ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ପୋଲିସ ବନିଛି ପୋଲିସର ଶତ୍ରୁ । ଟଙ୍କା ନେଣଦେଣକୁ ନେଇ ଦିଲ୍ଲୀ ପୋଲିସ କନଷ୍ଟେବଳ ହରିୟାଣା ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ରବିବାର ସକାଳ ପ୍ରାୟ ୮ଟା ସମୟରେ ଘଟିଛି ଏହି ଘଟଣା । ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀ କନଷ୍ଟେବଳ ବିକ୍ରମ ହରିୟାଣା ସବ୍-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳିଟି ମୃତକ ହରିୟାଣା ପୋଲିସ ସବ୍-ଇନ୍ସପେକ୍ଟରଙ୍କ ମୁଣ୍ଡରେ ବାଜିଥିଲା । ବୀରେନ୍ଦ୍ର ରୋହତକ ଅଞ୍ଚଳରେ ରହୁଥିଲେ । ସେ ଗତ ୫ରୁ ୬ ଦିନ ଧରି ନିଜ ସମ୍ପର୍କୀୟଙ୍କ ସହିତ ରହୁଥିଲେ ।