ହଂକ:ଭାରତୀୟ ଫାର୍ମାସଂସ୍ଥା ଭରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା ’କୋଭାକ୍ସିନ’କୁ ବ୍ୟବହାରିକ ଅନୁମୋଦନ ଦେଲା ହଂକଂ। ଗତକିଛି ଦିନ ତଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଛି କୋଭାକ୍ସିନ । ତେବେ WHO ଅନୁମୋଦନ ପରେ ବିଭିନ୍ନ ଦେଶ ଏହାର ବ୍ୟବହାରକୁ ବୈଧତା ଦେବାରେ ଲାଗିଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେବର୍ତ୍ତମାନ ସୁଦ୍ଧା 96ଟି ଦେଶ ଭାରତ ପ୍ରସ୍ତୁତ ଦୁଇ କୋଭିଡ ଟିକା ‘କୋଭାକ୍ସିନ୍’ ଏବଂ ‘କୋଭିସିଲ୍ଡ‘କୁ ସ୍ବୀକୃତି ଦେଇ ସାରିଲେଣି । ଏହି ଦେଶମାନଙ୍କ ମଧ୍ୟରେ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସ୍ପେନ୍, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ, ଋଷ ଏବଂ ସ୍ବିଜରଲ୍ୟାଣ୍ଡ ଭଳି କିଛି ବିକଶିତ ଦେଶ ମଧ୍ୟ ରହିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଦେଶ ଭାରତ ଠାରୁ ଏହି ଟିକା ଗ୍ରହଣ କରି ବ୍ୟବହାର ମଧ୍ୟ ଆରମ୍ଭ କରିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ।