ଓଡିଶା

odisha

ETV Bharat / bharat

ନଭେମ୍ବର ୧୫ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ରାଶିଫଳ
ରାଶିଫଳ

By

Published : Nov 15, 2022, 5:30 AM IST

ମେଷ: ଆଜି ଆପଣ କିଛି ନୂଆ କାମ କରିପାରନ୍ତି । ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପାରିବାରିକ ଜୀବନ ଖୁସିରେ କଟିବ । କାର୍ଯ୍ୟ ଆରମ୍ଭ କରିବା ଆଗରୁ ଭଗବାନଙ୍କ ଆର୍ଶିବାଦ ନିଅନ୍ତୁ ।

ବୃଷ: ଆପଣଙ୍କ ପ୍ରେମ ଜୀବନରେ ଗ୍ରହଣଶୀଳତା ଓ ସମ୍ଵେ୍ଦନଶୀଳତାର ବହୁତ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଆପଣଙ୍କ ନକାରାତ୍ମକତା ଗୁଣ ଯୋଗୁଁ ମଧ୍ୟବର୍ତ୍ତୀ ସ୍ତରର ଫଳାଫଳ ଦେଇପାରେ । ଅନ୍ୟମାନଙ୍କ ସମସ୍ୟା ସମୟରେ ଆପଣ ଜଣେ ଯୋଦ୍ଧା ହୋଇଯାଆନ୍ତି କିନ୍ତୁ ନିଜ ଘର କଥା ଭୁଲିଯାଆନ୍ତି । ତେଣୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ମିଥୁନ: ଆଜି ଆପଣ ବହୁତ ପରିଶ୍ରମ କରିବେ । ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନେ ଆପଣଙ୍କର ଅନେକ ପ୍ରଶଂସା କରିବେ । ପଦନ୍ନୋତିର ସମ୍ଭବାନା ରହିଛି । ଅଫିସ କାର୍ଯ୍ୟରେ ବାହାରକୁ ଯାଇପାରନ୍ତି ।

କର୍କଟ: ଆଜି ଆପଣଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଓ ଚିତ୍ତାକର୍ଷକ ଦିନ । ଆପଣ ଆପଣଙ୍କ ବସ୍‍ ଓ ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଶିଖିବେ ଓ ପାଇବେ । ସହକର୍ମୀ ଓ ଭାଇଭଉଣୀମାନେ ଆପଣଙ୍କୁ ସାହାଯ୍ୟର ହାତ ବଢେଇବେ । ଆପଣ କୌଣସି ଆଇନଗତ ଯୁଦ୍ଧ ଜିତିବା ବହୁତ କଷ୍ଟ ସେଥିପାଇଁ କୋର୍ଟ ବାହାରେ ବନ୍ଦୋବସ୍ତ କରିବା ଆପଣଙ୍କ ପାଇଁ ସବୁଠାରୁ ଭଲ ସୁଯୋଗ ହେବ ।

ସିଂହ: ଆଜି ଆପଣଙ୍କ ଭିତରେ ଥିବା ବେପାରୀ ରୂପ ବାହାରକୁ ଆସିବ । ଲାଭଦାୟକ ସ୍ଥାନ ଦେଖିବାର ଆପଣଙ୍କ ଅଭିଜ୍ଞତା ଦ୍ଵାରା ଆପଣ ତୁରନ୍ତ ସୁଯୋଗଗୁଡିକ ଚିହ୍ନଟ କରିପାରିବେ ଓ ଶସ୍ତାରେ ଜିନିଷଗୁଡିକ କିଣି ଅଧିକ ଦରରେ ବିକ୍ରି କରି ଭଲ ଲାଭ ପାଇପାରିବେ । ବ୍ୟବସାୟରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ ।

କନ୍ୟା: ଆଜି ଯାହା ସ୍ପଷ୍ଟ ଜଣା ପଡୁଛି ଆପଣ କିଛି ଲେଖା ଲେଖି କିମ୍ଵା କୌଣସି କଳା କାର୍ଯ୍ୟ କରିପାରନ୍ତି ଓ ସେଥିରେ ଆପଣଙ୍କୁ ବହୁତ ଭଲ ଫଳ ମିଳିବ । ପରିବାର ଲୋକଙ୍କ ଠାରୁ ପୁରଷ୍କୃତ ହୋଇପାରନ୍ତି । ଆଜି କିଛି ନୂଆ କାମ ହାତକୁ ନେବାର ସମ୍ଭାବନା ରହିଛି ।

