ମେଷ: ଆପଣଙ୍କ ଆଜି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିବେ । ଯେପରି ଘର ସଜେଇବାରେ ଅଧିକ ସମୟ ଅତିବାହିତ କରିବେ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ, ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି ମଧ୍ୟ କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।
ମିଥୁନ:ସମସ୍ତ ଦୁଃଶ୍ଚିନ୍ତାକୁ ଦୂରେଇ ରୁହ । ଯଦି ଏହା ନକର ତେବେ ଦୁଃଖ କଷ୍ଟ ପାଇବ । ଏକ ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହି ଦିନଟି ତୁମ ସପକ୍ଷରେ ନୁହଁ । ଅଧିକ ରାଗିଯିବା ଭଲ ନୁହେଁ, ଏହା ତୁମ ଚାରିପାଖେ ଥିବା ଲୋକମାନଙ୍କ ସହ ବାଧା ଉପୁଜାଇ ପାରେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖ । ପୁରାପୁରି ଭାବରେ ଏକ ଭଲ ଦିନ ନୁହେଁ, ତଥାପି ଧ୍ୟାନ ବା ଯୋଗ ତୁମର ଚିନ୍ତା ଦୂର କରିବ ।
କର୍କଟ:ଏକ ସୁନ୍ଦର ସୁଯୋଗ ଆପଣଙ୍କ ପାଇଁ ଅପେକ୍ଷା କରିଛି । ହସ ଖୁସିରେ ଦିନଟି ଭରି ରହିଛି ବୋଲି ଜାତକରୁ ଜଣାପଡୁଛି । ଶାରୀରିକ ସ୍ଥରରେ ସୁସ୍ଥ ରହିବ । ଏବଂ ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଅ ଅଥବା ବୁଲାବୁଲିରେ ଯିବାକୁ ଭାବୁଥାଅ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଏହାଠୁ ଭଲଦିନ ଆଉ ନାହିଁ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରଶଂସା ଭାଜନ ହେବ ।
ସିଂହ:ବ୍ୟସ୍ତତା ଆପଣଙ୍କୁ ଆଜି ଅସୁବିଧାରେ ପକାଇପାରେ । ଦ୍ୱନ୍ଦ ଏବଂ ଦୁଃଖ ଆପଣଙ୍କୁ ଗୋଡେଇ ଧରିବ, ଯାହାଦ୍ୱାରା ଆପଣ ଅସ୍ଥିର ରହିବେ । କିଛି କାରଣବଶତଃ, ଆପଣ କାର୍ଯ୍ୟ କରିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ ପେଶାରେ ଆପଣ ସହକର୍ମୀଙ୍କଠାରୁ କମ୍ ସାହାଯ୍ୟ ସହଯୋଗ ପାଇବେ। ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ସନ୍ତାନ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୂରେଇ ରହିବାକୁ ପରାମର୍ଶ ।