ଓଡିଶା

odisha

ETV Bharat / bharat

Haryana clash: ହିନ୍ଦୁ ସଂଗଠନର ଶୋଭାଯାତ୍ରାରେ ପଥରମାଡ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା - ହରିୟାଣାରେ ଧାର୍ମିକ ଶୋଭାଯାତ୍ରାରେ ସଂଘର୍ଷ

ହରିୟାଣାର ନୁହ ଜିଲ୍ଲାରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ପଥରମାଡ । ବ୍ୟାପକ ହିଂସା । ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା, ପୋଲିସ ସମେତ ଅନେକ ଆହତ । ଅଗଷ୍ଟ 2 ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଇଣ୍ଟରନେଟ ବନ୍ଦ । ଅଧିକ ପଢନ୍ତୁ

Haryana clash: ଶୋଭାଯାତ୍ରା ବେଳେ ସଂଘର୍ଷ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା
Haryana clash: ଶୋଭାଯାତ୍ରା ବେଳେ ସଂଘର୍ଷ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା

By

Published : Jul 31, 2023, 10:13 PM IST

ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଏକ ଗୋଷ୍ଠୀ ଅତର୍କିତ ପଥରମାଡ କରିବା ପରେ ଗୋଷ୍ଠୀ ସଂଘର୍ଷ ଓ ପରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ପରସ୍ପରକୁ ଆକ୍ରମଣ କରିଛନ୍ତି ଉଭୟ ଗୋଷ୍ଠୀ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ବଳ ମଧ୍ୟ ଆକ୍ରମଣର ଶିକାର ହୋଇଛି । ଜଣେ ପୋଲିସ ହୋମଗାର୍ଡଙ୍କର ଗୁଳିମାଡରେ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଦଙ୍ଗାକାରୀ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିବା ସୂଚନା ମିଳିଛି । ଏଥିରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ମଧ୍ୟ ଏକାଧିକ ମଧ୍ୟ ଆହତ ହୋଇଛନ୍ତି ।

ସ୍ଥିତି ଏପରି ଅଣାୟତ ହୋଇପଡିଛି ଯେ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ କହିଛନ୍ତି, ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଉଛି । ପଡୋଶୀ ଜିଲ୍ଲାରୁ ଅତିରିକ୍ତ ଫୋର୍ସ ଘଟଣାସ୍ଥଳକୁ ପଠାଯାଉଛି । ଶିଘ୍ର ଫୋର୍ସ ହିଂସା ସ୍ଥଳରେ ପହଞ୍ଚିବା ପାଇଁ ମଧ୍ୟ ହେଲିକପ୍ଟର ବ୍ୟବହାର କାରଯିବା ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛି । ଏବେ ଅଗଷ୍ଟ 2 ତାରିଖ ଯାଏ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ଘୋଷଣା କରାଯାଇଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଶାଖା ଦ୍ବାରା ‘ବ୍ରଜମଣ୍ଡଳ ଜଳାଭିଶେକ ଯାତ୍ରା’ ଆୟୋଜନ କରାଯାଇଥିଲା । ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଗୋଷ୍ଠୀ ଶୋଭାଯାତ୍ରା ଉପରେ ପଥରମାଡ କରିଥିବାର ଅଭିଯୋଗ ହୋଇଛି । ଏହା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ହିଂସା ଅଣାୟତ ହୋଇପଡିଥିଲା ।

ଏହା ମଧ୍ୟ ପଢନ୍ତୁ:-Manipur viral video case: ‘ମାମଲା ରୁଜୁ ପାଇଁ 14 ଦିନ ପର୍ଯ୍ୟନ୍ତ ପୋଲିସ କରୁଥିଲା କ’ଣ ?’

ଉତ୍ୟେକ୍ତ ଲୋକେ ଏକାଧିକ କାର ଓ ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ପୋଲିସ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରି ଉତ୍ୟେକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପ୍ରୟାସ କରିଥିଲା । ହେଲେ ଦଙ୍ଗାକାରୀ ପୋଲିସ ଉପରେ ମଧ୍ୟ ଗୁଳିମାଡ ସହ ଆକ୍ରମଣ କରିଥିଲେ । ଜଣେ ହୋମଗାର୍ଡଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି । ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details