ଓଡିଶା

odisha

ETV Bharat / bharat

ଅଯଥା ଖର୍ଚ୍ଚଠାରୁ ଦୁରେଇ ରୁହନ୍ତୁ, ଆଗ୍ରହ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରୋତ୍ସାହନ କରିବ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ନଭେମ୍ବର 23 ରାଶିଫଳ
ନଭେମ୍ବର 23 ରାଶିଫଳ

By ETV Bharat Odisha Team

Published : Nov 22, 2023, 10:26 AM IST

Updated : Nov 23, 2023, 6:23 AM IST

ମେଷ:ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ପ୍ରଦାରକ ହେବ । ଆଜି ଆପଣ ସମ୍ପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ। ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ । ଯାହାକି ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଖୁସି ଦେବ । ଆପଣ ଗୋଟିଏ ସାମାଜିକ ସ୍ଥାନରେ ଏକାଠି ହେବା କିମ୍ବା ପାର୍ଟି କରିବାର ସମ୍ଭାବନା ଅଛି ।

ବୃଷ:ଆପଣଙ୍କ ପାଇଁ ଆଜିର ଦିନଟି ଶୁଭ ଅଟେ । ଆଜି ନକ୍ଷତ୍ରଗଣ ଆପଣଙ୍କ ଉପରେ ଢାଳିଥିବା ଖୁସିର ଆନନ୍ଦ ନିଅନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହର୍ଷ ଉଲ୍ଲାସରେ ବିତାଇ ପାରନ୍ତି । ସମ୍ଭବତଃ ଏହା ଏକ ଉତ୍ତମ ଚିନ୍ତାଧାରା ହେବ ଯଦି ଆପଣ ଅଗ୍ରୀମ ଭାବରେ ମୁଭି ଟିକେଟ୍‌ କ୍ରୟ କରିବେ ।

ମିଥୁନ: ଏହି ଦିନଟି ଆପଣଙ୍କ ପାଇଁ ଅଧିକ ଲାଭପ୍ରଦ ହେବ । ଅବିବାହିତମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ଏହା ମଧ୍ୟ ଆର୍ଥିକ ଲାଭ ପାଇଁ ଏକ ଉତ୍ତମ ଦିନ । ସାଙ୍ଗସାଥିଙ୍କ ସହ ଭେଟ କରିବା ଏବଂ ଖୁସିବାସୀ ବଣ୍ଟନ କରିବା ଦ୍ୱାରା ଆପଣ ଏକ ସଫଳତା ଦିନ ପାଇବେ । ବର୍ତ୍ତମାନ ସମସ୍ତ ଭଲ ଜିନିଷ ଏକା ସହିତ ଆସିବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପିଲାଙ୍କଠାରୁ ଭଲ ଖବର ପାଇବାର ଆଶା ଅଛି ।

କର୍କଟ: ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଦିନଟି ଶୁଭଙ୍କର ଅଟେ । ବିଦେଶରୁ ସୁଖବର ପ୍ରାପ୍ତି ଯୋଗ ରହିଛି । କୌଣସି ତୀର୍ଥସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି କିମ୍ୱା ଛୋଟକାଟିଆ ଯାତ୍ରାକରି ଆନନ୍ଦ ଉପଯୋଗ କରିପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ଜାରି ରହିବ । ନିଜର ବନ୍ଧୁ ଓ ପରିବାର ସହ ମଉଜ ମଜଲିସ କରିପାରନ୍ତି । ବୃତ୍ତିଧାରୀଙ୍କ ପାଇଁ ହଠାତ ଅର୍ଥପ୍ରାପ୍ତି ଯୋଗ ଅଛି । ବିଦେଶ ଯାତ୍ରା କିମ୍ବା ତୀର୍ଥଯାତ୍ରା ପାଇଁ ଆପଣ ଯୋଜନା କରିପାରନ୍ତି ।

ସିଂହ:ଆଜି ଦିନଟିରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । ଡାକ୍ତରୀ ଖର୍ଚ୍ଚ ଅପେକ୍ଷାକୃତ ଭାବରେ ବଢ଼ିପାରେ । ଆଜି ଆପଣ ବାହାରେ ନଖାଇବା ଶରୀର ପକ୍ଷରେ ହିତକାରକ । ସାରା ଦିନ କିଛି ପ୍ରତିକୂଳ ଭାବନା ଆପଣଙ୍କ ମନକୁ ବ୍ୟସ୍ତ କରିପାରେ । ସେଥିରୁ ଦୂରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି । ଧ୍ୟାନ ଏବଂ ଆଧ୍ୟାତ୍ମିକତା ଏହି ପ୍ରକାର ସମସ୍ୟାରୁ ଆପଣଙ୍କୁ ଦବରରେ ରଖିବାରେ ସାହାଯ୍ୟ କରିବ । ଆପଣଙ୍କୁ ମାନସିକ ଶାନ୍ତି ଦେବ ।

କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣ ସହଜରେ ନାମ ଏବଂ ଯଶ ଅର୍ଜନ କରିପାରନ୍ତି । ଆଜି ଆପଣଙ୍କର ବ୍ୟବସାୟ ଏବଂ ସେମାନଙ୍କ ବ୍ୟବସାୟ ଅଂଶୀଦାରମାନଙ୍କ ମଧ୍ୟରେ ଅନୁକୂଳ ଭାବନା ବଢ଼ି ରହିବ । ନୂତନ ବସ୍ତ୍ର କିଣିବାରେ ଆପଣ ଅଧିକ ଖୁସି ହେବେ । ବନ୍ଧୁମାନଙ୍କ ସହ ଗୋଟିଏ ଛୋଟିଆ ଯାତ୍ରା ଆପଣଙ୍କୁ ଅନେକ ଖୁସି ଦେବ ।

