ଓଡିଶା

odisha

ETV Bharat / bharat

Horoscope News: ଡିସେମ୍ବର ୨୪ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

By

Published : Dec 24, 2022, 6:48 AM IST

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ସହଜରେ ସଫଳତା ସ୍ୱାଦ ଚାଖିବେ । ଆଜି ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ତେଣୁ ଏହି ଅବସରରେ ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ ।

ବୃଷ: ଆଜି ଆପଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ନାହିଁ । ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଅସ୍ଥିରତା ଅନୁଭବ କରିବାର ସମ୍ଭାବନା ରହିଛି । ଆପଣଙ୍କ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ନାହିଁ ।

ମିଥୁନ:ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଏବଂ ମାନସିକ ଅବସ୍ଥା ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ନୂଆ ପୋଷାକପତ୍ର କିଣିିପାରନ୍ତି । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।

କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସି କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ ।

ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ ଯେହେତୁ ଦିନ ତାଙ୍କୁ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରନରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ ।

କନ୍ୟା:ଆଜି ଦିନଟି ସେତେ ଶୁଭଙ୍କର ନୁହେଁ । ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତଥିବା କାମକୁ ସମ୍ପୂର୍ଣ୍ଣ କରିପାରିବେ ନାହିଁ । ମନ ବିଭିନ୍ନ କାରଣରୁ ଅଶାନ୍ତ ରହିବ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟଗତ କାରଣରୁ ପତ୍ନୀଙ୍କର ଭର୍ତ୍ସନା ସହ୍ୟ କରିବାକୁ ପଡେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ ।

ତୁଳା:ନିଜମନକୁ ପ୍ରଫୁଲ୍ଲିତ କରିବା ପାଇଁ କୌଣସି ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିପାରନ୍ତି । ଜୀବନର ପ୍ରତି ସଫଳତା ପାଇବା ପାଇଁ ଭଗବାନ ହିଁ ଭରସା । ପତ୍ନୀ ଓ ସନ୍ତାନ ସନ୍ତତିଙ୍କ ଗହଣରେ ସୁଖରେ କାଳାତିପାତ କରିବେ । ଶତ୍ରୁଜୟ କରିବେ । ଆମୋଦ ପ୍ରମୋଦରେ ସମୟ କାଟିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ । ସନ୍ଧ୍ୟାରେ କାହାର କୋମଳ ଭାଷା ଆପଣଙ୍କ ହୃଦୟକୁ ଉଲ୍ଲସିତ କରିପାରେ ।

ବିଛା: ଆଜି ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । ଏହାର କୁପ୍ରଭାବ ସବୁକ୍ଷେତ୍ରରେ ଆପଣଙ୍କୁ ଅପଦସ୍ତ କରାଇବ । ଏପରିକି ଘରର ସଦସ୍ୟଙ୍କ ସହ ପାଟିତୁଣ୍ଡ ହୋଇ ସେମାନେ ଆପଣଙ୍କୁ ହେୟଜ୍ଞାନ କରିବେ । ଆପଣଙ୍କର ଦୃଢ ଅଟଳ ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇବ । ପ୍ରଥମେ ଆପଣ ରାଗିଯିବେ ମାତ୍ର ପଛରେ ଅନୁତାପ କରିପାରନ୍ତି ତେଣୁ ଶାନ୍ତ ରୁହନ୍ତୁ । ମନରେ ଦୁଶ୍ଚିନ୍ତା ଭର୍ତ୍ତିକଲେ ଏହାର କୁପ୍ରଭାବ ଶରୀର ଉପରେ ପଡିବ । ଛାତ୍ରଛାତ୍ରୀମାନେ ନିଜପାଠ ପଢା ପ୍ରତି ଅନାଗ୍ରହ ପ୍ରକାଶ କରିବେ ।

ଧନୁ: ପ୍ରୀୟଜନଙ୍କ ସହିତ ଆଜି ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସୀ ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା କ୍ରମେକ୍ରମେ ସୁସ୍ଥ ହେବ । ଏପରିକି ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦୀମାନେ ପରାଜୟ ବରଣ କରିବେ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ନୁହେଁ । ହତାସର ଦିନ । ସାମାଜିକ ଏବଂ ଧର୍ମ କାର୍ଯ୍ୟରେ ଆପଣ କେତେକ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ପ୍ରୀୟଜନମାନେ ସାହାଯ୍ୟକାରୀ ହୋଇ ନପାରନ୍ତି ଏବଂ ବନ୍ଧୁତ୍ୱ ଭାବ ଦେଖାଇ ନପାରନ୍ତି । ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାର ସମ୍ଭାବନା ରହିଛି । ତେଣୁ ଜଗିରଖି କାମ କରନ୍ତୁ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣଦିନ ରହିବ । ଏହି ସମୟ ଭିତରେ ଆପଣ ପ୍ରାପ୍ତ କରିଥିବା ଲାଭ ଯୋଗୁଁ ଖୁସି ହେବେ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ସମୟ । ବ୍ୟବସାୟ ବାଣିଜ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଫଳ ପ୍ରଦ ରହିବ । ଆପଣଙ୍କ ସମ୍ମାନ ଏବଂ ଲୋକପ୍ରୀୟତାରେ ବୃଦ୍ଧି ହେବ ।

ମୀନ: ଆଜି ଦିନ ଆପଣଙ୍କ ପାଇଁ ଏକ ପ୍ରୀତିକର ଏବଂ ଉତ୍ସାହିତ ଦିନ ରହିବ । ଲୋକେ ଆଜି ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ, ଆପଣ ଅନୁକୂଳ ଫଳାଫଳ ଆଶା କରିବେ । ବାକି ରହିଥିବା କାମ ଆଜି କରନ୍ତୁ ସଫଳତା ମିଳିବ । ବାପା ଏବଂ ବଡମାନଙ୍କ ଠାରୁ ଆପଣ ଲାଭ ପାଇବେ । ପରିବାର ସହ ସମୟ ଅତିବାହିତ କରନ୍ତୁ ।

ABOUT THE AUTHOR

...view details