ଓଡିଶା

odisha

ETV Bharat / bharat

Ganesh Chaturthi Puja: ମହା ଆଡ଼ମ୍ବରରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା, ଏହି ପୂଜା ମଣ୍ଡପର ରହିଛି ବିଶେଷ ମାହାତ୍ମ୍ୟ - ଗଣେଶ ପୂଜା ୨୦୨୨

ଗଣପତିଙ୍କ ପୂଜାକୁ ନେଇ ଉତ୍ସବମୁଖର ପୂରପଲ୍ଲୀ(Ganesh Chaturthi Puja) । ସମସ୍ତ ପୂଜା ମଣ୍ଡପରେ ବିରାଜମାନ ହୋଇ ଭକ୍ତଙ୍କୁ ଆଶୀର୍ବାଦ ଦେଉଛନ୍ତି ଗଜାନନ । ଦେଶରେ କେତେକ ପୂଜା ମଣ୍ଡପ ସ୍ବତନ୍ତ୍ରତା ରହିଛି । ଏଭଳି କିଛି ପୂଜା ମଣ୍ଡପକୁ ନେଇ ପଢ଼ନ୍ତୁ ଆମର ସ୍ବତନ୍ତ୍ର ରିପୋର୍ଟ

Ganesh Chaturthi Puja:ମହାଆଡ଼ମ୍ବରରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା, ଏହି ପୂଜା ମଣ୍ଡପର ରହିଛି ବିଶେଷ ମାହାତ୍ମ୍ୟ
Ganesh Chaturthi Puja:ମହାଆଡ଼ମ୍ବରରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା, ଏହି ପୂଜା ମଣ୍ଡପର ରହିଛି ବିଶେଷ ମାହାତ୍ମ୍ୟ

By

Published : Aug 31, 2022, 5:34 PM IST

ନୂଆଦିଲ୍ଲୀ:ମହା ଆଡ଼ମ୍ବରରେ ଆଜି ଅଗ୍ରପୂଜ୍ୟ ଗଜାନନଙ୍କୁ ଆବାହନ କରାଯାଇଛି (Ganesh Chaturthi Puja)। କଟକଣାମୁକ୍ତ ଅବାଧ ପୂଜାକୁ ନେଇ ସବୁରୀ ମନରେ ଆନନ୍ଦ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି । ଗାଁଠାରୁ ସହରର ପ୍ରତି ଗଳିକନ୍ଦିରେ ସୁସଜ୍ଜିତ ତୋରଣରେ ତଥା ପୂଜା ମଣ୍ଡପରେ ପାର୍ବତୀନନ୍ଦନ ବିରାଜମାନ କରିଛନ୍ତି । ପୂଜା ମଣ୍ଡପରେ ୧୦ ଦିନ ଧରି ପାରମ୍ପରିକ ରୀତିନୀତିରେ ପୂଜା ପାଇବେ ବିଘ୍ନ ବିନାଶକ । ତେବେ ଗଣେଶ ପୂଜା ପାଇଁ ଦେଶର କେତେକ ପ୍ରମୁଖ ସ୍ଥାନ ପ୍ରସିଦ୍ଧି ଲାଭ କରିଛି । ଆଜି ଆମେ ଏଭଳି କିଛି ପୂଜା ମଣ୍ଡପ ବା ପୂଜା ପଣ୍ଡାଲ ବିଷୟରେ ଆଲୋଚନା କରିବା ।

ଦଗଧୁସେଠ୍‌ ଗଣପତି

ଶ୍ରୀମନ୍ତ ଦଗଧୁସେଠ୍‌ ହଲୱାଇ ଗଣପତି ମନ୍ଦିର ମହାଆଡ଼ମ୍ବର ଗଣେଶ ପୂଜା ପାଇଁ ପ୍ରସିଦ୍ଧ । ମହାରାଷ୍ଟ୍ର ପୁନେ ସହରରେ ଏହି ମନ୍ଦିରରେ ପ୍ରସିଦ୍ଧ ଗଣେଶ ପୂଜା ଆୟୋଜନ କରାଯାଏ । ପୂଜା ବେଳେ ବାଜା ମେଲୋଡିରେ ଫାଟିପଡ଼େ ସାରା ଅଞ୍ଚଳ । ଏହାକୁ ଦେଖିବାକୁ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ । ଗଣପତିଙ୍କ ଦଶଦିନ ରହଣି ବେଳେ ଏହି ସ୍ଥାନରେ ଜାନିଯାତ୍ରା ଭଳି ଗହଳି ଦେଖିବାକୁ ମିଳିଥାଏ ।

