ଓଡିଶା

odisha

ଅଗଷ୍ଟ 24 ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

By

Published : Aug 24, 2022, 12:01 AM IST

Published : Aug 24, 2022, 12:01 AM IST

ଅଗଷ୍ଟ 24 ରାଶିଫଳ
ଅଗଷ୍ଟ 24 ରାଶିଫଳ

ମେଷ:କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗିରହିବ। ସଂଧ୍ୟାରେ କିଛି କାର୍ଯ୍ୟ ପାଇଁ ଚକିତ ହୋଇପାରନ୍ତି । ଭଲ ସମୟ ପାଇଁ କ୍ୟାଣ୍ଡେଲ ଲାଇଟ, ଗୋଲାପ ଫୁଲ, ସଂଗୀତକୁ ବ୍ୟବହାର କରନ୍ତୁ। ଦେଖିବେ ଦିନଟି ଭଲରେ କଟିବ ।

ବୃଷ:ଆଜି ଦିନରେ ସମସ୍ତ ଆଶା ପୂର୍ଣାହେବାପରି ଲାଗିବ। ସହଜ କିନ୍ତୁ ଅଧିକ କାମ ମିଳିବ। ସନ୍ଧ୍ୟା ସମୟରେ ଖୁଶିଖବର୍ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ।

ମିଥୁନ:ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ। ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ।

କର୍କଟ:ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ । ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ ଯେପରିକି ଅଧିକ କ୍ଷତି ନହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ କିମ୍ୱା ଆପଣ ଅନ୍ୟଙ୍କ ବିରୋଧି ହେବେ ।

ସିଂହ: ଆପଣଙ୍କ ଦିନ ଆଜି ଅଧା ଅଧା ପରିସ୍ଥିତି ହେବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ବ୍ୟକ୍ତିଗତ କିମ୍ବା ପେଶାଗତ ହେଉ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସୀ ଅନୁଭବ କରିବେ । ଶାନ୍ତ ରହନ୍ତୁ ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।

କନ୍ୟା: ଆଜି ପରିବାର ସହିତ ସଂପର୍କ ମଜଭୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ ଏବଂ ତାଙ୍କ ସହିତ ହସଖୁସୀରେ ଦିନ ଅତିବାହିତ ହେବ । ଯଦି ସମ୍ଭବ, ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।

ତୁଳା:ଆଜି ଦିନ ବ୍ୟସ୍ତତାରେ ଭରା ରହିବ, ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ, ଯେଉଁଥିପାଇଁ ଆପଣ ଅଶାନ୍ତି ହୋଇ ପାରନ୍ତି । କାର୍ଯ୍ୟରେ, ପରିସ୍ଥିତି ଅନୁକୂଳ ହେବ ନାହିଁ ଯେତେତୁ ଆପଣ ଜାଣିବେ ଯେ ବରିଷ୍ଠମାନେ ଆପଣଙ୍କ କାମରେ ଅଶାନ୍ତି ଅଛନ୍ତି

ବିଛା:ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ ଯେତେତୁ ଏହା ନିଆଁରେ ଘିଅ ଢାଳିବା ଭଳି ହେବ ।

ଧନୁ:ଆପଣଙ୍କ ସକାଳ ପକ୍ଷୀ ଭଳି ଖୁସୀ ଏବଂ ସତର୍କ ରହିବ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ, ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସପୂର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି ।

ମକର:ଆଜି ଆପଣଙ୍କର ମିଷ୍ଟ ଭାଷା ଅନେକ ଅସୁବିଧା ଦୂର କରିବା ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କ ନୂଆ କାର୍‌ରେ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍‌ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।

କୁମ୍ଭ:ଯେହେତୁ ଆପଣ ଆଜି ସୃଜନଶୀଳ ମନୋବୃତ୍ତିରେ ଅଛନ୍ତି, ଅଫିସିଆଲ କାମରେ କମ୍‌ ଧ୍ୟାନ ରହିବ । ଆପଣଙ୍କର ସୃଜନଶୀଳ ରସ ପ୍ରବାହିତ ହେବାକୁ ଦିଅନ୍ତୁ । ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ; ଏକ ଚିଲ୍‌ ପିଲ୍‌ ନେଇ କୋହଳ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟରେ ପରିସ୍ଥିତି ଉନ୍ନତି କରିବ ।

ମୀନ:ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରି ଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍‌ କରିଦେଇପାରେ। ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ, ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ।

ABOUT THE AUTHOR

...view details