ଓଡିଶା

odisha

ETV Bharat / bharat

ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ଅଭ୍ୟାସର ସଫଳ ପରୀକ୍ଷଣ - ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟର ସଫଳ ପରୀକ୍ଷଣ

ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍‌ରୁ ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ high-speed expendable aerial target (HEAT) ABHYAS ବିମାନର ସଫଳ ପରୀକ୍ଷଣ । ଅଧିକ ପଢ଼ନ୍ତୁ

ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟର ସଫଳ ପରୀକ୍ଷଣ
ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟର ସଫଳ ପରୀକ୍ଷଣ

By

Published : Jun 29, 2022, 6:53 PM IST

ବାଲେଶ୍ବର:ବୁଧବାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ୍‌ରୁ ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ high-speed expendable aerial target (HEAT) ABHYAS ଚାଳକ ବିହୀନ ବିମାନର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି । ଏହାକୁ ନେଇ DRDO(ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ) ପକ୍ଷରୁ ସୂଚନା ଦିଆଯାଇଛି ।

ଉଡ଼ାଣ ପରୀକ୍ଷଣ ବେଳେ ଏହି ବିମାନର କମ୍‌ ଉଚ୍ଚତାରେ ଉଡ଼ିବା କ୍ଷମତା ସହ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା କେତେ ସମୟ ସ୍ଥିର ରହି ପାରୁଛି ତାହାକୁ ଅନୁଧ୍ୟାନ କରାଯାଇଛି । ତା ସହ ଏହି ଚାଳକ ବିହୀନ ବିମାନ କେତେ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଉଡ଼ାଇ ହେବ ତାହାକୁ ମଧ୍ୟ ନୀରିକ୍ଷଣ କରାଯାଇଛି ।

ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ABHYAS ବିମାନ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ Aeronautical Development Establishment ବିକଶିତ କରିଛି । ଟ୍ବିନ୍‌ ଅଣ୍ଡର ସ୍ଲଙ୍ଗ୍‌ ବୁଷ୍ଟର ଦ୍ବାରା ଏହି ବିମାନ ଲଞ୍ଚ କରାଯାଇଥିଲା । ଏହାଦ୍ବାରା ବିମାନକୁ ପ୍ରାରମ୍ଭିକ ଆକ୍ସେଲେରେସନ ମିଳିଥାଏ । ଯାହା ଫଳରେ ଏକ ଉଚ ସବ୍‌ ସୋନିକ ବେଗରେ ଦୀର୍ଘସ୍ଥାୟୀ ଉଡ଼ାଣ ଭରିପାରେ ଏହି ବିମାନ । ଉଡ଼଼ାଣର ସୁରକ୍ଷିତ ସ୍ଥିତି ବଜାୟ ରଖିବା ପାଇଁ ଏଥିରେ ଏକ ଛୋଟ ଗ୍ୟାସ୍ ଟର୍ବାଇନ ଇଞ୍ଜିନ୍ ମଧ୍ୟ ରହିଛି ।

ବିମାନରେ ଇଲେକ୍ଟ୍ରୋ ଅପ୍ଟିକାଲ୍‌ ଟାର୍ଗେଟିଂ ସିଷ୍ଟମ ମଧ୍ୟ ରହିଛି । ଚାନ୍ଦିପୁରର ଗାଉଣ୍ଡ ବେସ୍‌ଡ କଣ୍ଟ୍ରୋଲର(ground-based controller) ସାହାଯ୍ୟରେ ଉଡ଼ାଣ ଭରିଥିଲା ହାଇ ସ୍ପିଡ୍‌ ଏକ୍ସପେଣ୍ଡେବେଲ୍‌ ଏରିଏଲ୍‌ ଟାର୍ଗେଟ ABHYAS ବିମାନ ।

ABOUT THE AUTHOR

...view details