ଲାଲବାଗଚା ଗଣେଶ ପୂଜା

ଚଳିତ ବର୍ଷ ମହାଆନନ୍ଦର ସହ ଏଠାରେ ଲାଲ୍‌ବାଗ ରାଜାଙ୍କ ଆବାହନ କରାଯାଇଛି । ମହାରାଷ୍ଟ୍ରର ଲାଲବାଗଚା ଗଣେଶ ପୂଜା ଦେଶ ସମେତ ବିଦେଶରେ ବି ପ୍ରସିଦ୍ଧ । ଏଥିପାଇଁ ପ୍ରତିବର୍ଷ ଗଣେଶ ପୂଜା ସମୟର ଏଠାକୁ ଦେଶ ତଥା ବିଦେଶରୁ ଲାଲବାଗ ରାଜଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଗଣପତିଙ୍କୁ ଲାଲବାଗ ରାଜା ରୂପେ ଏଠାରେ ପୂଜା କରାଯାଏ । ଗଣେଶ ପୂଜା ସମୟରେ ଏଠାରେ ବଲିଉଡ ତାରକା ଓ ବଡ଼ବଡ଼ ରାଜନେତା ହାଜିରା ପକାଇବାକୁ ଆସିଥିବା ଦେଖିବାକୁ ମିଳେ । ସ୍ବାଧୀନତା ପୂର୍ବରୁ ଏହି ସ୍ଥାନ ପେରୁ ଚାଲ ବଜାର ନାମରେ ପରିଚିତ ଥିଲା । ତେବେ ସ୍ବାଧୀନତା ପରେ ଏଠାକାର ଭବ୍ୟ ପୂଜା ପାଇଁ ଏହି ସ୍ଥାନର ନାମ ଲାଲବାଗ ପଡ଼ିଥିଲା ।

ତୁଳସୀବାଗ ମନ୍ଦିର

ପୁନେ ସହରର ଅନ୍ୟତମ ବଡ଼ ଗଣେଶ ପୂଜା ମଣ୍ଡପ ବା ମନ୍ଦିର ହେଉଛି ତୁଳସୀବାଗ ମନ୍ଦିର । ଏଠାରେ ପ୍ରାୟ ୧୪ ଫୁଟର ଗଣପତିଙ୍କୁ ପୂଜା କରାଯାଏ । ୧୯୦୧ ମସିହାରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ସେବେଠାରୁ ହିଁ ଏଠାରେ ପୂଜା କରାଯାଉଛି । ଗଜାନନଙ୍କୁ ଏଠାରେ ରୂପା ଅଳଙ୍କାରରେ ଶୃଙ୍ଗାର କରାଯାଏ । ତୁଳସୀବାଗ ମନ୍ଦିରରେ ସବୁଠାରୁ ସୁନ୍ଦର ମୂର୍ତ୍ତି ଥିବା ନେଇ ଆଲୋଚନା ହୋଇ ଆସୁଚି ।

କସବା ଗଣପତି

କସବା ଗଣପତିଙ୍କ ମୂର୍ତ୍ତି ଏହାର ଚାରିପାଖରେ ତିଆରି ହୋଇଥିବା ମନ୍ଦିର ବେଶ ଚର୍ଚ୍ଚାରେ ରହି ଆସିଛି । ପୁନେ ଆରାଧ୍ୟ ଦେବତା ଭାବରେ ଏଠାରେ ଗଣେଶଙ୍କୁ ପୂଜା କରାଯାଏ । ପ୍ରତବର୍ଷ ବିରାଟ ପଟୁଆରରେ ପ୍ରଥମେ ଗଣେଶଙ୍କୁ ଆବାହନ କରାଯାଇଥାଏ । ଏହାପରେ ୧୦ ଦିନ ଧରି ମହା ଆଡମ୍ବରରେ ଗଣପତିଙ୍କୁ ଆରାଧନା କରିବା ପରେ ତାଙ୍କୁ ବିଦାୟ ଦିଆଯାଇଥାଏ । ଏହି ସମୟରେ ଏଠାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

କେଶରୀୱାଡା ଗଣପତି

କେଶରୀୱାଡା ଗଣପତି ପାଞ୍ଚ ମନଚେ ଗଣପତି ଭାବରେ ମଧ୍ଯ ପ୍ରସିଦ୍ଧି ଲାଭ କରିଛନ୍ତି । ପ୍ରତିବର୍ଷ ଏଠାରେ ଗଣପତିଙ୍କୁ ସ୍ବତନ୍ତ୍ର ସୁସଜ୍ଜିତ କରାଯାଇଥାଏ । ଗାଏକୱାଡ ବଂଶଜ ଏହି ମନ୍ଦିର ନିର୍ମାଣ କରିଥିଲେ । ଏଠାରେ ଦୁଇଟି ଗଣେଶ ମୂର୍ତ୍ତିଙ୍କୁ ପୂଜା କରାଯାଏ । ଗୋଟିଏ ଗଣେଶ ମୂର୍ତ୍ତି ମନ୍ଦିରରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟ ଏକ ଗଣେଶ ମୂର୍ତ୍ତିଙ୍କୁ ୧୦ ଦିନ ପୂଜା କରିବା ପରେ ବିସର୍ଜନ କରିଦିଆଯାଏ ।

ABOUT THE AUTHOR

...view details