ଓଡିଶା

odisha

ETV Bharat / bharat

ନଭେମ୍ବର ୧୪ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର ୧୪ ରାଶିଫଳ
ନଭେମ୍ବର ୧୪ ରାଶିଫଳ

By

Published : Nov 14, 2022, 4:04 AM IST

ମେଷ: କର୍ମକ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗିରହିବ । ସଂଧ୍ୟାରେ ନିଜକୁ ନିଜେ ଚକିତ କରିବେ । କ୍ୟାଣ୍ଡେଲ ଲାଇଟ, ଗୋଲାପ ଫୁଲ, ସଂଗୀତକୁ ବ୍ୟବହାର କରନ୍ତୁ ।

ବୃଷ: ଆଜି ଦିନରେ ସମସ୍ତ ଆଶା ପୂର୍ଣ୍ଣ ହେବାପରି ଲାଗିବ। ସହଜ କିନ୍ତୁ ଅଧିକ କାମ ମିଳିବ। ସନ୍ଧ୍ୟା ସମୟରେ ଖୁସି ଖବର୍ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ।

ମିଥୁନ: ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ। ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ।

କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ । ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ ଯେପରିକି ଅଧିକ କ୍ଷତି ନହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ କିମ୍ୱା ଆପଣ ଅନ୍ୟଙ୍କ ବିରୋଧି ହେବେ ।

ସିଂହ: ଆପଣଙ୍କ ଦିନ ଆଜି ମଧ୍ୟମ ଧରଣର ରହିବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ବ୍ୟକ୍ତିଗତ କିମ୍ବା ପେଶାଗତ ହେଉ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସୀ ଅନୁଭବ କରିବେ । ଶାନ୍ତ ରହନ୍ତୁ ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।

କନ୍ୟା: ଆଜି ପରିବାର ସହିତ ସଂପର୍କ ମଜଭୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ ଏବଂ ହସଖୁସୀରେ ଦିନ ଅତିବାହିତ ହେବ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।

ତୁଳା: ଆଜି ଦିନ ବ୍ୟସ୍ତତାରେ ଭରା ରହିବ । ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ, ଯେଉଁଥିପାଇଁ ଆପଣ ଅଶାନ୍ତି ହୋଇ ପାରନ୍ତି । କାର୍ଯ୍ୟରେ ପରିସ୍ଥିତି ଅନୁକୂଳ ହେବ ନାହିଁ ।

ବିଛା: ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । ଆଜିର ଦିନ ଆପଣଙ୍କର ସପକ୍ଷରେ ଯିବ ନାହିଁ ।

ଧନୁ: ଆପଣଙ୍କ ସକାଳ ପକ୍ଷୀ ଭଳି ଖୁସୀ ଏବଂ ସତର୍କ ରହିବ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ । ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୁର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି ।

ମକର: ଆଜି ଆପଣଙ୍କର ମିଷ୍ଟ ଭାଷା ଅନେକ ଅସୁବିଧା ଦୂର କରିବା ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣଙ୍କ ନୂଆ କାର୍‌ରେ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍‌ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।

କୁମ୍ଭ: ଯେହେତୁ ଆପଣ ଆଜି ସୃଜନଶୀଳ ମନୋବୃତ୍ତିରେ ଅଛନ୍ତି, ଅଫିସିଆଲ କାମରେ କମ୍‌ ଧ୍ୟାନ ରହିବ । ପରିବାର ସହ ସମୟ ବିତାନ୍ତୁ । ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ । ଏ କାର୍ଯ୍ୟରେ ପରିସ୍ଥିତି ଉନ୍ନତି କରିବ । ବାହାରକୁ ଯାଇପାରନ୍ତି ।

ମୀନ: ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରିଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍‌ କରିଦେଇପାରେ । ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ । ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ ।

ABOUT THE AUTHOR

...view details