ଓଡିଶା

odisha

ETV Bharat / bharat

ଟ୍ରାକ୍ଟର ରାଲି ପ୍ରସଙ୍ଗରେ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ

କୃଷକ ସଙ୍ଗଠନର ପ୍ରସ୍ତାବିତ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ମାଧ୍ୟମରେ କେନ୍ଦ୍ର ପକ୍ଷରୁ ଆବେଦନ ହୋଇଥିବା ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ଅଧିକ ପଢନ୍ତୁ...

ଟ୍ରାକ୍ଟର ରାଲି ପ୍ରସଙ୍ଗରେ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ
ଟ୍ରାକ୍ଟର ରାଲି ପ୍ରସଙ୍ଗରେ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ

By

Published : Jan 18, 2021, 12:56 PM IST

ନୂଆଦିଲ୍ଲୀ: କୃଷକ ସଙ୍ଗଠନର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସାଧାରଣତନ୍ତ୍ର ଦିବସରେ ରାଲି ହେବ କି ନାହିଁ ସେନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ । ଟ୍ରାକ୍ଟର ରାଲିରେ କେତେ ଲୋକେ ସାମିଲ ହେବେ ଏବଂ ଏନେଇ କଣ ରହିବ ପଦକ୍ଷେପ ତାହା ପୋଲିସର କାର୍ଯ୍ୟ । ଏଥିରେ ଅଦାଲତ ହସ୍ତକ୍ଷେପ କରିବ ନାହିଁ । ତେବେ ଏନେଇ ପରବର୍ତ୍ତୀ ଶୁଣାଣି ବୁଧବାର କରାଯିବ।

ଦିଲ୍ଲୀ ପୋଲିସ ମାଧ୍ୟମରେ କେନ୍ଦ୍ର ପକ୍ଷରୁ ଦାଖଲ ହୋଇଥିବା ଏକ ଆବେଦନରେ କେନ୍ଦ୍ର କୋର୍ଟଙ୍କୁ କହିଛି ଯେ, ଗଣତନ୍ତ୍ର ଦିବସ ପାଳନରେ ବ୍ୟାଘାତ କରିବାକୁ ଚାହୁଁଥିବା କୌଣସି ପ୍ରସ୍ତାବିତ ରାଲି କିମ୍ବା ବିରୋଧ ପ୍ରଦର୍ଶନ ଲଜ୍ଜାଜନକ ବିଷୟ ଅଟେ । ବିରୋଧ କରିବାର ଅଧିକାରକୁ ବିଶ୍ବସ୍ତରରେ ଦେଶକୁ ବଦନାମ କରିବାକୁ ଦିଆଯିବ ନାହିଁ । ଟ୍ରାକ୍ଟର ରାଲି, ଟ୍ରଲି ମାର୍ଚ୍ଚ, ଗାର୍ଡ ମାର୍ଚ୍ଚ କିମ୍ବା ଅନ୍ୟ କୌଣସି ବିରୋଧ ପ୍ରଦର୍ଶନ ଜାତୀୟ ରାଜଧାନୀ ଦିଲ୍ଲୀରେ କୌଣସି ପ୍ରଦର୍ଶନ ନ କରିବାକୁ କୋର୍ଟଙ୍କ ନିକଟରେ ନିବେଦନ କରିଛି କେନ୍ଦ୍ର ।

କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଳ କୋର୍ଟକୁ କହିଥିଲେ ଯେ, ଚାଷୀଙ୍କ ଦ୍ବାରା ଟ୍ରାକ୍ଟର ରାଲି ବେଆଇନ । ଦିଲ୍ଲୀରେ 5000ରୁ ଲୋକଙ୍କ ପ୍ରବେଶ ହେବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ସେପଟେ ଚାଷୀ ନେତା କେବଳ ହରିଆଣା-ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଲାଲକିଲ୍ଲାରେ କୌଣସି ବିରୋଧ ପ୍ରଦର୍ଶନ କରାଯିବ ନାହିଁ କହିଛନ୍ତି ।

ସୂଚନାଯୋଗ୍ୟ, ନୂଆ କୃଷି ଆଇନକୁ ନେଇ ଆସନ୍ତାକାଲି ଦଶମ ପର୍ଯ୍ୟାୟ କେନ୍ଦ୍ର-ଚାଷୀ ସଙ୍ଗଠନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତମାର କୃଷି ଆଇନ ବଳବତ୍ତର ରହିବ ବୋଲି କହିବା ସହ ଚାଷୀଙ୍କୁ ନିଜ ଜିଦ ଛାଡିବାକୁ କହିଥିଲେ । ଗତ ଜାନୁଆରୀ 12 ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ଉପରେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଦ୍ବାରା ପରବର୍ତ୍ତୀ ନିଷ୍ପତ୍ତି ନ ଆସିବ ପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details