ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ସଦସ୍ୟ - ଜାତିସଂଘ ସୁରକ୍ଷା ପରିଷଦ ପ୍ରତିନିଧି କମିଟି

ରାଷ୍ଟ୍ରପତି ଭବନରେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ସଦସ୍ୟ ମଣ୍ଡଳୀ (UN Security Council Counter Terrorism Committee)। ରାଷ୍ଟ୍ରପତିଙ୍କୁ ଭେଟି କଲେ ଆଲୋଚନା । ସାଙ୍ଗରେ ଥିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀ ନିରୋଧୀ କମିଟି ସଦସ୍ୟ
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀ ନିରୋଧୀ କମିଟି ସଦସ୍ୟ

By

Published : Oct 29, 2022, 9:19 PM IST

ନୂଆଦିଲ୍ଲୀ:ଭାରତ ଗସ୍ତରେ ଥିବା ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ପ୍ରତିନିଧିମଣ୍ଡଳୀ (UN Security Council Counter Terrorism Committee)ର ସଦସ୍ୟମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଏହି ଅନ୍ତର୍ଜାତୀୟ କିମିଟର ସଦସ୍ୟମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ଆଲୋଚନା ମଧ୍ୟ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଏହି ସାକ୍ଷାତକାରରେ ଉପସ୍ଥିତ ଥିଲେ ।

ସଦସ୍ୟଙ୍କୁ ସ୍ବାଗତ ଭାଷଣରେ ରାଷ୍ଟ୍ରପତି ପ୍ରତିନିଧିମାନଙ୍କୁ ଭାରତର ଆତଙ୍କବାଦ ନିରୋଧୀ ସ୍ପଷ୍ଟ ଆଭିମୁଖ୍ୟ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅବଗତ କରିଥିଲେ । ରାଷ୍ଟ୍ରପତି କହିଥିଲେ, ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତ ଏକ ମୁକ୍ତ ଏବଂ ବିବିଧ ସମାଜ ଭାବେ ଦଶନ୍ଧି ଧରି ଆତଙ୍କବାଦର ଶିକାର ହୋଇଆସୁଛି । ଆତଙ୍କବାଦର ସମସ୍ତ କାର୍ଯ୍ୟକଳାପକୁ ପଣ୍ଡ କରିବା ପାଇଁ ଭାରତ ପ୍ରତିବଦ୍ଧତାର କାର୍ଯ୍ୟ ଜାରି ରଖିଛି । ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡିତଙ୍କୁ ଏହି କମିଟିର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଯାହାକୁ ରାଷ୍ଟ୍ରପତି ପ୍ରଶଂସା ମଧ୍ୟ କରିଥିଲେ ।

ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରତିବଦ୍ଧତା ପ୍ରକାଶ କରିଆସିଛି । ଭାରତ ଗସ୍ତରେ ଆସିଥିବା ଏହି ଅନ୍ତର୍ଜାତୀୟ କମିଟି 28 ଓ 29 ତାରିଖରେ ମୁମ୍ବାଇ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details