NANDIGRAM BATTLE; ପୁନଃଗଣତି ଆବେଦନ ଉପରେ ଆଜି ଶୁଣାଣି - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ଆଜି ଶୁଣାଣି କରିବେ କୋଲକାତା ହାଇକୋର୍ଟ । ଅଧିକ ପଢନ୍ତୁ...
କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଆଜି କୋଲକାତା ହାଇକୋର୍ଟରେ ହେବ ଶୁଣାଣି । ସକାଳ 11ଟାରେ ଜଷ୍ଟିସ କୌସିକ ଚାନ୍ଦ ମାମଲାର ଶୁଣାଣି କରିବେ ।
ଦୁଇମାସ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଜୋରଦାର ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାଜିତ କରିଥିଲେ । ନନ୍ଦିଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ବିଧାନସଭା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଧମକ ଚମକ ଦିଆଯାଇଛି । ଯାହା ନିଜେ ରିଟର୍ଣ୍ଣିଂ ଅଫିସ କହିଥିବା ମମତା କହିଛନ୍ତି ।
ଫଳରେ ନନ୍ଦିଗ୍ରାମ ଫଳାଫଳକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ ନନ୍ଦିଗ୍ରାମରେ ପୁନଃ ଗଣତି ଆବେଦନ କରି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରସଙ୍ଗକୁ ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲେ । ନନ୍ଦିଗ୍ରାମରେ ପୁନଃ ଭୋଟ ଗଣନା କରିବାକୁ ଦାବି କରିଥିଲା। କିନ୍ତୁ TMCର ଦାବିକୁ ଅଗ୍ରାହ୍ୟ କରିଥିଲେ ନିର୍ବାଚନ କମିଶନ ।
ସୂଚନାଯୋଗ୍ୟ ଯେ ନନ୍ଦିଗ୍ରାମରେ ଟିଏମସି ପରାଜୟ ସତ୍ତ୍ବେ 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଦଳ 213ଟି ଆସନରେ ବିଜୟୀ ହୋଇଛି । ଏହାସହ ତୃତୀୟ ଥର ପାଇଁ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେପଟେ ବିଜେପି ରାଜ୍ୟରେ 77ଟି ଆସନ ସହିତ ଦ୍ବିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