ଓଡିଶା

odisha

ETV Bharat / bharat

Horoscope: ଅଗଷ୍ଟ 17 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

By

Published : Aug 17, 2023, 12:01 AM IST

Updated : Aug 17, 2023, 6:33 AM IST

Horoscope
Horoscope

ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ। ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ। ହସ ଖୁସିରେ ଦିନଟି କଟିବ।

ବୃଷ: ଆଜି ଆପଣ ନିଜ ଇଚ୍ଛା ଅନୁସାର କାମ କରିବେ। ମାନସିକ ଭାବେ ଶାନ୍ତି ପାଇବେ। ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ। ଶାରୀରିକ ସୁସ୍ଥତା ବଜାୟୀ ରହିବ। ନିଜର ବନ୍ଧୁ ଓ ପରିବାରର ସଦସ୍ୟମାନଙ୍କ ସହ ପରିଭ୍ରମଣରେ ଯିବାକୁ ମନସ୍ଥ କରିବେ

ମିଥୁନ: ଆଜି ଆକର୍ଷଣୀୟ ପୋଷାକ ପିନ୍ଧନ୍ତୁ। ଆପଣଙ୍କ ଚାରିପାଖରେ ଥିବା ଲୋକ ମତାମତ ଦେଇପାରନ୍ତି। ଆଜି ଆପଣଙ୍କୁ ସେଲିବ୍ରିଟି ଭଳି ଲାଗିବ। ଆୟରେ ବୃଦ୍ଧି ଓ ଧନ ଲାଭ ହେବ। ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ।

କର୍କଟ: ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ। ଆପଣଙ୍କୁ କିଛି ଜଣ ଇର୍ସା କରିପାରନ୍ତି। ତେଣୁ ହାତେ ମାପି ଚାଖଣ୍ଡେ ଚାଲିଲା ଭଳି କାମ କରିବେ। କୌଣସି କାମ କରିବା ପୂର୍ବରୁ ସତର୍କତାର ସହ କରନ୍ତୁ। ଗାୟତ୍ରୀ ସ୍ରୋତ ପାଠ କରନ୍ତୁ।

ସିଂହ: ଆଜି ଆପଣାଙ୍କ ଦେହ ଖରାପ ହୋଇପାରେ। ତେଣୁ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ବ୍ୟାୟାମ କରନ୍ତୁ। ରାଗ ବଦଳରେ ନିଜ ଯୋଜନା ଉପରେ ଭରସା ରଖନ୍ତୁ। ଆପଣଙ୍କର ମାନଶିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ।

କନ୍ୟା: ଆଜି ଆପଣ ପ୍ରଶଂସିତ ହୋଇପାରନ୍ତି। ବିଦେଶୀ ବନ୍ଧୁମାନଙ୍କଠାରୁ କିଛି ସମ୍ବାଦ ପାଇବେ । ନିଜ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। ବହୁ କଠିନ ସଂପର୍କ ଦ୍ୱାରା ମନ ପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ଆପଣଙ୍କ ଜୀବନସାଥିଙ୍କ ସହ ଆଲୋଚନା କରିବେ।

ତୁଳା: ଆଜି ଆପଣଙ୍କୁ ଧନ, ମନ ଓ ଶରୀରର ସୁସ୍ଥତା ପାଇଁ ଖୋରାକ ଯୋଗାଇବ। ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ। ପରିବାର ସହିତ ଏକ ନୂଆ ସ୍ଥାନକୁ ବୁଲିବାକୁ ଯୋଜନା କରିପାରନ୍ତି।

ବିଛା: ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି। ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସମୟ ଭଲରେ କଟିବ। ସାଙ୍ଗସାଥିମାନଙ୍କ ସହିତ ଖୁସିରେ ସମୟ ବିତାଇବ। ସାଙ୍ଗସାଥିଙ୍କ ସହ ବୁଲିବାକୁ ଯାଇପାରନ୍ତି।

ଧନୁ: ଆଜି ଆପଣ ପରିଶ୍ରମରୁ ମୁକ୍ତି ପାଇବେ। ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ। ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ମକର: ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ। କାର୍ଯ୍ୟସ୍ଥଳରେ ପ୍ରଶଂସିତ ହେବେ। ନୂଆ ପଦବୀ ମିଳିପାରେ। ବାକି ରହିଥିବା କାମ ପୁରା ହେବ। କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ।

କୁମ୍ଭ:ଆଜି କାମରେ ଲାଭ ମିଳିବ। ବନ୍ଧୁ ପରିଜନଙ୍କ ସହ ସମ୍ପର୍କ ଭଲ ରହିବ। ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି। ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ମୀନ: ଆଜି କିଛି ନୂଆ ମନ୍ଦିରକୁ ଯିବାର ସମ୍ଭାବନା ରହିଛି। ଆଜି କୌଣସି ନୂଆ କାମ ମିଳିପାରେ। ଅବିବାହିତ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ। ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ।

Last Updated : Aug 17, 2023, 6:33 AM IST

ABOUT THE AUTHOR

...view details