ନୂଆଦିଲ୍ଲୀ: ଆଜି(ସୋମବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ଟିକା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶକୁ ପ୍ରଶଂସା କରି ମୋଦି କହିଛନ୍ତି ଶତ ପ୍ରତିଶତ ଟୀକାକରଣ କରିବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ । ଏହି ରାଜ୍ୟ ମୋତେ ଗର୍ବିତ କରିବାକୁ ସୁଯୋଗ ଦେଇଛି ବୋଲି କହିଛନ୍ତି ମୋଦି ।
ସେ ଆହୁରି କହିଛନ୍ତି ଟୀକାକରଣରେ ହିମାଚଳ ପ୍ରଦେଶ ଚମ୍ପିଆନ ହୋଇଛି । ଜନସଂଖ୍ୟା ଅନୁସାରେ ରାଜ୍ୟରେ ସଫଳ ପ୍ରଥମ ଡୋଜ ଟୀକାକରଣ ହୋଇଛି । ଦ୍ବିତୀୟ ଡୋଜରେ ଏକ ତୃତୀୟାଂଶ ଟୀକାକରଣ ହୋଇଥିବା କହିଛନ୍ତି ମୋଦି । ସମସ୍ତ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆସରିଛି । ସଂକ୍ରମଣ ବିରୋଧରେ ଏହା ଏକ ମାଇଲଖୁଣ୍ଟ ତିଆରି କରିଛି ବୋଲି କହିଛନ୍ତି ମୋଦି ।