ଓଡିଶା

odisha

History scripted! ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହେଲେ ମହିଳା ବିଧାୟିକା

By

Published : Mar 2, 2023, 4:42 PM IST

Updated : Mar 2, 2023, 5:06 PM IST

ନାଗଲାଣ୍ଡରେ ବର୍ତ୍ତମାନ ସୁଦ୍ଧା 14 ଥର ବିଧାନସଭା ନିର୍ବାଚନ ହୋଇଛି । କିନ୍ତୁ କୌଣସି ଥର କୌଣସି ମହିଳା ପ୍ରାର୍ଥୀ ବିଧାୟିକା ଭାବେ ନିର୍ବାଚିତ ହୋଇନଥିଲେ । ଚଳିତ ବିଧାନସଭା ନିର୍ବାଚନରେ ମୋଟ 183 ପ୍ରାର୍ଥୀ ଥିଲେ । ଯେଉଁଥିରେ 4 ଜଣ ମହିଳା ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

କୋହିମା: ପୂର୍ବୋତର ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗଲାଣ୍ଡର ବିଧାନସଭା ଫଳାଫଳ ଆସିସାରିଛି । ଯଦିଓ ସରକାରୀ ଭାବେ ସମ୍ପୂର୍ଣ୍ଣ ଫଳାଫଳ ଆସିନାହିଁ, କିନ୍ତୁ 3 ରାଜ୍ୟର ଜନାଦେଶ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ନାଗଲାଣ୍ଡ ଜନତା ଇତିହାସ ରଚିଛନ୍ତି । ରାଜ୍ୟରେ ପ୍ରଥମଥର ପାଇଁ କୌଣସି ମହିଳା ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପିର ସହଯୋଗୀ ଦଳ ଏନଡିପିପି (ନ୍ୟାସନାଲ ଡେମୋକ୍ରେସି ପ୍ରୋଗ୍ରେସିଭ ପାର୍ଟିର ପ୍ରାର୍ଥୀନି ହେକାନୀ ଜଖାଲୁ ଦୀମାପୁର(3) ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଏହି ବିଜୟ ସହ ହେକାନୀ ଜଖାଲୁ ରାଜ୍ୟର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ହେକାନୀ ଜଖାଲୁ ଦୀମାପୁର(3) ବିଧାନସଭା ଆସନରୁ 1 ହଜାର 536 ଭୋଟରେ ବିଜୟ ହାସଲ କରିଛନ୍ତି । ହେକାନୀ ଲୋକ ଜନଶକ୍ତି ପାର୍ଟି(ରାମବିଳାସ) ପ୍ରାର୍ଥୀ ଏଜେତୋ ଝିମୋମୀକୁ ପରାସ୍ତ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧ ଆସୁଥିବା ଟ୍ରେଣ୍ଡ ଅନୁସାରେ ଏନଡିପିପିର ଆଉ ଜଣେ ମହିଳା ପ୍ରାର୍ଥୀ ପଶ୍ଚିମୀ ଅଙ୍ଗାମୀରୁ ଆଗରେ ଚାଲିଛନ୍ତି ।

କିଏ ଏହି ହେକାନୀ ଜଖାଲୁ: ହେକାନୀ ଜଖାଲୁ ଆମେରିକାରୁ ଆଇନରେ ଡିଗ୍ରୀ ହାସ କରିଛନ୍ତି । ବେଶ କିଛି ବର୍ଷ ଧରି ସେ ନାଗଲାଣ୍ଡରେ ସାମାଜିକ କାର୍ଯ୍ୟକ୍ରମ କରିଆସୁଛନ୍ତି । ଏହା ବ୍ୟତୀତ ୟୁଥନେଟ ନାମରେ ଏକ ସଂସ୍ଥାର ସଂସ୍ଥାପକ ରହିଛନ୍ତି । ତାଙ୍କର ସାମାଜିକ କାର୍ଯ୍ୟକ୍ରମ ଓ ମହିଳାଙ୍କ ପାଇଁ କରୁଥିବା କାର୍ଯ୍ୟକ୍ରମ ପାଇଁ ନାରୀଶକ୍ତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଏକ ବିକଶିତ ଓ ମଡେଲ ନିର୍ବାଚନ ମଣ୍ଡଳୀ କରିବା ପାଇଁ ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ । ଏହାସହ ଯୁବକଙ୍କ ବିକାଶ ଓ ମହିଳାଙ୍କ ସଶକ୍ତିକରଣର ପ୍ରତିଶୃତି ଦେଇଥିଲେ ।

