ଓଡିଶା

odisha

ETV Bharat / bharat

ପରଲୋକରେ ହରିୟାଣାର ପ୍ରଥମ ମହିଳା ସାଂସଦ ଚନ୍ଦ୍ରାବତୀ - ହରିୟାଣାର ପ୍ରଥମ ମହିଲା ସାଂସଦ ଚନ୍ଦ୍ରବତୀ

ପରଲୋକରେ ହରିୟାଣାର ପ୍ରଥମ ମହିଳା ସାଂସଦ ଏବଂ ପୁଡୁଚେରୀ ପୂର୍ବତନ ଉପରାଜ୍ୟପାଳ ଚନ୍ଦ୍ରାବତୀ । 92 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ପଢନ୍ତୁ ଅଧିକ....

ପରଲୋକରେ ହରିୟାଣାର ପ୍ରଥମ ମହିଲା ସାଂସଦ ଚନ୍ଦ୍ରବତୀ
ପରଲୋକରେ ହରିୟାଣାର ପ୍ରଥମ ମହିଲା ସାଂସଦ ଚନ୍ଦ୍ରବତୀ

By

Published : Nov 15, 2020, 5:32 PM IST

ଚଣ୍ଡିଗଡ଼: ପରଲୋକରେ ହରିୟାଣାର ପ୍ରଥମ ମହିଳା ସାଂସଦ ଏବଂ ପୁଡୁଚେରୀ ପୂର୍ବତନ ଉପରାଜ୍ୟପାଳ ଚନ୍ଦ୍ରାବତୀ। ମୃତ୍ୟୁ ବେଲକୁ ତାଙ୍କୁ 92 ବର୍ଷ ହୋଇଥିଲେ। ଅସୁସ୍ଥତା କାରଣରୁ କଂଗ୍ରେସର ଏହି ବରିଷ୍ଠ ନେତ୍ରୀ ଜଣଙ୍କ ରୋହତକଙ୍କ ପିଜିଆଇଏମଏସ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କୁ ନଭେମ୍ବର 2ରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି ।

ଚନ୍ଦ୍ରାବତୀ 1928 ମସିହାରେ ହରିୟାଣାର ଦାଦ୍ରି ଜିଲ୍ଲାର ଦାଦ୍ରି ତହସିଲର ଡାଲାଓସ ଗ୍ରାମରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାନିର ବିର୍ଲା ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ ।

ପ୍ରଥମ ଥର ପାଇଁ ସେ ଜନତା ପାର୍ଟି ନେତ୍ରୀ ଥିବା ସମୟରେ 1977 ମସିହାରେ ଭବାନୀ ନିର୍ବାଚନମଣ୍ଡଳୀରୁ ଚୌଧୁରୀ ବଂଶୀଲାଲଙ୍କୁ ପରାସ୍ତ କରି ହରିୟାଣାର ପ୍ରଥମ ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଓ 1990 ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ମଧ୍ୟ ତାଙ୍କୁ ଦାୟିତ୍ବ ମିଳିଥିଲା ।

ଆଜି ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରୁ ଶୋକ ପ୍ରାକାଶ ପାଇଛି । ତାଙ୍କ ମୃତ୍ୟୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ଶୋକ ପ୍ରକାଶ କରିଛନ୍ତି। ଚନ୍ଦ୍ରବତୀଙ୍କର ମୃତ୍ୟୁ ଉଭୟ ଜାତୀୟ ସ୍ତରରେ ଏବଂ ହରିୟାଣାରେ ଏକ ଗଭୀର ଶୂନ୍ୟସ୍ଥାନ ଛାଡିଥିବା କଥା ମୁଖ୍ୟମନ୍ତ୍ରୀ ହୁଡା ତାଙ୍କ ସମବେଦନା ବାର୍ତ୍ତାରେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details