ଓଡିଶା

odisha

ETV Bharat / bharat

Nuh Violence: ହରିୟାଣା ହିଂସା, ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ ସେବା ବନ୍ଦ - ନୁହ ହିଂସାକାଣ୍ଡ

ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ନୁହ ସମେତ ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୫ ତାରିଖ ଯାଏଁ ଇଣ୍ଟରନେଟ ସେବା ବନ୍ଦ କଲେ ହରିୟାଣା ସରକାର । ଅଧିକ ପଢନ୍ତୁ

ହରିୟାଣାରେ ସାମ୍ପ୍ରଦାୟିକ ହିଂସା
ହରିୟାଣାରେ ସାମ୍ପ୍ରଦାୟିକ ହିଂସା

By

Published : Aug 3, 2023, 12:28 PM IST

ଚଣ୍ଡିଗଡ: ସାମ୍ପ୍ରଦାୟିକ ହିଂସା ଯୋଗୁଁ ଅଶାନ୍ତ ରହିଛି ହରିୟାଣା । ନୁହରେ ହିଂସା ପରେ ଏବେ ରାଜ୍ୟର ଅନେକ ଜିଲ୍ଲାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଫରିଦାବାଦ, ପାଲୱଲ ଏବଂ ଗୁରୁଗ୍ରାମ ଜିଲ୍ଲାରେ ଉପଦ୍ରବୀମାନେ ପୋଡାଜଳା ଓ ଭଙ୍ଗାରୁଜା କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ହରିୟାଣା ସରକାର ନୁହ ସମେତ ଏହି ୩ ଜିଲ୍ଲାରେ ଅଗଷ୍ଟ ୫ ତାରିଖ ଯାଏଁ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରିଛନ୍ତି । ପୂର୍ବରୁ ନୁହରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା ।

ହରିୟାଣାର ଗୃହ ସଚିବ ନିର୍ଦ୍ଦେଶ ଜାରି କରି କହିଛନ୍ତି,''ନୁହ, ଫରିଦାବାଦ, ପାଲୱଲ ଓ ଗୁରୁଗ୍ରାମରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରାଯାଇଛି । ଏହିସବୁ ଜିଲ୍ଲାରେ ସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏଠାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ଏସଏମଏସ୍ ଓ ହ୍ବାର୍ଟ୍ସଆପ, ଫେସବୁକ, ଟ୍ବିଟର ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ମଧ୍ୟରେ ଗୁଜବ ତଥା ବିଭ୍ରାନ୍ତିକର ସୂଚନା ପ୍ରସାର କରାଯାଉଛି । ଗୁଜବ ଆଧାରରେ ଆନ୍ଦୋଳନକାରୀମାନେ ଏକତ୍ରିତ ହୋଇ ହିଂସା ଘଟାଉଛନ୍ତି । ଏହି ଦୃଷ୍ଟିରୁ ଆସନ୍ତା ୫ ଯାଏଁ ଇଣ୍ଟରନେଟ ନେଟ ସେବା ବନ୍ଦ କରାଯାଇଛି ।’’ ସେପଟେ ନୁହ ହିଂସାରେ ସାମିଲ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ତେଜୁଛି ହରିୟାଣା ସାମ୍ପ୍ରଦାୟିକ ହିଂସା: ଚିନ୍ତା ପ୍ରକଟ କଲା ଆମେରିକା, ଶାନ୍ତି ବଜାୟ ରଖିବାକୁ ଅପିଲ୍

ଗତ ସୋମବାର ଦିନ ନୁହରେ ଧାର୍ମିକ ଶୋଭାଯାତ୍ରାରେ ପଥରମାଡ ହେଲା ପରେ ହିଂସା ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସାମ୍ପ୍ରଦାୟିକ ହିଂସାର ରୂପ ନେଇଥିଲା । ଏହି ଘଟଣାରେ ଦୁଇ ହୋମଗାର୍ଡଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ନୁହର ହିଂସା ରାଜ୍ୟର ଅନ୍ୟ ଜିଲ୍ଲାରେ ପହଞ୍ଚି ଥିବାବେଳେ ଆଖପାଖ ରାଜ୍ୟରେ ମଧ୍ୟ ଅଶାନ୍ତ ବ୍ୟାପିବାରେ ଲାଗିଛି । ଆନ୍ଦୋଳନକାରୀମାନେ ଗୁରୁଗ୍ରାମରେ ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛନ୍ତି । ଦୋକାନ ବଜାରରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ।

ହିଂସା ରୋକିବାକୁ ଗୁରୁଗ୍ରାମ ପୋଲିସ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରି ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କୁ ଅପିଲ୍ କରୁଛି । ହିଂସା ସହ ଜଡିତ ଗୁଜବ ପ୍ରସାର ନକରିବା ସହ ଏହା ଉପରେ ବିଶ୍ବାସ ନକରିବାକୁ ପୋଲିସ ଆହ୍ବାନ କରୁଛି । ସୁପ୍ରିମକୋର୍ଟ ମଧ୍ୟ ଘୃଣା ଭାଷଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହରିୟାଣା ସରକାର ରାଜ୍ୟରେ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବାହିନୀର ଆହୁରି ୪ଟି କମ୍ପାନୀ ମୁତୟନ କରିବାକୁ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details