ଓଡିଶା

odisha

By

Published : Jun 10, 2023, 12:06 AM IST

ETV Bharat / bharat

Horoscope: ଜୁନ 10 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଜୁନ 10 ରାଶିଫଳ
Horoscope

ମେଷ: ଆଜି ଦିନଟି ଶୁଭଫଳଦାୟକ ଅଟେ । ସାମାଜିକ ଓ ଅର୍ଥନୈତିକ କର୍ମରେ ଆପଣ ନିଜର ପ୍ରତିଷ୍ଠା ଅର୍ଜନ କରିବା ଯୋଗୁଁ ବନ୍ଧୁ ଓ ପ୍ରିୟଜନଙ୍କ ଦ୍ୱାରା ପଶଂସିତ ହେବେ । ଏଇ ଖୁସିରେ ସାମିଲ ହେବା ପାଇଁ ସେମାନେ ଆପଣଙ୍କ ଠାରୁ କିଛି ଝଡେଇ ପାରନ୍ତି । ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ପାଇ ଆତ୍ମସନ୍ତୋଷ ପାଇବେ । ପତ୍ନୀଙ୍କ ସହ ଗୋଟିଏ ରମଣୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ହଠାତ୍ ସନ୍ତାନମାନେ କିଛି ଆର୍ଥିକ ସାହାଯ୍ୟ କରିପାରନ୍ତି ।

ବୃଷ: ନୂଆ ଓ ପୁରୁଣା କାର୍ଯ୍ୟର ଭାର ବହନ କରି ସୁଫଳ ପାଇବେ । ବୃତ୍ତିଧାରୀ ତଥା ବ୍ୟବସାୟୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଙ୍କର । ବୃତ୍ତିରେ ସହକର୍ମୀମାନେ ସହଯୋଗ କରିବେ । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ ଏବଂ ପଦୋନ୍ନତି ମଧ୍ୟ ହେବାର ଅଛି । ଏଥିପାଇଁ ନିଜେ ଏବଂ ଅନ୍ୟମାନେ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ:ଦିନଟି ଏତେ ଭଲ ନାହିଁ । ଅସୁସ୍ଥତା ଭୋଗିପାରନ୍ତି । ଆପଣଙ୍କର ପିଲାମାନଙ୍କ ଯୋଗୁଁ ମନ ବିଚଳିତ ରହିବ । ଶାରୀରିକ କ୍ଲାନ୍ତି ଯୋଗୁଁ ଅବସନ ହୋଇ ପଡିବେ । ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ ।

କର୍କଟ:ଶୁଭ ସକାଳ ଡେରିରେ ଆସିପାରେ । ତେଣୁ ଧର୍ଯ୍ୟଧରନ୍ତୁ ନିଜ କାମରେ ହେଳା କରନ୍ତୁ ନାହିଁ । ଜରୁରୀ କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଡାକ୍ତରୀ ଚିକିତ୍ସା ପାଇଁ ମଧ୍ୟ ଅନ୍ୟ କୌଣସି ଦିନ ଯାଇ ପାରନ୍ତି । ସୁଫଳ ନମିଳିଲେ ମଧ୍ୟ ହତାଶ ହୁଅନ୍ତୁ ନାହିଁ ।

ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ । ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜ ପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖା ଦେଇପାରେ । ମନକୁ ହାଲୁକା କରିବାକୁ ଶାନ୍ତ ଜାଗାରେ ସମୟ ବିତାନ୍ତୁ ।

କନ୍ୟା:ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୂର୍ବାବସ୍ଥା ଠାରୁ ଆହୁରି ଭଲ ରହିବ । ଆର୍ଥିକ ଅବସ୍ଥା ଅତି ସ୍ୱଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀମାନେ କାର୍ଯ୍ୟରେ ସହଯୋଗ କରିବେ ।

ତୁଳା:ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ସେଥିରେ ସଫଳତା ମିଳିବ । ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଏବଂ ଧୀରଶକ୍ତି ଯୋଗୁଁ କାର୍ଯ୍ୟ ସଫଳ ହେବ । ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି । ଏହା ଆପଣ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରେ ।

ବିଛା:ପାରିବାରିକ ଜୀବନରେ ସୁଖ ଶାନ୍ତି ଫେରି ଆସିପାରେ । ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କସହ ଆପୋଷ ବୁଝାମଣା କରିବାକୁ ପଡିପାରେ । ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । ଆଜି ଦିନଟିରେ ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ । ଭାବିଚିନ୍ତି କାର୍ଯ୍ୟକଲେ ଠକାମିରୁ ବର୍ତ୍ତି ପାରିବେ ।

ଧନୁ:ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଛା ମତେ ସମୟ ଦେଇପାରନ୍ତି । ଭାଇ ଭଊଣୀଙ୍କ ସମ୍ପର୍କ ବୃଦ୍ଧି ହେବ । ବନ୍ଧୁମାନଙ୍କ ଗହଣରେ ଚାପାନର ମଜ୍ଜା ନେବେ । ବହୁ ଦିନରୁ ଦେଖା ହୋଇନଥିବା ଜଣେ ବନ୍ଧୁଙ୍କ ସହ ସାକ୍ଷାତ ମିଳିପାରେ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ ।

ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ତେଣୁ ଆର୍ଥିକ ଅବସ୍ଥା ଭଲ ରହିବ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖା ଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଚକ୍ଷୁ ସମସ୍ୟା ରହିପାରେ । ମନରୁ ଦୁଶ୍ଚିନ୍ତା ଦୁର କରିବାକୁ ଚେଷ୍ଟା କରନ୍ତୁ ।

କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ହେବ । ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଶରୀର ସୁସ୍ଥ ରହିବ , ଅବସରକାଳୀନ ଯାତ୍ରା ବନ୍ଧୁମେଳରେ ସମୟ ବିତାଇବେ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି । ମାଆଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଯିବ ।

ମୀନ:ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ । କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୂରେଇ ଯିବା ଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।

ABOUT THE AUTHOR

...view details