ତୁଳା: ଆଜି ଆପଣ ଶାରୀରିକ ପକ୍ଷେ ବେଶ୍‌ ସୁସ୍ଥ ରହିବେ । ପେଶା କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣ ସହକର୍ମୀ ଆପଣଙ୍କ ପାଇଁ ବଦ ସାହାଯ୍ୟକାରୀ ହେବେ । ଅଧିକ ଭାବରେ କହିବାକୁ ଗଲେ, ବ୍ୟକ୍ତିଗତ ଭାବରେ ଆପଣ ଆଜି ଦିନଟି ଆପଣଙ୍କ ପରିବାର ସହସ୍ୟଙ୍କ ସହ ଖୁସିବାସୀରେ କଟାଇବେ । ଆଜି ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଯାହାକି ଆପଣଙ୍କୁ ନାମ ଏବଂ ଯଶ ପ୍ରଦାନ କରିବ ।

ବିଛା: ଆପଣ ଆଜି ଦିନରେ ଖୋସାମତ କରିବାରୁ ବଞ୍ଚିତ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ପିଲାମାନଙ୍କ ସମ୍ପର୍କିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ପିଲାମାନଙ୍କ ପାଇଁ ସଫଳତାରୂପକ ସ୍ୱାଦ ସେମାନକୁ ପାଠପଢ଼ା ଦିଗରେ ଆଗକୁ ବଢ଼ିବା ପାଇଁ ଆଗ୍ରହ ଜନ୍ମାଇବ । ସେୟାର ବଜାରରେ ନିବେଶ କିମ୍ବା ବେଟିଙ୍ଗ୍ ବଜାରରେ ନିବେଶ କରିବାରୁ ଦୁରେଇ ରୁହନ୍ତୁ । ଯଦି ସମ୍ଭବ ଯାତ୍ରା କରନ୍ତୁ ନାହିଁ ।

ଧନୁ: ଆଜି ମାନସିକ ବ୍ୟସ୍ତତା ଯୋଗୁଁ ମନ ଶାନ୍ତିରେ ରହିବ ନାହିଁ । ଆପଣ ସାରାଦିନ ପରିବାରରେ ଅସନ୍ତୁଳନ ବାତାବରଣ ଯୋଗୁଁ ପରିବାର ସଦସ୍ୟଙ୍କୁ ଖୋସାମତ କରିବାରେ ଲାଗି ରହି ପାରନ୍ତି । ଯଦି ସମ୍ପତ୍ତି ସମ୍ବନ୍ଧିତ ଏହି ଘଟଣା ହୋଇଥାଏ, ତେବେ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଆଜି ଦିନରେ ଆର୍ଥିକ ହାନି ହୋଇପାରେ ।

ମକର: ଆପଣ ଆଜି ଦିନରେ ଅତି ଖୁସିରେ ଆପଣଙ୍କ ପରିବାର ଏବଂ ସାଙ୍ଗସାଥିଙ୍କ ସହ କଟାଇବେ । ଏକ ଆନନ୍ଦମୟ ଯାତ୍ରାର ସମ୍ଭାବନା ଅଛି । ସମ୍ପତ୍ତି ସମ୍ପର୍କିତ ମାମଲାରେ ସାବଧାନ ରୁହନ୍ତୁ । ପେଶାଦାର ଏବଂ ଛାତ୍ରମାନଙ୍କ ପାଇଁ ଅଧିକ ସୁବିଧାଜନକ ରହିପାରେ । ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦିକୁ ହଟାଇପାରନ୍ତି । ଆପଣଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ଆପଣଙ୍କୁ ଅସୁବିଧାରେ ପକାଇପାରିବ ନାହିଁ ।

କୁମ୍ଭ:ଆପଣଙ୍କ ପାଇଁ ବିଭିନ୍ନ ବିଷୟରେ ସିଦ୍ଧାନ୍ତ ନେବାରେ ଅନେକ କଷ୍ଟକର ହୋଇପାରେ । ଅଯଥା ଖର୍ଚ୍ଚଠାରୁ ଦୁରେଇ ରୁହନ୍ତୁ । ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ନ ରହିଲେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ । ଛାତ୍ରମାନଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । ହୁଏତ ସଫଳତା ପାଇବା ପାଇଁ ବିଛି ସମୟ ନେଇପାରେ । ଧୈର୍ଯ୍ୟ ରଖନ୍ତୁ ।

ମୀନ: ଆଜି ଆପଣ ମାନସିକ ଭାବରେ ଆରାମ ଏବଂ ଶାରୀରିକ ପକ୍ଷେ ବେଶ୍‌ ସୁସ୍ଥ ରହିବେ । ନୂଆ କାମ ହାତକୁ ନେବା ପାଇଁ ଆପଣଙ୍କ ଆଗ୍ରହ ଆପଣଙ୍କୁ ପ୍ରୋତ୍ସାହନ କରିବ । ଆପଣଙ୍କର ଘରୋଇ ଜୀବନ ବନ୍ଧୁତ୍ୱପୂର୍ଣ୍ଣ ରହିବ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଯାତ୍ରା କରିପାରନ୍ତି । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ମନ ଦେବେ ଏବଂ ତୀର୍ଥସ୍ଥାନ ଦର୍ଶନ କରିବେ ।

Last Updated : Nov 23, 2023, 6:23 AM IST

ABOUT THE AUTHOR

...view details