ମେଷ:ଆଜି, ଆପଣଙ୍କ ପାଇଁ ଏକ ମାନ୍ଦା ଦିନ ଅଟେ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥୀର ଅନୁଭବ କରିପାରନ୍ତି । ଯେହେତୁ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ, ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।
ବୃଷ: କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରମ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନପାରେ । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ପାର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।
ମିଥୁନ: ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ, ତାହା ନୁହେଁ, ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ପୋଷାକପତ୍ର ବଦଳାଇବାର ଆଶା ପୁରଣ ହେବ । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।
କର୍କଟ: ଆଜି, ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସୀ କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ ।
ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ ଯେହେତୁ ଦିନ ତାଙ୍କୁ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ ।
କନ୍ୟା:ଦିନଟି ଭଲ ନୁହେଁ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତ ଭେଦ ହେବ । ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ପାଣିକୁ ଡରିବେ । ସ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବ ।