ଶିମଲା: ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଡା ଟକ୍କର । ଏହାରି ଭିତରେ ଦୁଇଟି ଆସନକୁ କବ୍ଜା କରିଛି ଭାରତୀୟ ଜନତା ପାର୍ଟି(BJP) । ହିମାଚଳ ପ୍ରଦେଶର ସେରାଜ ଆସନରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ସୁନ୍ଦରନଗର ଆସନରେ ବିଜେପି ପ୍ରାର୍ଥୀ ରାକେଶ କୁମାର ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଚେତରାମ ଠାକୁରଙ୍କୁ ହରାଇ ଲଗାତର ଷଷ୍ଠ ଥର ପାଇଁ ବିଜୟୀ ହୋଇଛନ୍ତି ଜୟରାମ ଠାକୁର । ସେହିପରି ବିଜେପି ପ୍ରାର୍ଥୀ ରାକେଶ କୁମାର ନିକଟତମ କଂଗ୍ରେସ ପ୍ରତିଦ୍ବନ୍ଦୀ ସୋହନ ଲାଲ ଠାକୁରଙ୍କୁ ହରାଇ ସୁନ୍ଦରନଗରରେ ବାଜିମାତ୍ କରିଛନ୍ତି ।
ହିମାଚଳ ରେଜଲ୍ଟ: ଜିତିଲେ ଜୟରାମ, ସୁନ୍ଦରନଗରରେ ବି ଫୁଟିଲା ପଦ୍ମ - ସେରାଜ ଆସନ ଜିତିଲା ବିଜେପି
ହିମାଚଳ ପ୍ରଦେଶର ଦୁଇଟି ଆସନରେ ବିଜେପିର ବିଜୟ । ସେରାଜ ଆସନରେ ଜିତିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଅଧିକ ପଢନ୍ତୁ
ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସଦ୍ୟତମ ସୂଚନା ଅନୁସାରେ, ବିଜେପି ଠାରୁ ୮ଟି ଆସନରେ ଆଗୁଆ ରହିଛି କଂଗ୍ରେସ । ବିଜେପି ୨୭ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ ଆସନରେ ଆଗୁଆ ରହିଛି । କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍ ଏଯାଏଁ ଏଠାରେ ଖାତା ଖୋଲି ପାରିନାହିଁ । ହିମାଚଳରେ ମୋଟ ବିଧାନସଭା ଆସନ ସଂଖ୍ୟା ୬୮ । ଏଠାରେ ସରକାର ଗଠନ କରିବାକୁ ହେଲେ ଅତିକମରେ ୩୫ଟି ଆସନ ଆବଶ୍ୟକ । ତେବେ ଏକଜିଟ୍ ପୋଲରେ ମଧ୍ୟରେ ଏହି ପାହାଡି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଥିଲା । କିଛି ସଂସ୍ଥା ବିଜେପି ପୁଣିଥରେ କ୍ଷମତା ଦଖଲ କରିବ ବୋଲି ଆକଳନ କରିଥିଲେ ।
ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶର ୬୮ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା ।