ମେଷ: ଆଜିର ଶୁଭଦିନରେ ଆପଣ ନୂତନ ଯୋଜନାର କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାତ୍ର ମଧ୍ୟାହ୍ନ ପରେ ଏକ ଶୁଭ କର୍ମ ଆରମ୍ଭ କଲେ ଏଥିରେ ଯଥେଷ୍ଟ ସଫଳତା ପ୍ରାପ୍ତ ହୋଇପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ, ମାତ୍ର ଦିବସର ଶେଷାର୍ଦ୍ଧ ଆଡକୁ ଖୁସିର ଲହର ଖେଳିପାରେ । ଦିବସର ପ୍ରଥମାର୍ଦ୍ଧରେ ପାଇଥିବା ଯନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ ।
ବୃଷ: ଦିବସର ପ୍ରାରମ୍ଭରୁ ଆପଣ ହସଖୁସିରେ ଦିନଟିକୁ କାଟିବାକୁ ଚାଁହିବେ ମାତ୍ର ଏହା ସମ୍ଭବ ହେବ ନାହିଁ । ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବହାରକୁ ଭ୍ରମଣରେ ଯାଇପାରନ୍ତି । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଯୁକ୍ତିତର୍କ ଏବଂ ଝଗଡା କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ ।
ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବା ଆପଣଙ୍କ ଉଦ୍ୟମ କରିବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ କାର୍ଯ୍ୟ୍ୟକ୍ରମରେ ପୂର୍ଣ୍ଣ ଏକ ସନ୍ଧ୍ୟା ବିତାଇବେ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନର ପୂର୍ବାନୁମାନ କରାଯାଉଛି । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ । ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ବୃତ୍ତିଜୀବୀ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାନ୍ତୁ ।
ସିଂହ:ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ତେବେ ସନ୍ଧ୍ୟାବେଳକୁ ଆପଣ ଅର୍ଥ ଯୋଗାଡ଼ କରିପାରିବେ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜି ନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।
କନ୍ୟା: ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁ ବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ ।