ଓଡିଶା

odisha

ବୁର୍ଖା ପିନ୍ଧିଥିବାରୁ ପରୀକ୍ଷାରୁ ବଞ୍ଚିତ 2 ଛାତ୍ରୀ, ଶୁଣିଲେନି କଲେଜ କର୍ତ୍ତୃପକ୍ଷ

By

Published : Apr 22, 2022, 2:01 PM IST

କର୍ଣ୍ଣାଟକରେ ହିଜାବ ବିବାଦ ଜାରି ରହିଛି । ହିଜାବ ମାମଲାକୁ ନେଇ ଆଜି ଉଡୁପିର ବିଦୋୟଦୟା ପିୟୁ କଲେଜରେ ଦେଖିବାକୁ ମିଳିଛି ହାଇଡ୍ରାମା । ବୁର୍ଖା ପିନ୍ଧିଥିବାରୁ ପିନ୍ଧି ଦ୍ବାଦଶ ବୋର୍ଡର ବାର୍ଷିକ ପରୀକ୍ଷା ଦେବାକୁ ଆସିଥିବା ଦୁଇ ଜଣ ଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି । ଅଧିକ ପଢନ୍ତୁ

ବୁର୍ଖା ପିନ୍ଧିଥିବାରୁ ପରୀକ୍ଷାରୁ ବଞ୍ଚିତ 2 ପରୀକ୍ଷାର୍ଥୀ
ବୁର୍ଖା ପିନ୍ଧିଥିବାରୁ ପରୀକ୍ଷାରୁ ବଞ୍ଚିତ 2 ପରୀକ୍ଷାର୍ଥୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଜାରି ରହିଛି । ହିଜାବ ମାମଲାକୁ ନେଇ ଆଜି ଉଡୁପିର ବିଦୋୟଦୟା ପିୟୁ କଲେଜରେ ଦେଖିବାକୁ ମିଳିଛି ହାଇଡ୍ରାମା । ବୁର୍ଖା ପିନ୍ଧିଥିବାରୁ ପିନ୍ଧି ଦ୍ବାଦଶ ବୋର୍ଡର ବାର୍ଷିକ ପରୀକ୍ଷା ଦେବାକୁ ଆସିଥିବା ଦୁଇ ଜଣ ଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି । ବୋର୍ଡ ପରୀକ୍ଷା ଗୁରୁତ୍ବପୂର୍ଣ୍ଣ ଓ ସେମାନଙ୍କୁ ଏଥିପାଇଁ ଅନୁମତି ଦେବାକୁ ଉଭୟ କର୍ତ୍ତୃପକ୍ଷଙ୍କ ଆଗରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଫଳରେ ଉଭୟ ପରୀକ୍ଷା ନ ଦେଇ ଘରକୁ ଫେରିଛନ୍ତି ।

ସୂଚଅନୁସାରେ, ଆଲିଆ ଓ ରେଶମା ତାଙ୍କ ଦ୍ବାଦଶ ପରୀକ୍ଷା ଦେବା ପାଇଁ ଉଡୁପିର ବିଦୋୟଦୟା ପିୟୁ କଲେଜରେ ପହଞ୍ଚିଥିଲେ। କଲେଜରେ ପହଞ୍ଚିବା ପରେ ସେମାନେ ପରୀକ୍ଷା ହଲକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନଙ୍କୁ ବୁର୍ଖାରେ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା। ଉଭୟ ବିଚଳିତ ହେବା ସହ ଦୀର୍ଘ ୪୫ ମିନିଟ ଧରି ପରୀକ୍ଷା ନିୟନ୍ତ୍ରକ ଓ କଲେଜ ପ୍ରିନ୍ସିପାଲଙ୍କୁ ବୁଝାଇଥିଲେ । ଏହାପରେ ବୁର୍ଖା ଖୋଲି କେବଳ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ପ୍ରସ୍ତୁତ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ବୁଝାଇଥିଲେ । ତଥାପି ସେମାନେ ଶୁଣି ନଥିଲେ । ଫଳରେ ଦୁଇ ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ ଘରକୁ ଫେରିଛନ୍ତି ।

ହିଜାବ ବିବାଦ...

  • ହିଜାବକୁ ନେଇ ଆଶାନ୍ତି ହୋଇ ଉଠିଥିଲା କର୍ଣ୍ଣାଟକ । ରାଜ୍ୟରେ ଆନ୍ଦୋଳନ ସାଙ୍ଗକୁ ନିଆଁ ଜଳିଥିଲା । ଫଳରେ ରାଜ୍ୟରେ 144 ଧାର ଲାଗୁ ହୋଇଥିଲା । ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଗତ ମାର୍ଚ୍ଚ 15 ତାରିଖରେ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ।
  • ମାମଲାକୁ ନେଇ ସମସ୍ତ ଆବେଦନକୁ ଖାରଜ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବକୁ ଅନୁମତି ଦେଇନଥିଲେ ହାଇକୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଥିଲେ କୋର୍ଟ । ହିଜାବ ପିନ୍ଧିବା ଜରୁରୀ ନୁହେଁ । ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରାଛାତ୍ରୀ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଶୁଣାଣି କରି ଏହି ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details