ଓଡିଶା

odisha

ETV Bharat / bharat

ଅଗଷ୍ଟ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଅଗଷ୍ଟ ୧୬ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Aug 16, 2022, 12:01 AM IST

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ରହିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ସମସ୍ୟା ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କତାର ସହ କାମ କରନ୍ତୁ ।

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୁଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭ ଜନକ ସାବ୍ୟସ୍ତ ହେବ । ଦୂର ଯାତ୍ରାରେ ଯାଇପାରନ୍ତି । ପରିବାର ସହ ସମୟ ବିତିବ ।

ମିଥୁନ: ଆଜି ଦିନଟିରେ ବହୁଦିଗରୁ ଲାଭବାନ ହୋଇପାରନ୍ତି । ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟି କାଟିବେ । ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି ।

କର୍କଟ: ବିଦେଶରୁ ଶୁଭ କିମ୍ୱା ଖୁସୀ ଖବର ଆସିବାର ସମ୍ଭାବନା ରହିଛି । ବିଦେଶରେ ବାହାଘରର ପ୍ରସ୍ତାବ ଆସିବ । ବନ୍ଧୁମିଳନ ହୋଇପାରେ । ଆଜି ଆପଣଙ୍କ ଘରରୁ ଅତିଥି ଆସିପାରନ୍ତି । ପରିବାର ସହ ଆନନ୍ଦରେ ସମୟ ବିତିବ ।

ସିଂହ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନଶିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ ।

କନ୍ୟା: ଆଜି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କାଲିଦିନ ଠାରୁ ଦିନ ଆପଣଙ୍କ ସପକ୍ଷରେ ରହିବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପେଶାଗତ କ୍ଷେତ୍ରରେ ଆପଣଙ୍କ ପୁରସ୍କୃତ ହେବେ । ଆପଣଙ୍କ ମୁହଁରେ ଫୁଟୁଥିବା ହସ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ପରିବାର ସହ ଦିନଟି ବିତେଇବା ପାଇଁ ଚେଷ୍ଟା କରନ୍ତୁ ।

ତୁଳା: ଆଜି ଦିନଟି ଶୁଭ ରହିବ କହି ପୂର୍ବାନୁମାନ କରାଯାଉଛି । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଏହାସହ ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ ।

ବିଛା: ଅଯଥାରେ କାହା ସଙ୍ଗରେ ବଚସା କରନ୍ତୁ ନାହିଁ । ସନ୍ତାନମାନଙ୍କ ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ ।ଯଦି ହୁଏ ଭ୍ରମଣକୁ ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବା ପାଇଁ ଆଜି ଏକ ଶୁଭଦିନ ଅଟେ ।

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ତେଣୁ ଆଜି ଗୃହ ପରିବେଶ ଅଶାନ୍ତ ରହିବ । ସମ୍ପତ୍ତି ସମ୍ପର୍କୀୟ କୌଣସି ଘଟଣାରେ ନିଜକୁ ଜଡିତ କରନ୍ତୁ ନାହିଁ । ଆର୍ଥିକ ଅନାଟନ ଲାଗିରହିବ । ନିଜେ ଅପମାନିତ ହେବା ସ୍ଥାନଠାରୁ ନିଜକୁ ଦୂରେଇ ରଖନ୍ତୁ ।

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି । ନିଜର ସମ୍ପତ୍ତି ସମ୍ପର୍କିତ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ବୃତ୍ତିଧାରୀ ଓ ବିଦ୍ୟାର୍ଥୀମନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ନିର୍ବାସିତ କରିପାରିବେ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଅଟେ ।

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସଙ୍ଗେ ସଙ୍ଗେ ଝଗଡା ଲାଗିପାରେ । ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ । ଅଳ୍ପ ସମୟ ମଧ୍ୟରେ ଆପଣଙ୍କପାଇଁ ସଫଳତା ଦ୍ୱାରଦେଶରେ ପହଞ୍ଚିଯିବେ ।

ମୀନ: ଆପଣଙ୍କ ପାଇଁ ଆଜି ହେଉଛି ଏକ ଭାଗ୍ୟଶାଳୀ ଦିନ । ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ଏବଂ ମଜଭୁତ ଶକ୍ତି ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ ଏବଂ ବ୍ୟବସାୟୀକ-ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ । ଜଗିରଖ୍ ଖର୍ଚ୍ଚ କରନ୍ତୁ ।

ABOUT THE AUTHOR

...view details