ଓଡିଶା

odisha

ଆସନ୍ତାକାଲିଠୁ ପବିତ୍ର ରମଜାନ ଆରମ୍ଭ

ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ଏନେଇ ସୋମବାର ମୁସଲମାନ ଭାଇଭଉଣୀଙ୍କୁ ସୂଚନା ଦେଇଛନ୍ତି ବେଙ୍ଗାଲୁରୁର ମାର୍କାଜୀ ରୁଏଟ୍-ଏ-ହିଲାଲ୍ କମିଟି । ଅଧିକ ପଢନ୍ତୁ...

By

Published : Apr 13, 2021, 3:37 PM IST

Published : Apr 13, 2021, 3:37 PM IST

ଆସନ୍ତାକାଲିଠୁ ପବିତ୍ର ରମଜାନ ଆରମ୍ଭ
ଆସନ୍ତାକାଲିଠୁ ପବିତ୍ର ରମଜାନ ଆରମ୍ଭ

ବେଙ୍ଗାଲୁରୁ: ଆସନ୍ତାକାଲି(ବୁଧବାର) ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । ଏନେଇ ସୋମବାର ମୁସଲମାନ ଭାଇଭଉଣୀଙ୍କୁ ସୂଚନା ଦେଇଛନ୍ତି ବେଙ୍ଗାଲୁରୁର ମାର୍କାଜୀ ରୁଏଟ୍-ଏ-ହିଲାଲ୍ କମିଟି । ସୋମବାର ସାରା ଦେଶରେ ଚନ୍ଦ୍ର ଦେଖାଯାଉ ନଥିବାରୁ ବୁଧବାର (ଏପ୍ରିଲ୍ 14) ରମଜାନ ଆରମ୍ଭ ନେଇ କମିଟି ପକ୍ଷରୁ ଘୋଷଣା କରାଯାଇଛି ।

ମାର୍କାଜୀ ରୁଏଟ୍-ଇ-ହିଲାଲ୍ କମିଟି କହିଛି ଯେ, ବେଙ୍ଗାଲୁରୁ ସହର ଏବଂ ବେଲଗାମ୍, ହବଲି, ଏବଂ ମିସୁରୁ ପରି ଅନ୍ୟ ଜିଲ୍ଲାରେ ଚନ୍ଦ୍ର ଦେଖାଯାଇ ନାହିଁ । ଚନ୍ଦ୍ର ନଦେଖିବାର ସମାନ ସୂଚନା ମଧ୍ୟ ଦିଲ୍ଲୀ, ଭୋପାଳ, ମୁମ୍ବାଇ, ଗୁଜୁରାଟ, ଆହ୍ଲାବାଦ ଏବଂ ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ଗ୍ରହଣ କରାଯାଇଛି। ତେଣୁ ସମ୍ମାନିତ ଉଲେମା ସର୍ବସମ୍ମତି କ୍ରମେ ରମଜାନର ପ୍ରଥମ ଦିନ ଆସନ୍ତାକାଲି(ବୁଧବାର) ଠାରୁ ହେବ ବୋଲି କମିଟି କହିଛି ।

ବୁଧବାର ପବିତ୍ର ରମଜାନ ମାସ ଆରମ୍ଭ ହେବା ସହିତ ଅଲ ଇଣ୍ଡିଆ ଇମାମ ସଙ୍ଗଠନ ନୂଆଦିଲ୍ଲୀରେ ଏକ ବୈଠକ କରି ମୁସଲମାନମାନଙ୍କୁ ଘରେ ନମାଜ ପାଠ କରିବାକୁ କହିଥିଲେ ଏବଂ କୋଭିଡ ସଂକ୍ରମଣ ବୃଦ୍ଧି ହେତୁ ସେମାନଙ୍କୁ ମସଜିଦରେ ଭିଡ଼ ଜମା ନ କରିବାକୁ ପରାମର୍ଶ ଦେଇଛନ୍ତି ।

ଦେଶରେ କୋରୋନା ସଂକ୍ରମଣ ମାମଲାରେ ଦିନକୁ ଦିନ ବୃଦ୍ଧି ଘଟୁଥିବାବେଳେ ଇମାମମାନେ ବୈଠକ କରିବା ସହ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details