ରହିବ । ଆପଣ ସୋସିଆଲ୍‌ ନେଟ୍‌ୱର୍କରେ ବ୍ୟସ୍ତ ରହି ପାରନ୍ତି । ଆସନ୍ତା ଦିନମାନଙ୍କରେ ଆପଣଙ୍କର ନୂଆ ଯୋଗାଯୋଗ ନମ୍ବରଗୁଡିକ କାମରେ ଆସିପାରେ । ଆଶା କରାଯାଉନଥିବା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଆପଣଙ୍କର ବଡ ଏବଂ ବରିଷ୍ଠମାନଙ୍କ ଆଶୀର୍ବାଦ ପାଇ ଆପଣ ଖୁସି ହୋଇପାରନ୍ତି ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଦିନ । ବିଶେଷ କରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ ଏବଂ ବ୍ୟବସାୟରେ ବୃଦ୍ଧି ହୋଇପାରେ ଏବଂ ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଆପଣ ବରିଷ୍ଠଙ୍କ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ ।

ମିଥୁନ : ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣଙ୍କୁ ମାନ୍ଦାପଣ ଘେରି ରହିବ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

କର୍କଟ : ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା , ଧର୍ମ ଗ୍ରନ୍ଥ ପଢିବା , ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।

ସିଂହ : ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ବିଚାରଳାୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ ।

କନ୍ୟା : ଆଜି ଆପଣ ଖୁସି ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ । ଖର୍ଚ୍ଚର ପରିମାଣକୁ କମେଇବାକୁ ଇଚ୍ଛା କରିବେ କିନ୍ତୁ ଖର୍ଚ୍ଚ ବହୁଗୁଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।

ତୁଳା : ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣଙ୍କର ନିଜର ସନ୍ତାନମାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ବିଦ୍ୟାର୍ଥିମାନେ ସେମାନଙ୍କର ପଢାପଢିରେ କିଛି ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି । ଶିକ୍ଷା ବୃତ୍ତିଧାରୀଙ୍କ ପାଇଁ ଶୁଭଦିନ ନୁହେଁ । ଆପଣ ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା ଶୁଭଦାୟକ ନୁହେଁ । ନୂତନ ଦୁଃସାହାସିକ କାର୍ଯ୍ୟରେ ସଫଳତା ପାଇବେ ନାହିଁ । ଆପଣ ଜଣେ ପ୍ରିୟଜନଙ୍କୁ ଆଘାତ ଦେଇପାରନ୍ତି ।

ବିଛା : ଆପଣଙ୍କ ଉପରେ ବାହ୍ୟଚାପର ପ୍ରଭାବ ପଡିବାରୁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ଆପଣ ଶାନ୍ତ ଓ ଧିର ହେବାକୁ ଚେଷ୍ଟା କରନ୍ତୁ । ଚିନ୍ତା ଏବଂ ଅସୁସ୍ଥ ଶରୀର ଯୋଗୁଁ ହଡବଡେଇ ଯାଇପାରନ୍ତି । ଏଇ ସମୟରେ ଆପଣଙ୍କର ବନ୍ଧୁ ବାନ୍ଧବ ଆପଣଙ୍କୁ ହତୋତ୍ସାହିତ କରିପାରନ୍ତି । ଆର୍ଥିକ ଉନ୍ନତି ପାଇଁ ଦିନଟି ଆଦୌ ଶୁଭ ନୁହେଁ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ନିଜକୁ ଜଗନ୍ତୁ, ମିତବ୍ୟୟୀ ହୁଅନ୍ତୁ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ । ଆଜି ଦିନଟି ସୁଖ ଦୁଃଖର ମିଶ୍ରିତ ଦିନ ଅଟେ ।

ଧନୁ : ଆଜି ଦିନରେ ଆପଣ ଆପଣଙ୍କର ପ୍ରତିଦ୍ୱନ୍ଦୀମାନଙ୍କୁ ହରାଇ ପାରିବାରେ ସକ୍ଷମ ରହିବେ । ଆପଣ ସାରାଦିନ ସୁସ୍ଥ ଅନୁଭବ କରିବେ । ଆଜି ଆପଣ କିଛି ନୂଆ ଯୋଜନା କରିବେ । ସେଥିପାଇଁ ହିଁ ଆଜି ଦିନଟି ଉପଯୁକ୍ତ । ଆପଣ ଆପଣଙ୍କ ସାଙ୍ଗଙ୍କ ସହ ବାହାରକୁ ବୁଲିଯିବେ ଏବଂ ମଉଜ ମଜଲିସ୍‌ କରିବେ । ଏକ ଆନନ୍ଦମୟ ଆଧ୍ୟାତ୍ମିକ ଅନୁଭବ କରିବାର ଅଛି ।

