ଓଡିଶା

odisha

By

Published : Apr 4, 2021, 9:16 PM IST

ETV Bharat / bharat

ବିଜାପୁର ଘଟଣା: ମାଓ ଦମନ ପାଇଁ ମାଷ୍ଟର ପ୍ଲାନ ! CRPF ସହ ଗୃହମନ୍ତ୍ରୀଙ୍କ ବୈଠକ

ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣା ପରେ ଆଲର୍ଟ ହୋଇଯାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଉ ମାଓବାଦୀଙ୍କୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ । ଅଧିକ ପଢନ୍ତୁ...

ବିଜାପୁର ଘଟଣା: ମାଓ ଦମନ ପାଇଁ ମାଷ୍ଟର ପ୍ଲାନ ! CRPF ସହ ଗୃହମନ୍ତ୍ରୀଙ୍କ ବୈଠକ
ବିଜାପୁର ଘଟଣା: ମାଓ ଦମନ ପାଇଁ ମାଷ୍ଟର ପ୍ଲାନ ! CRPF ସହ ଗୃହମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛନ୍ତି । ଆକ୍ରମଣ ପରେ ଆଲର୍ଟ ହୋଇଯାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଆଉ ମାଓବାଦୀଙ୍କୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ ।

ବିଜାପୁର ଘଟଣା: ମାଓ ଦମନ ପାଇଁ ମାଷ୍ଟର ପ୍ଲାନ ! CRPF ସହ ଗୃହମନ୍ତ୍ରୀଙ୍କ ବୈଠକ

ବିଜାପୁର ନକ୍ସଲ ଆକ୍ରମଣ ପରେ ଆସାମରେ ନିର୍ବାଚନୀ ରାଲି ରଦ୍ଦ କରି ଦିଲ୍ଲୀ ଫେରି ଆସିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଏହାପରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ବୈଠକ ।

ଦୀର୍ଘ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଯୋଗ ଦେଇଥିଲେ ସିଆରପିଏଫ ସ୍ବତନ୍ତ୍ର ଡିଜିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ । ବୈଠକରେ ଛତିଶଗଡ ନକ୍ସଲ ଆକ୍ରମଣ ଘଟଣାକୁ ନେଇ ବର୍ତ୍ତମାନ ସ୍ଥିତିର ସମୀକ୍ଷା ସହତି ରଣନୀତି ଉପରେ କରାଯାଇଛି ଆଲୋଚନା ।

ବିଜାପୁର ନକ୍ସଲ ଆକ୍ରମଣ ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେଉଁ ଯବାନମାନେ ନିଜ ରକ୍ତ ବୁହାଇଛନ୍ତି, ସେମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । କୁହାଯାଉଛି ଯେ ବୈଠକରେ ନକ୍ସଲଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରଣନୀତି ଗଠନ ହୋଇପାରେ । ଏହାସହିତ ଏନଆଇଏକୁ ମଧ୍ୟ ଏହି ଘଟଣାର ତଦନ୍ତ ଭାର ହସ୍ତାନ୍ତର କରାଯିବା ନେଇ ଅନୁମାନ କରାଯାଉଛି ।

ବିଜାପୁରରେ ନକ୍ସଲଙ୍କ ଏହି ନାରକୀୟ କାଣ୍ଡରେ ପ୍ରାଣ ହରାଇଛନ୍ତି 22ଜଣ ଯବାନ । ସେପଟେ 31ଜଣ ଆହତ ହୋଇଥିବା ବେଳେ ଏବେ ବି ଅନେକ ଯବାନ ନିଖୋଜ ହୋଇଛନ୍ତି ।

ABOUT THE AUTHOR

...view details