ତୁଳା: ଆପଣଙ୍କ ପରିବାର ପାଇଁ ଥିବା ଭଲପାଇବା ଆହୁରି ବଢିବ । ଆଜି ଆପଣ ନେଇଥିବା ସହାୟତା ଦାୟିତ୍ଵଗୁଡିକ ପୂରଣ କରିବେ । ଘରେ ଆପଣଙ୍କ ଭାଗ୍ୟ ସହିତ ସମସ୍ତ ଭଲ ଜିନିଷ ହେବା ଆରମ୍ଭ ହୋଇଥାଏ ।

ବିଛା: ଆଜି କାମ ଓ ଘର ମଧ୍ୟରେ ଥିବା ସମ୍ପର୍କ ମଧ୍ୟରେ ଉପଯୁକ୍ତ ସନ୍ତୁଳନତା ଆପଣଙ୍କ ସର୍ବୋତ୍ତମ ରୂପ ବାହାରକୁ ଆଣିବ । ଆପଣ ଆପଣଙ୍କ କାର୍ଯ୍ୟସ୍ଥଳରେ ବସି ମୁଣ୍ଡ ଖଟେଇବାରେ ବହୁତା ସମୟ ଖର୍ଚ୍ଚ କରିବେ । ଅବଶ୍ୟ ସଂଧ୍ୟା ସମୟରେ ମାନସିକ ବ୍ୟାୟାମ ବଦଳରେ ଆପଣ ବନ୍ଧୁ ଓ ପରିବାର ସହିତ ମଉଜ ମଜଲିସ୍‍ରେ ସମୟ କାଟିବେ ।

ଧନୁ: ଆଜି ଆପଣ ରାସ୍ତା ଜାମର ସମ୍ମୁଖୀନ ହୋଇପାରନ୍ତି । ସମସ୍ୟା ଆସିଲେ ବି ଭାଙ୍ଗିନପଡି କାର୍ଯ୍ୟ କରନ୍ତୁ । ଚାପଗ୍ରସ୍ତ ହୋଇ କିଛି କରନ୍ତୁ ନାହିଁ । ଇଚ୍ଛା ଅନୁଯାୟୀ କାର୍ଯ୍ୟ କରନ୍ତୁ ।

ମକର: ଆଜି ଦିନଟି ଶୁଭଫଳ ଦେବ ବୋଲି ଅନୁମାନ କରାଯାଉଅଛି । ସଫଳତା, ଭୌତିକ ଲାଭ, ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ଆପଣ ଲଟେରୀ ମଧ୍ୟ ଜିତିପାରିବେ, ତେବେ ଏହା ଆପଣଙ୍କ ପାଇଁ ଅସ୍ୱାଭାବିକ ହୋଇପାରେ । ତେଣୁ ନିଜର କାର୍ଯ୍ୟଦକ୍ଷତାର ପରିଣାମସ୍ୱରୂପ ଲାଭ ମିଳିବ ଏବଂ ଏପରିକି ଯେଉଁ ଉତ୍ସକୁ ଆପଣ ଉତ୍ପାଦନକ୍ଷମ ନୁହେଁ ବୋଲି ଘୋଷଣା କରିସାରିଛନ୍ତି, ସେଠାରୁ ମଧ୍ୟ ଲାଭ ମିଳିପାରେ ।

କୁମ୍ଭ: ଆଜି ବିଶେଷକରି ଜ୍ୟୋତିର୍ବିଦ, ଚିକିତ୍ସକ, ଆଧ୍ୟାତ୍ମିକ ମାର୍ଗଦର୍ଶନ ଓ ଗୁରୁମାନଙ୍କ ପାଇଁ ଏକ ଶୁଭ ଦିନ । ଆଜି ଆପଣଙ୍କୁ ଚ୍ୟାଲେଞ୍ଜ କରିବା ପୂର୍ବରୁ ଜଣେ ଦୁଇ ଥର ଭାବିବେ । ଆପଣଙ୍କ ଭାଷାକୋଷରେ ଲୋଭ ଶବ୍ଦ ନାହିଁ ଓ ଆଜି ଆପଣ ମାନବତା ପାଇଁ କାମ କରିବାକୁ ଅଧିକ ପ୍ରୋତ୍ସାହିତ ହେବେ ।

ମୀନ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । ଅବଶ୍ୟ, ସବୁଠାରୁ ଉତ୍ତମ ଯେ ଆପଣ ଯେପରି କରିପାରିବେ, ତାହା ସେଭଳି ଭଲ ହେବ । କିନ୍ତୁ, ଆପଣଙ୍କର ମନ ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ଟକର ହେବ ନାହିଁ । ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ । ଲକ୍ଷ୍ୟ ହୀନ ଭାବରେ ଘୁରି ବୁଲିବା ଅପେକ୍ଷା ଏହା ଅତିକମ୍‌ରେ ଭଲ ।

ABOUT THE AUTHOR

...view details