ମକର : ଆଜି ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । ଆପଣଙ୍କର ଦାୟିତ୍ୱହିନ ବ୍ୟବହାର ପ୍ରତି ସତର୍କ ନ ରହିଲେ ନିଜର ପରିବାରର ସଦସ୍ୟ ଓ ପ୍ରିୟଜନଙ୍କ ସହ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ସେମାନଙ୍କୁ ଦୁଃଖିତ କରିବ । ପୁଞ୍ଜି ଲଗାଣର ଆଜି ସଫଳତା ହାସଲ କରିବେ । ଆପଣ ନିଜର ତୀକ୍ଷ୍ନ ବୁଦ୍ଧି ଓ ବିକାଶ ପ୍ରଦର୍ଶନ କରି ଅର୍ଥ ଲାଭ କରନ୍ତୁ । କୌଣସି ଲୋକର କୁଦୃଷ୍ଟି ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‍ ରହିନପାରେ । କିନ୍ତୁ ହଡବଡେଇ ଯାଆନ୍ତୁ ନାହିଁ ।

କୁମ୍ଭ : ଆଜି ଦିନଟି ସଫଳତାର ଦିନ ଅଟେ। ଆଜି ଆପଣଙ୍କ ମାନସିକ , ଶାରୀରିକ ଆଧ୍ୟାତ୍ମିକ ସୁସ୍ଥତା ବଜାୟ ରହିବ । ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଅଧିନରେ ବାହାରକୁ ବୁଲିବାକୁ ଯାଇପାରନ୍ତି । ଉପହାର ଦିଆ ନିଆ ଆପଣଙ୍କୁ ଆମୋଦିତ କରିପାରେ । ସୁଖାଦ୍ୟ ଭୋଜନ ଓ ପାନୀୟ ଗ୍ରହଣ କରି ନିଜକୁ ତୃପ୍ତ କରିପାରନ୍ତି ଏବଂ ବନ୍ଧୁଗହଣରେ ଭାବ ବିନିମୟରେ ଆନନ୍ଦ ଉପଭୋଗ କରିପାରନ୍ତି । ଆଜିର ଏହି ଅତୁଳନୀୟ ଦିନଟିକୁ ଯେତେ ସମ୍ଭବ ଉପଭୋଗ କରାଯାଇପାରେ । ଆଧ୍ୟାତ୍ମିକ ଭାବଧାରାରେ ଉଦଭୂଦ ହୋଇପାରନ୍ତି ଏବଂ ଭାବପ୍ରବଣ ହୋଇପାରନ୍ତି ।

ମୀନ : ଅତି ଲୋଭ ଶରୀରର କ୍ଷତି ସାଧନ କରିଥାଏ । ଏହି କଥା ଅନୁସାରେ ଅପ୍ରୀତିକର ପରିସ୍ଥିତି ଠାରୁ ଦୂରେଇ ରୁହନ୍ତୁ । ନୂଆକରି ପୁଞ୍ଜି ଲଗାଣରୁ କ୍ଷାନ୍ତ ହୁଅନ୍ତୁ । ଆପଣଙ୍କ ହାତରୁ ଟଙ୍କା ଖସିଯାଇପାରେ , ତେଣୁ ଆର୍ଥିକ ସ୍ଥିତିକୁ ଆଖି ଆଗରେ ରଖନ୍ତୁ ଏବଂ ଉନ୍ମାଦ ଲିପସାକୁ ପରିତ୍ୟାଗ କରନ୍ତୁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କୌଣସି କାର୍ଯ୍ୟରେ ମନ ଧ୍ୟାନ ଦେଇପାରିବେ ନାହିଁ । ନିଜ ପ୍ରିୟଜନଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ ।

ABOUT THE AUTHOR

...view details