ଏହାବି ପଢନ୍ତୁ- Meghalaya Election Result 2023: ମେଘାଳୟରେ ଝୁଲା ସରକାର ! NPPର ପଲ୍ଲା ଭାରି

ନାଗଲାଣ୍ଡରେ ବର୍ତ୍ତମାନ ସୁଦ୍ଧା 14 ଥର ବିଧାନସଭା ନିର୍ବାଚନ ହୋଇଛି । କିନ୍ତୁ କୌଣସି ଥର କୌଣସି ମହିଳା ପ୍ରାର୍ଥୀ ବିଧାୟିକା ଭାବେ ନିର୍ବାଚିତ ହୋଇନଥିଲେ । ଚଳିତ ବିଧାନସଭା ନିର୍ବାଚନରେ ମୋଟ 183 ପ୍ରାର୍ଥୀ ଥିଲେ । ଯେଉଁଥିରେ 4 ଜଣ ମହିଳା ପ୍ରାର୍ଥୀ ମଧ୍ୟ ପ୍ରତିଦ୍ବନ୍ଦିତା କରୁଥିଲେ । ହେକାନୀ ଜଖାଲୁ, ସଲହୌତୁଔନୁଔ କ୍ରୁସ, ରୋଜି ଥାମ୍ପସନ ଓ କାହୁଲୀ ସେମା ମଧ୍ୟ ନିର୍ବାଚନ ମୈଦାନରେ ଅଛନ୍ତି ।

ନାଗାଲାଣ୍ଡ ନିର୍ବାଚନ ଇତିହାସରେ ବର୍ତ୍ତମାନ ସୁଦ୍ଧା 2 ଜଣ ମହିଳା ସାଂସଦ ହିଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ବର୍ଷ 1977 ରେ ରାନୋ ମେସେ ସାଜିୟା ୟୁନାଇଟେଡ ଡେମୋକ୍ରେଟିକ ପାର୍ଟି ଟିକେଟରୁ ବିଜୟୀ ହୋଇ ଲୋକସଭା ପହଞ୍ଚିଥିଲେ । ରାନୋ ମେସେ ସାଜିୟା ନାଗଲାଣ୍ଡର ପ୍ରଥମ ନିର୍ବାଚିତ ମହିଳା ସାଂସଦ ଥିଲେ । ଏହା ପରେ ଗତବର୍ଷ ବିଜେପି ନାଗଲାଣ୍ଡରୁ ଦଳୀୟ ନେତ୍ରୀ ଫାଙ୍ଗନୋନ କୌନ୍ୟାକଙ୍କୁ ରାଜ୍ୟସଭା ପଠାଇଛି ।

ଏହାବି ପଢନ୍ତୁ- CEC ଓ EC ଙ୍କୁ ନିଯୁକ୍ତି ଦେବେ ସ୍ବତନ୍ତ୍ର ପ୍ୟାନେଲ: ସୁପ୍ରିମକୋର୍ଟ

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ନାଗଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନେତୃତ୍ବାଧୀନ ଏନଡିପିପି ମେଣ୍ଟ ଦମଦାର ବିଜୟ ହାସଲ କରିଛି । ଏନଡିପିପି ମେଣ୍ଟ ସର୍ବଶେଷ ଖବର ସୁଦ୍ଧା 36 ଟି ଆସନରେ ଆଗୁଆ ରହିଥିବା ବେଳେ, ଏନପିଏଫ 2 ଟି ଆସନ ସହ ଅନ୍ୟାନ୍ୟ ଦଳ 25 ଟି ଆସନରେ ଆଗୁଆ ରହିଛନ୍ତି । ଚଳିତ ନିର୍ବାଚନରେ ବିଜେପି 20 ଟି ଓ ଏନଡିପିପି 40 ଟି ଆସନରେ ଲଢୁଥିଲେ । ଗତ 2018 ବିଧାନସଭା ନିର୍ବାଚନ ବେଳେ ଏନଡିପିପି ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା । ଗତ ନିର୍ବାଚନରେ ମେଣ୍ଟ 30 ଟି ଆସନରେ ବିଜୟୀ ହୋଇଥିଲା ।

ଇଟିଭି ଭାରତ, କୋହିମା

Last Updated : Mar 2, 2023, 5:06 PM IST

ABOUT THE AUTHOR

...view details