ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି ।
ବୃଷ: ଆଶ୍ଚର୍ଯଯ୍ୟଜନକ ଭାବରେ ଆଜିର ଦିନ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ ଚିନ୍ତାରେ ଦିନ କଟିବ । ଭାବିଚିନ୍ତି କାମ କରନ୍ତୁ । ଆଜି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ ।
ମିଥୁନ: ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।
କର୍କଟ: ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ ।
ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ଭାବିଚିନ୍ତି ଟଙ୍କା ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ଟଙ୍କା ଆପଣଙ୍କ ପାଖରେ ଯଥେଷ୍ଟ ଭାବରେ ଅଛି, ତେବେ ଭାବି ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ । ଆଜି ଦିନ ହେଉଛି ଶାନ୍ତ ଏବଂ ଆକସ୍ମିକର ଦିନ । କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ପ୍ରିୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।
କନ୍ୟା: ଆଜି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି । ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ । ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।