ହାଇଦ୍ରାବାଦ:ବିଶ୍ବର ସର୍ବବୃହତ ଫିଲ୍ମ ସିଟି ଭାବେ ବେଶ ଖ୍ୟାତି ଅର୍ଜନ କରିଛି ତେଲେଙ୍ଗାନାରେ ଅବସ୍ଥିତ ରାମୋଜୀ ଫିଲ୍ମ ସିଟି । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦେବା ପାଇଁ ଫିଲ୍ମ ସିଟିରେ ଋତୁ ଓ ପର୍ବ ଅନୁଯାୟୀ ବିଭିନ୍ନ ଉତ୍ସବର ଆୟୋଜନ କରାଯାଏ । ଏହାରି ମଧ୍ୟରେ ଆସନ୍ତା ଏପ୍ରିଲ ୨୧ ତାରିଖରୁ ଫିଲ୍ମ ସିଟିରେ ଆରମ୍ଭ ହେବାକୁ ଯାଉଛି ହଲି ଡେ' କାର୍ଣ୍ଣିଭାଲ(Ramoji Film City brings Holiday Carnival) । ଏହି ଉତ୍ସବ ଏପ୍ରିଲ ୨୧ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ମୋଟ ୪୬ ଦିନ ଧରି ଆୟୋଜିତ ହେବାକୁ ଯାଉଛି । ଏଥିରେ ପର୍ଯ୍ୟଟକଙ୍କ ପାଇଁ ଅନେକ ମନୋରଞ୍ଜନ କାର୍ଯ୍ୟକଳାପ ରହିଛି ।
ପର୍ଯ୍ୟଟକଙ୍କ ପାଇଁ ମଜାଳିଆ କାର୍ଯ୍ୟକଳାପ ସହ ଲାଇଭ ଶୋ', ଷ୍ଟଣ୍ଟ ଶୋ, ଫନ ରାଇଡ୍ସ, ଗେମ୍ସ ଓ ଦୁଃସାହସିକପୂର୍ଣ୍ଣ କାର୍ଯ୍ୟ ମଧ୍ୟ ରହିଛି । ଏହାସହ ପର୍ଯ୍ୟଟକଙ୍କୁ ବିଶାଳ ବାହୁବଳୀ ସେଟ୍ ମଧ୍ୟ ଦେଖିବାର ସୁଯୋଗ ପାଇବେ । ଫିଲ୍ମ ସିଟିରେ ଆକର୍ଷଣୀୟ ଫୁଲ ବଗିଚାକୁ ମଧ୍ୟ ଭରପୂର ଉପଭୋଗ କରିପାରିବେ । ଏହି ଛୁଟିଦିନିଆ ଉତ୍ସବ ଏପ୍ରିଲ ୨୧ରୁ ଲଗାତାର ଭାବେ ୪୬ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡ଼ିଛି ।
ହାପି ଷ୍ଟ୍ରିଟ, ଉତ୍ସବ, ସନ୍ଧ୍ୟା ସମୟରେ ମସ୍ତି
ଫିଲ୍ମ ସିଟି ମଧ୍ୟରେ ଏହି ଉତ୍ସବକୁ ଲକ୍ଷ୍ୟ କରାଯାଇ ସ୍ବତନ୍ତ୍ର ଭାବେ ହାପି ଷ୍ଟ୍ରିଟ(Happy Street) ନିର୍ମାଣ କରାଯାଇଛି । ଏଥିରେ ପର୍ଯ୍ୟଟକଙ୍କ ପାଇଁ ଫନ୍ ଗେମ୍ସ ସହ ଷ୍ଟ୍ରିଟ ଶୋ', ଲାଇଭ ଫୁଡ କାଉଣ୍ଟରର ମଧ୍ୟ ଆୟୋଜନ କରାଯାଇଛି । ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସ୍ମୃତି ଯୋଗାଇ ଦେବା ପାଇଁ ଏଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ନୃତ୍ୟଶିଳ୍ପୀ ମଧ୍ୟ ଉପସ୍ଥିତ ରହିଛନ୍ତି । ସନ୍ଧ୍ୟା ସମୟରେ ଫିଲ୍ମ ସିଟିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇ ପର୍ଯ୍ୟଟଙ୍କ ଛୁଟି ଦିନକୁ ଆହୁରି ରଙ୍ଗୀନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ଦିନ ଓ ସନ୍ଧ୍ୟା ସମୟର ଭ୍ରମଣକୁ ଆହୁରି ସରସ ଓ ସୁନ୍ଦର କରିବା ପାଇଁ ଫିଲ୍ମ ସିଟିରେ ଅନେକ ପ୍ୟାକେଜର ବ୍ୟବସ୍ଥା ହୋଇଛି ।
କଣ ରହିଛି ପ୍ୟାକେଜ ?
- ହଲି ଡେ କାର୍ଣ୍ଣିଭାଲ ଡେ ଟ୍ୟୁର(ସକାଳ ୯ଟାରୁ ରାତି ୮ଟା)
ଏହି ପ୍ୟାକେଜ ମଧ୍ୟରେ ପର୍ଯ୍ୟଟକଙ୍କୁ ଦିନ ସାରା ମଜାଳିଆ କାର୍ଯ୍ୟକ୍ରମ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଏଥିରେ ଫନ୍ ଗେମ୍ସ ସହ ଷ୍ଟ୍ରିଟ ଶୋ', ଲାଇଭ ଫୁଡ କାଉଣ୍ଟର ଅନ୍ତର୍ଭୁକ୍ତ ହୋଇଛି । ଅତିଥିମାନେ ନନ୍ ଏସି ବସ୍, ସୁଟିଙ୍ଗ୍ ସ୍ଥାନ ଏବଂ ବଗିଚା, ରାମୋଜି ଚଳଚ୍ଚିତ୍ର ମ୍ୟାଜିକ୍ (ଆକ୍ସନ୍ ଥିଏଟର, ସ୍ପେସ୍ ଯାତ୍ରା ଏବଂ ଫିଲ୍ମି ଦୁନିୟା), ମନୋରଞ୍ଜନ ଶୋ (ସ୍ପିରିଟ ଅଫ ରାମୋଜି, ୱାଇଲ୍ଡ ୱେଷ୍ଟ ଷ୍ଟଣ୍ଟ ଶୋ, ଡୋମ ଶୋ ଆଣ୍ଡ୍ ଲାଇଟ୍ କ୍ୟାମେରା ଆକ୍ସନ୍, ଇକୋ-ଜୋନ୍ ବାର୍ଡ ପାର୍କ ମଧ୍ୟ ଦର୍ଶକ ପରିଦର୍ଶନ କରିବେ । ଏହାସହ ପ୍ରଜାପତି ପାର୍କ ଏବଂ ବୋନସାଇ ଗାର୍ଡେନ୍, ପିଲାମାନଙ୍କ ପାଇଁ ଆକର୍ଷଣୀୟ ଫଣ୍ଡୁସ୍ତାନ(Fundustan), ରେନ୍ ଡ୍ୟାନ୍ସ ଏବଂ ବାହୁବଳୀ ସେଟ୍ ପରିଦର୍ଶନ ରହିଛି ।
- ହଲି ଡେ କାର୍ଣ୍ଣିଭାଲ ଷ୍ଟାର ଅନୁଭବ(ସକାଳ ୯ଟାରୁ ରାତି ୮ଟା)