ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ମଜାଦାର ଦିନ ରହିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରିବାର ସହ ସମୟ ବିତାନ୍ତୁ । ଖୁସିରେ ରହିବା ପାଇଁ ଚେଷ୍ଟା ଜାରି ରଖନ୍ତୁ । ବନ୍ଧୁ ମିଳନ ହୋଇପାରେ ।
ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନ ରହିଛି ।ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ମାନସିକ ଅଶାନ୍ତି ଭୋଗିପାରନ୍ତି ।
ମିଥୁନ:ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିବ । ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ ଆଡକୁ ଟାଣିନେଇପାରେ । ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡା ପାଇବେ ।
ସିଂହ:ନୂତନ କାର୍ଯ୍ୟ୍ୟ କରିବାକୁ ଦିନଟି ଶୁଭ ଅଟେ । ଆପଣ ଯେକୌଣସି କାର୍ଯ୍ୟହାତକୁ ନେବେ ସେଥିରେ ସଫଳତା ମିଳିବ । ବ୍ୟବସାୟୀଙ୍କର ଆର୍ଥିକ ସ୍ଥିତି ବୃଦ୍ଧି ପାଇବାର ସମ୍ଭାବନା ଅଛି । ପରିବାରର ସଦସ୍ୟ ଓ ବନ୍ଧୁଙ୍କୁ ସାଙ୍ଗରେ ଧରି ବଣଭୋଜି କରିବାକୁ ଯିବେ । ଆମୋଦ ପ୍ରମୋଦରେ ସମୟ କାଟିବେ । ସାମାଜିକ ସମ୍ମାନ ମିଳିବା ସହ ଅର୍ଥଲାଭ ହୋଇପାରେ ।
କନ୍ୟା:ଆଜି ଦିନରେ ଆପଣଙ୍କ ଭାଗ୍ୟ ଉଜ୍ଜଳ ରହିବ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ ।
ତୁଳା: ଆଜି ଦିନଟିରେ ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି ।ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିବାସିର ଆସର ଜମିପାରେ ।ବାହାରକୁ ପରିଭ୍ରମଣରେ ଯିବାପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ।
ବିଛା: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି ।
ଧନୁ: ଆଜିର ଦିନ ବ୍ୟସ୍ତତାରେ କଟିବ । କାର୍ଯ୍ୟସ୍ଥଳରେ କାର୍ଯ୍ୟାଳୟରେ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଅର୍ଥ ପ୍ରାପ୍ତର ସୁଯୋଗ ରହିଛି । ଭ୍ରମଣର ସୁଯୋଗ ରହିଛି ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ, କର୍ମଚାରୀ, ଗୃହିଣୀ ଏବଂ ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ । ପାରିବାରିକ ଜୀବନ ଏବଂ ବୃତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।
କୁମ୍ଭ: ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦିୟ ମନୋବୃତିକୁ ପ୍ରତ୍ଯାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍ । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ ।
ମୀନ: ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ , ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷାକରନ୍ତୁ । କର୍ମଚାରୀ ମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି ।