ଓଡିଶା

odisha

ETV Bharat / bharat

Horoscope: ଜୁଲାଇ 22 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope of 22nd july
ଜୁଲାଇ 22 ରାଶିଫଳ

By

Published : Jul 22, 2023, 12:05 AM IST

ମେଷ:ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଅନୁଭବ କରିପାରନ୍ତି । ଆପଣଙ୍କ ପାଇଁ ବିଶ୍ରାମ ହେଇଛି ମୁଖ୍ୟ । ଭ୍ରମଣ କରିବାର ଥିଲେ ତାହାକୁ ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେ ତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।

ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । ଅବଶ୍ୟ, ସବୁଠାରୁ ଉତ୍ତମ ଯେ ଆପଣ ଯେପରି କରିପାରିବେ, ତାହା ସେଭଳି ଭଲ ହେବ । କିନ୍ତୁ, ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ତକର ହେବ ନାହିଁ । ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ । ଲକ୍ଷ୍ୟ ହୀନ ଭାବରେ ଘୁରି ବୁଲିବା ଅପେକ୍ଷା ଏହା ଅତିକମ୍‌ରେ ଭଲ ।

ମିଥୁନ: ମୋଟ୍‌ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କେବଳ ଗୋଟିଏ ପରାମର୍ଶ - ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ପାଣ୍ଠି ଆପଣଙ୍କ ପାଖରେ ଯେଥେଷ୍ଟ ଭାବରେ ଅଛି, ତେବେ ବି ନ ଭାବି ନ ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି ତୀବ୍ରତା ନାହିଁ, କୌଣସି ଭାଗଦୌଡ ନାହିଁ, କେବଳ ସାଧାରଣ, ଭଲ, ପରିବାର, ବନ୍ଧୁବର୍ଗ କିମ୍ୱା ପ୍ରିୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।

କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବା ଅପେକ୍ଷା, ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ବ୍ୟସ୍ତ ବିବ୍ରତ୍ତ ରହିବେ ।

ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ, ତେବେ ସବୁ ଠିକ୍‌ ହୋଇଯିବ । ଏହା ହିଁ ଆଜି ଘଟିବ, ଆପଣ ଯେତେବେଳେ ଅଧିକ ଆତ୍ମବିଶ୍ୱାସ ନିଜର ସମସ୍ତ କାରବାରରେ ପ୍ରଦର୍ଶନ କରିବେ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।

କନ୍ୟା:ରାଗିବା ଗୁଣ କାହା ପାଇଁ ବି ଭଲ ନୁହେଁ ଏବଂ ଏହା ଆପଣଙ୍କ ପାଇଁ ମଧ୍ୟ ଲାଗୁ ହେଉଛି । ଦିନସାରା ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଏକ ବିରକ୍ତିକର ପରିସ୍ଥିତିକୁ ଆଣି ଦେଇପାରେ । ଏହା ଅତି ଉତ୍ତମ ଯେ ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି, ଗର୍ବ ଅନୁଭବ କରିବା ଆପଣଙ୍କ ପାଇଁ କ୍ଷତିକାରକ ହେବ ଏବଂ ଏହା ଅତି ପ୍ରୀୟ ସାଙ୍ଗକୁ ମଧ୍ୟ ଆପଣଙ୍କଠାରୁ ଦୂରେଇ ଦେଇପାରେ ।

