ଜୟପୁର:୧୯୭୧ ମସିହାରେ ଭାରତ-ପାକିସ୍ତାନୀ ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବୀର ଭୈରନ ସିଂଙ୍କ ଦେହାନ୍ତ ଘଟିଛି (1971 Indo-Pak war Bhairon Singh Rathore passes away) । ଏହି ବୀରଙ୍କ ଉପରେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଅଭିନୀତ ଫିଲ୍ମ 'ବର୍ଡର' ନିର୍ମିତ ହୋଇଥିଲା । କିଛି ଦିନ ପୂର୍ବରୁ ଅସୁସ୍ଥ ହେବା ପରେ ତାଙ୍କୁ ଯୋଧପୁର AIIMSରେ ଭର୍ତ୍ତି କରାଯାଇଥିଲା । ସୋମବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଭାରତ ମାତାର ଏହି ବୀରପୁତ୍ରଙ୍କ ବିୟୋଗ ପରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ରାଜନେତା ଶୋକ ବ୍ୟକ୍ତ କରିଛନ୍ତି ।
ଦୀର୍ଘ ସମୟ ଧରି ଥିଲେ ଅସୁସ୍ଥ-
ଭୈରନ ସିଂ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । କିଛି ଦିନ ପୂର୍ବରୁ ତାଙ୍କୁ AIIMS ରେ ତାଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ଶ୍ବାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ୨ ଦିନ ପୂର୍ବରୁ ଭେଣ୍ଟିଲେଟରକୁ ନିଆଯାଇଥିଲା । ସୋମବାର ଦିନ ପ୍ରାୟ ୧୨:୩୦ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ମୃତଦେହକୁ ବିଏସଏଫ ଆମ୍ବୁଲାନ୍ସ ଆଣିଥିଲା । ଭୈର ସିଂ ଯୋଧପୁରର ଶେରଗଡ ଅଞ୍ଚଳର ବାସିନ୍ଦା ।
ମଙ୍ଗଳବାର ଶେଷକୃତ୍ୟ:-
ତାଙ୍କ ମୃତଦେହକୁ ସରକାରୀ ସମ୍ମାନ ସହିତ ଯୋଧପୁର ବିଏସ୍ଏଫ୍ ଷ୍ଟାଫ୍ ଟ୍ରେନିଂ ସେଣ୍ଟରକୁ ନିଆଯାଇଥିଲା । ଏଠାରେ ବିଏସ୍ଏଫ୍ ଅଧିକାରୀ ଏବଂ ଯବାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଏସ୍ଏଫ୍ କମାଣ୍ଡର ଯୋଗେନ୍ଦ୍ର ସିଂ କହିଛନ୍ତି ଯେ ସାଧାରଣ ଲୋକ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ ପାଇପାରିବେ। ଏହା ପରେ ବିଏସ୍ଏଫ୍ ବୀର ଭୈରନଙ୍କ ଶେଷ ଯାତ୍ରା ପାଇଁ ତାଙ୍କ ଗାଁ ସୋଲାନକିଆ ତାଲାକୁ ଯିବେ । ସେଠାରେ ବୀର ଭୈରନଙ୍କ ଶେଷକୃତ୍ୟ ହେବ ।