ମେଷ: ଆଧ୍ୟାତ୍ମିକ ଭାବରେ କହିଲେ, ଆଜି ଆପଣ କିଛି ଅଭୁତପୁର୍ବ ଅନୁଭବ କରିପାରନ୍ତି । ସମସ୍ତ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟମୟ ଜିନିଷ ଆପଣଙ୍କୁ ଆକର୍ଷଣ କରିବ । ଆପଣଙ୍କ ମନ ଭିତରେ ଏଗୁଡିକ ପାଇଁ ଏକ ଗଭୀର ସଂପର୍କ ଅନୁଭବ କରିବେ । ଏଭଳି ଅନୁଭବ କରିବେ ଯେ ଆଧ୍ୟାତ୍ମିକ ଭାବରେ ଆପଣ ପରିପକ୍ୱ ହୋଇଛନ୍ତି । ଅବଶ୍ୟ, ନିଶ୍ଚିତ କରନ୍ତୁ ଯେ ଆପଣ ଏଭଳି ବିଶ୍ୱାସ କରନ୍ତୁ ନାହିଁ ଯେ ଆପଣ ଅନ୍ୟମାନଙ୍କ ଅପେକ୍ଷା ଉପରେ ଅଛନ୍ତି ।
ବୃଷ: ପରିବାର ସଦସ୍ୟ ହିସାବରେ ଆପଣଙ୍କର ଜୀବନ ସୁନ୍ଦର ରହିବ। ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ଖାଦ୍ୟ ଖାଇବା ସହିତ ହସଖୁସିରେ ସମୟ ବିତାଇବେ । ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କ ଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ଆପଣ ଆଜି ଏକ ଆଶୀର୍ବାଦ ପ୍ରାପ୍ତ କରିଥିବା ଆତ୍ମା !
ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ। ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ। କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ।
କର୍କଟ: ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହୋଇପାରନ୍ତି । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରେ ।
ସିଂହ:ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ। ଆଜି ଆପଣ ହଠାତ ରାଗିଯାଇପାରନ୍ତି। ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବହି ଯାଇପାରନ୍ତି।
କନ୍ୟା: ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା । ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳି ଥାଆନ୍ତି ସେଥିପାଇଁ ଆପଣ ପ୍ରଶଂସା ପାଇବେ। ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛନ୍ତି।