ତୁଳା: ଏହି ଦିନ ଆପଣଙ୍କ ପାଇଁ ଫଲପ୍ରଦ ରହିବ । ବିଭିନ୍ନ କ୍ଷେତ୍ରରେ ସଫଳତା ଯୋଗୁଁ ଆପଣଙ୍କର ଆୟରେ ବୃଦ୍ଧି ହେବ ଏବଂ ଆପଣ ଖୁସୀ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆଜି ଆପଣ ବନ୍ଧୁମାନଙ୍କ ସହିତ ଆନନ୍ଦବିଳାସରେ ସମୟ କାଟିପାରନ୍ତି କିନ୍ତୁ ଆପଣଙ୍କୁ ଉପକାର ମିଳିବ । ଏକ ପିକ୍‌ନିକ୍‌ ସ୍ଥାନକୁ ଗାଡି ଚଳାଇ ଯିବା କିମ୍ୱା ମହିଳା ସାଙ୍ଗଙ୍କ ନିର୍ଦ୍ଦିଷ୍ଟ ତାରିଖରେ ମିଶିବା ପାଇଁ ଆପଣ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ବିଛା:ଦିନଟି ଆପଣଙ୍କ ପାଇଁ ଅନୁକୂଳ ଶକ୍ତି ଏବଂ ଭଲ ଭାଗ୍ୟ ଆଣିବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାମରେ ଖୁସୀ ଏବଂ ସନ୍ତୁଷ୍ଟ ହେବେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଆରାମରେ ହୋଇଯିବ । ସାମାଜିକ ଖ୍ୟାତି ଏବଂ ପଦନ୍ନୋତି ମଧ୍ୟ ମିଳିପାରେ । ସଫଳତା ପାଇଁ ଉତ୍ସବ ପାଳନ କରନ୍ତୁ, ଯେହେତୁ ଆପଣଙ୍କ ପିଲାମାନେ ସେମାନଙ୍କର ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ଅତିକ୍ରମ କରିବେ ।

ଧନୁ: ଆପଣଙ୍କ ଦେହ ସାମନ୍ୟ ଅସସ୍ଥ ରହିପାରେ । ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ । ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ମକର: ଆକସ୍ମିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଏହା ଦୁଇଟି କାରଣରୁ ହୋଇପାରେ: ସ୍ୱାସ୍ଥ୍ୟ ସମସ୍ୟା କିମ୍ୱା ସାମାଜିକ କାରଣରୁ ବାହାରକୁ ଯିବା । ରାସ୍ତା କଡରେ ଥିବା ଢାବାରେ ଖାଇଲାବେଳେ ସତର୍କ ରହନ୍ତୁ । ଏହି ସବୁ ପ୍ରତିକୂଳ ଜିନିଷ ପାଇଁ ନିଜର ଅସମ୍ମତି ଦେଖାନ୍ତୁ ଯାହାକି ଆପଣଙ୍କ ଭାବନା ପ୍ରଣାଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ ।

କୁମ୍ଭ: ଆଜିଦିନ ଆପଣଙ୍କ ପାଇଁ ଉତ୍ସାହରେ ଭରି ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ଆତ୍ମ ବିଶ୍ୱାସ ଆପଣଙ୍କ ପାଇଁ ମ୍ୟାଜିକ ସୃଷ୍ଟି କରିବ ଏବଂ ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ଠିକ୍‌ ସମୟରେ ସମାପ୍ତ କରିବେ । ନୂଆ ପୋଷାକ ଏବଂ ଏହାର ଆନୁସଙ୍ଗିକ ଜିନିଷ କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ, ଏପରିକି ଯଦି ଇଚ୍ଛା କରୁଛନ୍ତି, ଏକ ନୂଆ ଗାଡି ମଧ୍ୟ କିଣି ପାରନ୍ତି ।

ମୀନ:ନକ୍ଷତ୍ର ପ୍ରଭାବରେ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ଶାନ୍ତ ରହିବ । ଘରେ ଏକ ଶାନ୍ତ ବାତାବରଣ ଏବଂ ଏକ ସହଯୋଗୀ କାର୍ଯ୍ୟ ପରିବେଶ ଆପଣଙ୍କୁ ଖୁସୀ ଏବଂ ସନ୍ତୁଷ୍ଟ କରିବ । ଏହି ପରିସ୍ଥିତିରେ ଆକ୍ରମଣାତ୍ମକ ହୁଅନ୍ତୁ ନାହିଁ ଯେଉଁଠାରେ ମିଠା କଥା କହି ଆପଣ ସହଜରେ କାମ କରାଇ ପାରିବେ । ଆପଣଙ୍କ ମାଆଙ୍କ ଆଡୁ ଆପଣ ଭଲ ଖବର ଆଶା କରୁଛନ୍ତି କି ? ଏହା ନିଶ୍ଚିତ ମିଳିବ ।

ABOUT THE AUTHOR

...view details