ମେଷ :ଆଜିର ଦିନଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଏତେଟା ଭଲ ନାହିଁ । ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି, କିନ୍ତୁ ଏହାକୁ ନେଇ ଯୁକ୍ତିତର୍କ ହୋଇପାରେ, ତେଣୁ ଏଥିରୁ ଦୁରେଇ ରୁହନ୍ତୁ। ବ୍ୟସ୍ତତା ଭିତରେ ଗତି କରିବେ ।ରାତି ସାରା ଆନିଦ୍ରା ରହିପାରନ୍ତି । ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଅସୁସ୍ଥ ହୋଇ ପଡିବେ । ଭ୍ରମଣ ଯୋଜନା ଯଦି ରହିଛି ତେବେ ଅନ୍ୟ କୌଣସି ଦିନ ପାଇଁ ଧାର୍ଯ୍ୟ କରନ୍ତୁ । ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।
ବୃଷ: କୌଣସି ଖବର ପାଇଁ ବ୍ୟସ୍ଥତା ଅନୁଭବ କରିବେ । ଦୈନନ୍ଦିନ କାର୍ଯ୍ୟକୁ ସୁଚାରରୂପେ ତୁଲାଇବେ । ଆଜି ଆପଣ ସଂପୁର୍ଣ୍ଣ ଭାବରେ ସକ୍ରିୟ ରହିବେ, ଆପଣଙ୍କ ଭାଇ ଭଉଣୀଙ୍କ ସହିତ ତାଳମେଳରେ ଉନ୍ନତି ହେବ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ମହିଳା ମାନେ ସ୍ବାମୀଙ୍କୁ ରୁଚିକର ଖାଦ୍ୟ ଖାଇବାକୁ ଦିଅନ୍ତୁ, ଉପହାର ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ, କାଉକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ ଶୁଭ ଫଳ ପ୍ରାପ୍ତି ହେବ ।
ମିଥୁନ:ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ,ଯେହେତୁ ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନତ ମଧ୍ୟ ଭାବରେ ପରିସ୍ଥିତିରେ ଉନ୍ନତି ହେବ । ଭଗବାନ ଶୀବଙ୍କ ମୁଣ୍ଡରେ ଦୁଦୁରା ଫୁଲ ଅର୍ପଣ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।
କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ | ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ | ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ | ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ | ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ | ପରିବାର ସହ ନିଜର ଦୁଋଖ ବାଣ୍ଟନ୍ତୁ ନଚେତ କୌମଶଇ କଓଳଆ ଶଅତଆଖଉ ଯଆନ୍ତୁ । ପଷୁଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
ସିଂହ: ଦିନର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ୟେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ | ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ | ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ | ତୁଚ୍ଛକଥାକୁ ନେଇ ମୁଁହ ହୁଡାହୁଡି ହେବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ୟତ୍ନନେବା ବାଞ୍ଛନୀୟ ଅଟେ | ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣ ଶାନ୍ତ ରୁହନ୍ତୁ | ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ | ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ | ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ ।
କନ୍ୟା: ଦିନର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରୟୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ ।ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେସଙ୍ଗେ ଭୁଲବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ, ସତର୍କତା ଅବଲମ୍ଵନ କରନ୍ତୁ |